ପବିତ୍ର ସରସ୍ଵତୀ ପୂଜା ରେ ବାସ ଅଳ୍ପ ମହୁ ରେ କରନ୍ତୁ ଏହି ଉପାୟ, ପୁଣି ଦେଖନ୍ତୁ ଚମତ୍କାର, ଆପଣଙ୍କ ପିଲାଙ୍କ ଉପରେ ସବୁବେଳେ ରହିବ ମା’ ସରସ୍ବତୀଙ୍କ କୃପା

ବନ୍ଧୁଗଣ ଆସନ୍ତା କାଲି ମା ସରସ୍ଵତୀ ଙ୍କ ପୂଜା ଅର୍ଥର ବସନ୍ତ ପଞ୍ଚମୀ । ଯାହା ଏହି ଜାନୁଆରୀ ୨୬ ତାରିଖ ଗୁରୁବାର ଦିନ ପଡୁଛି । ଏହି ଦିନକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ତାହା ସହ ବାସ୍ତୁ ଶାସ୍ତ୍ରରେ ମଧ୍ୟ ଏହା ସବୁଠାରୁ ଉତ୍ତମ ଦିନ ମଧ୍ୟରୁ ଗୋଟିଏ ଅଟେ ବୋଲି କୁହାଯାଇଛି । ଯଦି ଆପଣ ଏହି ସରସ୍ଵତୀ ପୁଜା ଦିନ ବାସ ଅଳ୍ପ ମହୁରେ ଏହି ଉପାୟ କରିନେଉଛନ୍ତି ତେବେ ଆପଣଙ୍କ ଭାଗ୍ୟ ଖୋଲାଯିବ ବୋଲି ଜାଣି ରଖନ୍ତୁ । ତେବେ ଡେରି ନ କରି ଚାଲନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ସରସ୍ଵତୀ ପୂଜାକୁ ଶ୍ରୀପଞ୍ଚମୀ ମଧ୍ୟ କୁହାଯାଏ । ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ଯେଉଁ ପୂଜା ବା ପାର୍ବଣ ଦିନରେ ଶ୍ରୀ ଲାଗିଥାଏ ସେହିଦିନ ଅତ୍ୟନ୍ତ ଶୁଭ ହୋଇଥାଏ, ଯେପରି ଶ୍ରୀଗୁଣ୍ଡିଚା । ବିଦ୍ୟାଦାତ୍ରୀ ମା ସରସ୍ଵତୀ ଛାତ୍ରଛାତ୍ରୀ ବା ବିଦ୍ୟାର୍ଥୀଙ୍କୁ ଓ ସଙ୍ଗୀତ ସାଧକଙ୍କୁ ବିଶେଷ କୃପା ପ୍ରଦାନ କରିଥାନ୍ତି ।

ଯେଉଁ ପିଲାମାନଙ୍କ ପାଠ ପଢିବାରେ ସମସ୍ଯା ଦେଖା ଦେଉଥାଏ, ସେହି ମାନଙ୍କ ଲାଗି ଏହିଦିନ ବିଶେଷ ପୂଜାର୍ଚ୍ଚନା କରିବାର ବିଧି ରହିଛି ଜଣା ଯାଇଥାଏ ।  ବନ୍ଧୁଗଣ ଆପଣ ସମସ୍ତେ ଜାଣିଛନ୍ତି ମା ସରସ୍ଵତୀ ହେଉଛନ୍ତି ବିଦ୍ୟାର ଭଣ୍ଡାର । ସମସ୍ତଙ୍କୁ ବିଦ୍ୟା ପ୍ରଦାନ କରିଥାନ୍ତି । ଖାଲି ସେତିକି ନୁହେଁ ମା ସରସ୍ଵତୀ ଯଦି ପ୍ରସନ୍ନ ହୋଇଥାନ୍ତି ତେବେ ନିଜ ଭକ୍ତ ମାନଙ୍କ ସମସ୍ତ ଇଚ୍ଛା ମଧ୍ୟ ପୂରଣ କରିଥାନ୍ତି ।

 

ଠିକ ସେହିପରି ଭାବରେ ସରସ୍ଵତୀ ପୂଜା ଦିନ ଆପଣଙ୍କୁ ବାସ ଭକ୍ତିର ସହିତ ମାଙ୍କୁ ପୁଜା ଅର୍ଚ୍ଚନା କରିବାକୁ ପଡ଼ିବ । ଆପଣମାନେ ଜାଣିଥିବେ ସରସ୍ଵତୀ ପୂଜା ଦିନ ବହୁ ପ୍ରକାରର ଭୋଗ ରାଗ ଦେଇ ମା ସରସ୍ଵତୀ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ମାତା ସରସ୍ୱତୀ ଙ୍କୁ ଶ୍ୱେତ ବସ୍ତ୍ର ଅର୍ପଣ କରନ୍ତୁ । ଏବଂ ଆପଣ ସରସ୍ଵତୀ ପୂଜା ଦିନ ହଳଦୀଆ ବସ୍ତ୍ର ଧାରଣ କରନ୍ତୁ ।

ଏହା ସହିତ ଅନ୍ୟ ଏକ ଉପାୟ ମଧ୍ୟ ରହିଛି ଯାହା ପ୍ରୟୋଗ କରାଯାଇଥାଏ । ଉପାୟ ଟି ହେଉଛି, ବାଣୀ ରେ ମଧୁରତା ଆଣିବା ନିମନ୍ତେ ଆପଣ ଏକ ପାତ୍ରରେ ଅଳ୍ପ କିଛି ମହୁ ନିଅନ୍ତୁ ଏବଂ ତା’କୁ ଦେବୀ ସରସ୍ୱତୀ ଙ୍କ ନିକଟରେ ଅର୍ପଣ କରନ୍ତୁ । ଆପଣ ପ୍ରତିଦିନ ନିଜ ଦିନର ଆରମ୍ଭ ଏହି ମହୁ ସେବନ କରି କରନ୍ତୁ । ଏହା ଶୁଭ ଦାୟକ ହୋଇଥାଏ । ଏହି ପ୍ରୟୋଗ ଛୁଆ ମାନଙ୍କ ଠାରୁ ବୃଦ୍ଧ ମାନେ ମଧ୍ୟ କରି ପାରିବେ ।

Leave a Reply

Your email address will not be published. Required fields are marked *