ନମିତାଙ୍କ ରୁଟିରେ ଦର୍ଶନ ଦେଲେ ପ୍ରଭୁ ଜଗନ୍ନାଥ, ଦେଖିକି ପୁରା ଗାଁ ଲୋକ ଯୋଡିଦେଲେ ହାତ, ଦେଖିଲେ ଆପଣ ବି କହିବେ ଜୟ ଜଗନ୍ନାଥ…

ବନ୍ଧୁଗଣ ଭକ୍ତ ବିଦୁର ଶାଗ ପଖାଳରେ ସେହି ଜଗତର ନାଥ ଜଗନ୍ନାଥ ଙ୍କୁ ଦେଖିଥିଲା । ଆଊ ତାଙ୍କ ଉପରେ ହସିଥିଲେ ଅନେକ । ବିଶ୍ଵାସ ରେ ଅଛନ୍ତି ଈଶ୍ୱର ତର୍କେ ବହୁତ ଦୂର । ଭକ୍ତି ଆଊ ଭକ୍ତକୁ କେବେ ତର୍କରେ ପରାଜିତ କରିହେବ ନାହିଁ । ଯଦି ପରାଜିତ ହେବ ତେବେ ତାହା ତର୍କ ହିଁ ହେବ । ତର୍କ କହେ ଈଶ୍ୱର ନାହାନ୍ତି କିନ୍ତୁ ଭକ୍ତି କହେ ସେହି ତର୍କରେ ମଧ୍ୟ ଈଶ୍ୱର ଅଛନ୍ତି । ନହେଲେ ତର୍କ ମନୁଷ୍ୟ କରୁଛି କେମିତି । ଈଶ୍ୱର ଅଛନ୍ତି ପୁଣି ଈଶ୍ୱର ନାହାନ୍ତି ।

ଖାଦ୍ୟର ସେହି କଣ କଣ ରେ ଈଶ୍ୱର ହିଁ ଅଛନ୍ତି । ସେଥିପାଇଁ ତା କୁହାଯାଏ ଅର୍ଣ୍ଣମ ବ୍ରହ୍ମ । ସେହି ଖାଦ୍ୟରେ ଆଜି ଈଶ୍ୱର ନିଜର ପ୍ରତିଛବି ରେ ଦର୍ଶନ ଦେଇଛନ୍ତି ତାଙ୍କ ଭକ୍ତ କୁ, ଅନେକ ହେତୁବାଦି ଏହାକୁ ଅନ୍ଧ ବିଶ୍ଵାସ ବା ପିଲାଳିଆମି କହୁଥିବା ବେଳେ ଭକ୍ତ କିନ୍ତୁ ଦେଖୁଛି ତା ଆରାଧ୍ୟ ଜଗତର ନାଥ ଜଗନ୍ନାଥଙ୍କୁ । ତେବେ ଇଏ ହେଉଛି ସାମାନ୍ୟ ରୁଟି ଟିଏ କିନ୍ତୁ ଏହି ରୁଟିରେ ଦେଖା ଯାଉଛି ଜଗନ୍ନାଥ ଙ୍କ ପ୍ରତିଛବି ।

ଜଗନ୍ନାଥ ଙ୍କ ସେହି ଚକା ନୟନ ଦେଖା ଯାଉଛି ଏହି ରୁଟିରେ ଆଊ ଏହି ରୁଟି ଟିକୁ ଏବେ ପୂଜା କରୁଛନ୍ତି ଗ୍ରାମ ବାସି । ଘଟଣା ଟି ଘଟିଛି ବାରିପଦା ଉପକ୍ରମ ମଉଡା ବ୍ଲକ ଅନ୍ତର୍ଗତ କୋହି ଗ୍ରାମରେ । ଏହି କୋହି ଗ୍ରାମର ସିତୁକାନ୍ତ ଙ୍କ ବୋହୂ ଗତ କାଲି ରାତିରେ ରୁଟି ତିଆରି କରୁଥିଲେ । ରୁଟି କରିସାରିବା ପରେ ତାଙ୍କ ସ୍ଵାମୀ କୃଷ୍ଣଚନ୍ଦ୍ର ବେଉରା ଙ୍କୁ ଖାଇବାକୁ ଦେଇଥିଲେ । କିନ୍ତୁ ସେହି ସମୟରେ କୃଷ୍ଣଚନ୍ଦ୍ର ଦେଖିଥିଲେ ସ୍ଵୟଂ ଜଗନ୍ନାଥ ଙ୍କ ପ୍ରତିଛବି ଯାହା ରୁଟିରେ ରହିଛି ।

ଜଗନ୍ନାଥ ଙ୍କ ସେହି ଛବିରେ କୃଷ୍ଣଚନ୍ଦ୍ର ଙ୍କ ନଜର ଲାଖିରହିଥିଲା । ଆଖିରୁ ଲୁହ ଝରିଯାଇଥିଲା ଆଊ ମନ ଭବବିହୁଳ ହୋଇପଡ଼ିଥିଲା । ସଙ୍ଗେ ସଙ୍ଗେ ପରିବାର ସଦସ୍ୟ ମାନଙ୍କୁ ଜଣାଇଥିଲେ କୃଷ୍ଣଚନ୍ଦ୍ର । ତେବେ ସେହି ଜଗନ୍ନାଥ ଥିବା ରୁଟି ଟିକୁ ବର୍ତ୍ତମାନ ପୂଜା କରୁଛନ୍ତି ନମିତା ଆଊ ଗ୍ରାମବାସି । ବର୍ତ୍ତମାନ ଏହି ଦିବ୍ୟ ଘଟଣା ଟିକୁ ଦେଖିବାକୁ ଲାଗିଛି ଲୋକମାନଙ୍କ ଭିଡ । ସବୁ ଧର୍ମ କହେ ଈଶ୍ୱର ସର୍ବୋତ୍ତମ ବିଦ୍ୟମାନ ।

କିଏ କାଠ, କିଏ ପଥର, କିଏ ଖାଦ୍ୟରେ ଈଶ୍ୱର ଙ୍କୁ ଦେଖୁଥାଏ ତ ପୁଣି ଆଊ କେହି ଈଶ୍ୱର ନିର୍ଗୁଣ ବ୍ରହ୍ମ କହି ତାଙ୍କ ନାମକୁ ପୂଜା କରେ । ଅନେକ କୁହନ୍ତି ଈଶ୍ୱର ଅଛନ୍ତି ତ ଅନେକ କୁହନ୍ତି ଈଶ୍ୱର ନାହାନ୍ତି । ଈଶ୍ୱର ଏକ ଅନୁଭବ ର ବିଷୟ । ଅନୁଭବ ରେ ଅଛନ୍ତି ଈଶ୍ୱର । ଆଊ ଏହି ଦିବ୍ୟ ଅନୁଭବ ର ଅଧିକାରୀ ହୋଇପାରିଛନ୍ତି କୃଷ୍ଣଚନ୍ଦ୍ର ବେହେରା,ତାଙ୍କ ପତ୍ନୀ,ତାଙ୍କ ପରିବାର ଏବଂ ଗ୍ରାମବାସୀ । ତେବେ ବନ୍ଧୁଗଣ ପ୍ରଭୁ ଜଗନ୍ନାଥଙ୍କ କୃପା ଲାଭ କରିବା ପାଇଁ ଭକ୍ତିରେ ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *