ଜ୍ୟୋତିଷ ଶାସ୍ତ୍ର ତଥା ବାସ୍ତୁ ଶାସ୍ତ୍ରରେ ଘରେ ସୁଖ ଶାନ୍ତି ଓ ସମୃଦ୍ଧି କୁ ଦୀର୍ଘ ଦିନ ଧରି ସ୍ଥିର କରି ରଖି ପାରିବା ପାଇଁ ଅନେକ ପ୍ରକାରର ନୀତି ନିୟମ ର ଉଲ୍ଳେଖ କରାଯାଇଛି । ସମୟ ର ସହ ଆମ ମାନଙ୍କ ର ଜୀବନ ଶୈଳୀରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଯାଇଛି । ଏହି ପରିବର୍ତ୍ତନ ଆମ ପାଇଁ ଅନେକ ଦୃଷ୍ଟି ରୁ ସରଳ ହେବା ସମୟରେ ଅନେକ କ୍ଷେତ୍ରରେ ଜୀବନର ସମସ୍ତ ସମସ୍ୟା ତଥା ରୋଗ ବ୍ୟାଧି ର ଏକ ମୁଖ୍ୟ କାରଣ ମଧ୍ୟ ହୋଇଛି ।
ଏପରି ରେ ଆଜିକାଲି ଘର ର ମହିଳା ମାନଙ୍କ ଠାରୁ ଆରମ୍ଭ କରି ପିଲା ପର୍ଯ୍ୟନ୍ତ ସମସ୍ତ ଙ୍କ ଜୀବନ ରେ କିଛି ନା କିଛି ସମସ୍ୟା ଲାଗି ରହିଛି । ହେଉଥିବା କାମ ମଧ୍ୟ ଅଟକି ଯାଉଛି । ଏହି ସବୁ ବାଧା ବିଘ୍ନ ମାନକୁ ଜୀବନ ରୁ ଦୂର କରିବା ପାଇଁ ଯଦି ଆପଣ କିଛି ନିରତି ନିୟମ ତଥା ଉପାୟ ଗୁଡ଼ିକୁ ନିୟମିତ ଭାବରେ ପାଳନ କରନ୍ତି,
ତେବେ ଆପଣ ଙ୍କ ଜୀବନ ସୁଖ ଶାନ୍ତି ରେ ଭରି ଯିବ । ଘରକୁ ମାତା ଲକ୍ଷ୍ମୀ ଆକର୍ଷିତ ହୋଇ ଆସିବେ । ସର୍ବ ପ୍ରଥମେ ଆପଣ ପୁରୁଷ ହୁଅନ୍ତୁ ଅବା ମହିଳା ଚେଷ୍ଟା କରନ୍ତୁ, ଆପଣ ସକାଳେ ପ୍ରତିଦିନ ଶୀଘ୍ର ଉଠିବା ପାଇଁ, ଯଦି ଏହା ଆପଣ ଙ୍କ ପାଇଁ ସମ୍ଭବ ନ ହେଉଥାଏ ତେବେ ଆପଣ ରାତିରେ ଶୀଘ୍ର ଶୋଇ ସକାଳେ ଶୀଘ୍ର ଉଠି ପାରିବେ ।
ଏହାଦ୍ବାରା ଆପଣ ଙ୍କର ଗୁରୁ ଓ ଶୁକ୍ର ମଜବୁତ୍ ହୋଇଯିବେ । ବିଳମ୍ବ ରାତି ପର୍ଯ୍ୟନ୍ତ ଜାଗି ରହିବା ଦ୍ଵାରା ଚନ୍ଦ୍ରମା କମଜୋର hoi ଯାଇଥାନ୍ତି । ଯାହାଦ୍ବାରା ମନ ସବୁବେଳେ ଅଶାନ୍ତ ହୋଇ ରହିଥାଏ । କୌଣସି କାମ ମଧ୍ୟ ଠିକ୍ ଭାବରେ ହୋଇ ନ ଥାଏ । ଦ୍ୱିତୀୟ ରେ ଘରକୁ ଯଦି କେହି କିଛି ଗରିବ ବ୍ୟକ୍ତି ମାଗିବାକୁ ଆସନ୍ତି,
ତେବେ ଆପଣ ତାଙ୍କୁ କିଛି ଟଙ୍କା ଦେବା ଅପେକ୍ଷା କିଛି ଖାଦ୍ୟ ଖାଇବାକୁ ଦେଇ ପାରନ୍ତି । ନିଜ ହାତ ରୁ ଏପରି ଲକ୍ଷ୍ମୀ ଙ୍କୁ କାହା ହାତ ରେ ଦେବା ଉଚିତ୍ ନୁହେଁ । ତୃତୀୟ ରେ ଯେତେବେଳେ ଆପଣ ରୁଟି ପ୍ରସ୍ତୁତ କରୁଛନ୍ତି, ସେ ସମୟ ରେ ଗରମ ତାୱା ଉପରେ କିଛି ବୁନ୍ଦା କ୍ଷୀର କୁ ଛିଞ୍ଚି ଦିଅନ୍ତୁ ।
ଆପଣ ଚାହିଁଲେ ଆପଣ ଅଟା ଗୋଲାଇବା ସମୟରେ ମଧ୍ୟ ଅଟା ରେ କିଛି କ୍ଷୀର ପକାଇ ପାରିବେ । ଏପରି କରିବା ଦ୍ବାରା ବାସ୍ତୁ ଦୋଷ ରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଜୀବନ ସକାରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହୋଇ ଯାଇଥାଏ । ତାହାଛଡା ଘର କୁ ସବୁବେଳେ ସଫା ସୁତୁରା ରଖିବାକୁ ଚେଷ୍ଟା କରନ୍ତୁ । ପ୍ରତିଦିନ ଘରକୁ ଝାଡୁ ପୋଛା କରନ୍ତୁ ।
ସକାଳେ ଘର ପୋଛିବା ସମୟରେ ଘର ପୋଛା ପାଣିରେ କିଛି ଲୁଣ, କିଛି ହଳଦୀ ଓ କିଛି ଗଙ୍ଗାଜଳ ପକାଇ ଘର ପୋଛନ୍ତୁ । ଏପରି କରିବା ଦ୍ଵାରା ଘରେ ଥିବା ନକରାତ୍ମକତା ଶକ୍ତି ନଷ୍ଟ ହୋଇଥାଏ ଓ ଘରେ ସୁଖ ସମୃଦ୍ଧି ର ବୃଦ୍ଧି ହୋଇଥାଏ । ମାତା ଲକ୍ଷ୍ମୀ ମଧ୍ୟ ଘରକୁ ଆକର୍ଷିତ ହୋଇ ଆସିଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି କିପରି ଲାଗିଲା ତାହା ଆପଣ ଆମକୁ କମେଣ୍ଟ କରି ଜଣାଇବାକୁ ଭୁଲିବେନି । ଧନ୍ୟବାଦ