ସମସ୍ତ ଲୋକମାନେ ଆପଣ ଙ୍କୁ ସମ୍ମାନ କରିବେ ଏବଂ ଆପଣଙ୍କ ସବୁ କଥା ମାନିବେ – ଯଦି ଜଣା ଅଛି ଏହି 3 ଚାଣକ୍ୟ ନୀତି

ନମସ୍କାର ବନ୍ଧୁଗଣ ଆଜି ଆମେ ଚାଣକ୍ୟ ନୀତି ବିଷୟ ରେ କିଛି ଆଲୋଚନା କରିବା । ତେବେ ଆସନ୍ତୁ ଜାଣିନେବା ସେହି ନୀତି ଗୁଡିକ ବିଷୟ ରେ ।

୧- ଯେଉଁ ବ୍ୟକ୍ତି ର ହୃଦୟ ସବୁ ପ୍ରାଣୀ ର ଦୁଃ-ଖ ରେ ତରଳି ଯାଏ । ତାକୁ ଅନ୍ୟ କିଛି ଜ୍ଞାନ ର, ମୁ-କ୍ତି ର, ମୁଣ୍ଡ ଉପରେ ଜଟା ରଖିବାର ଏବଂ ନିଜ ଶରୀର ରେ ପାଉଁଶ ବୋଳିବା ର  କଣ ଆବଶ୍ୟକତା ରହିଛି ।

ଏହି ଦୁନିଆ ରେ ଏମିତି କୌଣସି ଧନ ନାହିଁ, ଯାହା କି ଆପଣଙ୍କୁ ଆପଣଙ୍କ  ସଦଗୁରୁ ଙ୍କ ଜ୍ଞାନ ର ଏକ ଅକ୍ଷର ଶିଖେଇବା ର ଋଣ ସୁଝି ପାରିବ ।କଣ୍ଟା ଏବଂ ଦୁ-ଷ୍ଟ ଲୋକଙ୍କ ଠାରୁ ବଞ୍ଚିବାର ଦୁଇଟି ଉପାୟ ରହିଛି । ପାଦ ରେ ଜୋତା ପିନ୍ଧ । ଏହା ଛଡା ସେମାନଙ୍କୁ ଏତେ ଲଜ୍ଜାବୋଧ କରି ଦିଅ କି ସେମାନେ ମୁଣ୍ଡ ଉଠେଇ ଚାଲି ପାରିବେ ନାହିଁ ।

ଯିଏ ମଇଳା କପଡା ପିନ୍ଧେ, ଯାହାର ଦାନ୍ତ ସଫା ନଥାଏ, ଯିଏ ସୁର୍ଯ୍ୟ ଉଦୟ ପରେ ଉଠେ,  ଯିଏ ବହୁତ ଖାଏ, ଯିଏ କଠୋର ଶବ୍ଦ କୁହେ, ସେ ଯେତେ ବଡ଼ ବ୍ୟକ୍ତିତ୍ୱ ହେଲେ ମଧ୍ୟ ଲକ୍ଷ୍ମୀ ତାଙ୍କ ପାଖରେ ରୁହନ୍ତି ନାହିଁ ।

୨- ଯେତେବେଳେ କୌଣସି ବ୍ୟକ୍ତି ନିଜର ଦୌଲତ ହରେଇ ଥାଏ, ସେତେବେଳେ ତା ସ୍ତ୍ରୀ, ସାଙ୍ଗ, ପରିବାର ସବୁ ଦୁରେଇ ଯାଆନ୍ତି କିନ୍ତୁ ଯେତେବେଳେ ତା ପାଖକୁ ଦୌଲତ ଆସେ ସେତେବେଳେ ସେମାନେ ଫୁଣି ତା ପାଖକୁ ଫେରି ଆସନ୍ତି । ତେଣୁ ସବୁଠାରୁ ବଡ଼ ମିତ୍ରତା ହେଉଛି ଦୌଲତ ।ପା-ପ ଦ୍ୱାରା କମେଇ ଥିବା ପଇସା ଦଶ ବର୍ଷ ପର୍ଯ୍ୟନ୍ତ ରହିଥାଏ କିନ୍ତୁ ଏଗାର ବର୍ଷ ରେ ସେ ଯାହା ହେଲେବି ଲୁପ୍ତ ହୋଇଯାଏ ।

ଜଣେ ମହାନ ବ୍ୟକ୍ତି ଯେତେବେଳେ କିଛି ଭୁଲ କର୍ମ କରେ ସେତେବେଳେ ତାକୁ କେହି କିଛି କୁହନ୍ତି ନାହିଁ ଏବଂ ଯେତେବେଳେ କୌଣସି ଛୋଟ ଲୋକ ଭଲ କାର୍ଯ୍ୟ କରେ ତଥାପି ତାକୁ ଧିତ୍କାର ମିଳେ । ଦେଖିବାକୁ ଗଲେ ରା-ହୁ ଅ-ମୃ-ତ ପିଇଥିବାରୁ ତା ବେକ କଟା ଗଲା କିନ୍ତୁ ମହାଦେବ ବିଷ କୁ ପାନ କରି ତାକୁ ନିଜ ଗଳା ର ଅଳଙ୍କାର ବନେଇ ଦେଲେ ।

ଏକ ସତ୍ୟ ଭୋଜନ ତାହା ଯାହା ବ୍ରାହ୍ମଣ ଙ୍କୁ ଦେବା ପରେ ଶେଷ ହୁଏ ଏବଂ ପ୍ରେମ ତାହା ଯାହା ଅନ୍ୟକୁ କରାଯାଏ । ସିଏ ବୁଦ୍ଧିମାନ ଯିଏ ପା-ପ କରିବାରୁ ଅଟକି ଥାଏ ଏବଂ ତାହା ଦାନ ଯାହା ବିନା ଦେଖେଇ ଦିଆଯାଏ ।୩- ଯେତେବେଳେ କୌଣସି ବ୍ୟକ୍ତି କୁ କୌଣସି ଜିନିଷ ର ପରଖ ନଥାଏ ସେତେବେଳେ ସେ ରତ୍ନ କୁ ଗୋଡ଼ ତଳେ ଏବଂ ଘାସ କୁ ମୁଣ୍ଡ ଉପରେ ରଖେ ତେବେ ଏହା ଦ୍ଵାରା ନା ରତ୍ନ ର ମୂଲ୍ୟ କମେ ନା ଘାସ ର ମୂଲ୍ୟ ବଢ଼ିଥାଏ । ତେବେ ଜଣେ ଜ୍ଞାନୀ ବ୍ୟକ୍ତି ହିଁ ସବୁ ଠିକ କରିପାରେ ।

ଜଣେ ଚ-ଣ୍ଡା-ଳ ସେତେବେଳେ ହୁଏ ଯେତେବେଳେ ଜଣେ ଦୁର ରୁ ଥକି କରି ଆସିଥିବା ଅତିଥି ଙ୍କୁ ସମ୍ମାନ ନ ଦେଇ ରାତ୍ରି ଭୋଜନ ନିଜେ କରେ ।

ଜଣେ ବ୍ୟକ୍ତି କୁ ଚାରି ବେଦ ର ଜ୍ଞାନ ରହିଛି କିନ୍ତୁ ଯେ ପର୍ଯ୍ୟନ୍ତ ସେ ନିଜର ଆତ୍ମା ର ଅନୁଭୂତି କରି ନ ପାରେ ସେ ପର୍ଯ୍ୟନ୍ତ ସେ ସେହି ଚାମଚ ଭଳି ଯିଏ ସ୍ୱାଦିଷ୍ଟ ଭୋଜନ ବନେଇଲା କିନ୍ତୁ ନିଜେ କିଛି ଚାଖି ନାହିଁ । ଦୁନିଆ କୁ ବାନ୍ଧିବା ର ଗୋଟିଏ ଶକ୍ତି ରହିଛି ତାହା ହେଉଛି ପ୍ରେମ ଯେମିତି ମହୁମାଛି କାଠ କୁ ମଧ୍ୟ କଣା କରିଦେବ କିନ୍ତୁ ସେ କୋମଳ ଫୁଲ କୁ କେବେବି କଣା କରେ ନାହିଁ ପଛେ ତା ଜୀଵନ ମଧ୍ୟ ପଳାଉ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *