ଦୁନିଆ ରେ ସଫଳ ହେବାକୁ ଚାହୁଁଥିଲେ, ଜୀବନରେ କିଛି କୌଶଳ ତଥା କିଛି କଳା ଶିଖିଥିବା ଆବଶ୍ୟକ । ସେ କଳା ଆପଣଙ୍କ ଠାରେ ଯେତେ ଅଧିକ ଥିବ ଆପଣ ସେତେ ଉପରୁ କୁ ଉପରକୁ ଉଠି ଚାଲିବେ । କିନ୍ତୁ ସେହି କଳା ସହ ଆପଣଙ୍କୁ ନିଜର କଥାବାର୍ତ୍ତା କରିବାର କୌଶଳ ରେ ମଧ୍ୟ ଉନ୍ନତି କରିବାକୁ ହେବ । ଏହା ଏକ ଏପରି କଳା ଯଦି ଆପଣ ଏହି କଳା ରେ ନିପୁଣ ଥିବେ ତେବେ ଆପଣ ଜୀବନ ରେ ଯେ କୌଣସି କ୍ଷେତ୍ର ରେ ମଧ୍ୟ ସଫଳତା ପ୍ରାପ୍ତ କରି ନେବେ ।
କାରଣ ଶବ୍ଦ ଏକ ଏପରି ଅସ୍ତ୍ର ଏହା ସାହାର୍ଯ୍ୟ ରେ ଆପଣ ହସୁଥିବା ମୁହଁ ରେ ଲୁହ ମଧ୍ୟ ଆଣି ପାରନ୍ତି ଓ କାନ୍ଦୁ ଥିବା ମୁହଁରେ ହସ ମଧ୍ୟ ଆଣି ପାରନ୍ତି । ସବୁବେଳେ ମାନେ ରଖିବେ କି କାହା ସହ କଥାବାର୍ତ୍ତା ହେବା ସମୟରେ ଆପଣ ଙ୍କର କଥା ଏପରି ହେବା ଦରକାର କି ସେ ଆପଣ ଙ୍କୁ ଯେପରି କେବେ ଭୁଲି ନ ପାରିବ ।
ସେ ତାଙ୍କ ନିଜ ଇଛା ରୁ ଆପଣଙ୍କ ସହ ବନ୍ଧୁତା ସ୍ଥାପନ କରିବା ପାଇଁ ନିଜର ଇଛା ପ୍ରକାଶ କରିବ । କଥାବାର୍ତ୍ତା କରିବା ସମୟରେ ସର୍ବ ପ୍ରଥମେ ମନେ ରଖିବେ କି ଯେପରି ଆପଣ ଙ୍କର ଶୁଦ୍ଧ ଭାବନା ଥିବ । ଆପଣ କେଉଁ ଭାଷା ରେ କଥା ହେଉଛନ୍ତି, ତାହା ଠାରୁ ଅଧିକ ଗୁରୁତ୍ଵ ପୂର୍ଣ୍ଣ ହେଉଛି ଯେପରି ଆପଣ ଯାହା କହୁଛନ୍ତି, ତାହା ସରଳ ଭାବରେ ସାମ୍ନା ରେ ଥିବା ବ୍ୟକ୍ତି ଜଣକ ବୁଝି ପାରିବ ।
ତେଣୁ କଥା ହେବା ସମୟରେ ସବୁବେଳେ ଭାବନା କୁ ନେଇ କଥା ହେବା ଉଚିତ । ଦ୍ଵିତୀୟ ରେ କଥା ବାର୍ତ୍ତା ହେବା ସମୟରେ ସବୁବେଳେ ମନେ ରଖିବା ଉଚିତ ଯେପରି ଆପଣ ଙ୍କର କୌଣସି କଥା କାହାକୁ କଷ୍ଟ ନ ଦିଏ । କେବେ ମଧ୍ୟ କାହାକୁ ଦୁଃଖ ଦେବା ଭଳି କଥା କହିବା ଉଚିତ ନୁହେଁ । ଆପଣ ଯଦି ଏପରି ନ କରି ପାରୁଛନ୍ତି ତେବେ ଆପଣ ଚୁପ ହୋଇ ଯାଆନ୍ତୁ । ତୃତୀୟ ଟି ହେଉଛି ସମସ୍ତ ଙ୍କୁ ନିଜର ଭାବି କଥାବାର୍ତ୍ତା କରନ୍ତୁ ।
ଅନ୍ୟ ର ସହ କଥା ହେବା ସମୟରେ ସବୁବେଳେ ମନେ ରଖିବା ଉଚିତ କି, ଯଦି ଏହି ଭଳି କଥା କେହି ଆପଣ ଙ୍କ ସହ କରେ ତେବେ ଆପଣ ଙ୍କୁ କିପରି ଲାଗିବ । ତେଣୁ କେବେ ମଧ୍ୟ କାହାର ହୃଦୟ କୁ କଷ୍ଟ ଦେବା ଭଳି କଥା ହେବା ଉଚିତ ନୁହେଁ । ଚତୁର୍ଥ ରେ ସବୁବେଳେ ନିଜ ମୁହଁରେ ହସ ରଖିବା ଉଚିତ । ଆପଣ ଯେତେ ସୁନ୍ଦର ହୁଅନ୍ତୁ ବା ନ ହୁଅନ୍ତୁ, ଯଦି ଆପଣ ନିଜ ମୁହଁ ରେ ହସ ରଖିଥିବେ; ତେବେ ଏହା ଆପଣ ଙ୍କର ଆନ୍ତରିକତା ସୁନ୍ଦରତା କୁ ବଢାଇ ଦେଇଥାଏ ।
ଏହାଛଡା ଆପଣ ଙ୍କର ହସ ହସ ମୁହଁ ସମସ୍ତ ଙ୍କୁ ଆପଣ ଙ୍କ ପ୍ରତି ଆକର୍ଷିତ କରିଥାଏ । କାରଣ ହସ ହସ ମୁହଁ ସକାରାତ୍ମକ ଉର୍ଜା କୁ ଆକର୍ଷିତ କରିବା ସହ ସମସ୍ତଙ୍କ ଠାରେ ସକରାତ୍ମକ ଉର୍ଜା ମଧ୍ୟ ବାଣ୍ଟିଥାଏ । ଶେଷ ରେ କାହା ସହ କଥାବାର୍ତ୍ତା କରିବା ସମୟରେ ସବୁବେଳେ ଧ୍ୟାନ ରଖିବା ଉଚିତ କି କମ କହିବେ ଓ ଅଧିକ ଶୁଣିବେ । କାରଣ ଏକ ଜିନିଷ ଏହା କି ଆପଣ କହିବେ ମାତ୍ର ସେତିକି ଯାହା ଆପଣ ଜାଣିଛନ୍ତି,
କିନ୍ତୁ ଯଦି ଆପଣ ଶୁଣିବେ ତେବେ ଆପଣ ସେ ସବୁକିଛି ଜାଣିବାକୁ ପାଇବେ ଯାହା ଆପଣ ଜାଣି ନଥିବେ । ତାହା ସହ ସବୁବେଳେ ଅନ୍ୟ କୁ ବୁଝାଇବା ଅପେକ୍ଷା ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ଦ୍ଵାରା ଆପଣ ଯାହା ସହ କଥାବାର୍ତ୍ତା କରୁଛନ୍ତି ସେ ବ୍ୟକ୍ତି ଙ୍କ ସହ ଆପଣ ଙ୍କର ସମ୍ପର୍କ ଟି ଅତି ମଧୁର ଓ ମଜବୁତ ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ