Vastu Tips- କଣ ଆପଣ ଘରେ ସୋରିଷ ତେଲରେ ଦୀପ ଜାଳନ୍ତି ? ତେବେ ଏହାକୁ ଠାରେ ନିଶ୍ଚୟ ପଢନ୍ତୁ…

ବନ୍ଧୁଗଣ ଆମେ ପ୍ରତେକ ଦିନ ଭଗବାନଙ୍କୁ ପୂଜା ଅର୍ଚ୍ଚନା କରିଥାଉ । ଭଗବାନ ଙ୍କ ନିକଟରେ ପ୍ରତି ଦିନ ଦୀପ ଜାଳିବା ଆବଶ୍ୟକ ହୋଇଥାଏ । ଏହି ଦୀପ କେବଳ ଆଖ ପାଖରେ ଥିବା ଅନ୍ଧାରକୁ ଦୂର କରେନି ବରଂ ଆମ ଜୀବନରେ ଥିବା ସମସ୍ୟା ସବୁକୁ ଶେଷ କରିଥାଏ । ଭଗବାନ ଙ୍କ ନିକଟରେ ଦୀପ ଜଳାଇବା ଦ୍ବାରା ଘରେ ସକାରାତ୍ମକ ଶକ୍ତିର ଆଗମନ ହୋଇଥାଏ । ଶାସ୍ତ୍ର ଅନୁଯାୟୀ ଯଦି ବ୍ୟକ୍ତି ସ୍ଵଚ୍ଛ ମନରେ ଦୀପ ଜଳାଇଥାଏ ତେବେ ତାହାର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

ଏବଂ ଜୀବନରେ ସୁଖ ସମୃଦ୍ଧ ର ଆଗମନ ହୋଇଥାଏ । ଦୀପ ଦେତେ ଡେରି ପର୍ଯ୍ୟନ୍ତ ଜଳିଥାଏ ତାହାକୁ ସେତେ ଶୁଭ ବୋଲି କୁହାଯାଇଥାଏ । କିନ୍ତୁ ବାସ୍ତୁ ଶାସ୍ତ୍ରରେ ଏପରି କିଛି ନିୟମ ରହିଛି ଯାହା ଦ୍ଵାରା ବ୍ୟକ୍ତିର ଜୀବନରେ ସୁଖ ସମୃଦ୍ଧି ଲାଗିରହିଥାଏ । ତେବେ ଚାଲନ୍ତୁ ଜାଣିବା । ବନ୍ଧୁଗଣ ଘରେ ସବୁବେଳେ ଠାକୁର ଘର ଇସାନ କୋଣ ମାନେ ଉତ୍ତର ପୂର୍ବ ଦିଗରେ କରିବା ଉଚିତ ।

ଏବଂ ପୂଜା କରିବା ସମୟରେ ଦୀପ ର ମୁହଁ ପୂର୍ବ କିମ୍ବା ଉତ୍ତର ଦିଗ ହେବ ନିହାତି ଜରୁରୀ । ଏହା ଦ୍ୱାରା ଘରେ ସବୁବେଳେ ଭଗବାନ ଙ୍କ ଆଶୀର୍ବାଦ ରହିଥାଏ । ଏବଂ ସମସ୍ତ ମନସ୍କାମନା ପୂର୍ଣ୍ଣ ମଧ୍ୟ ହୋଇଥାଏ । ଦୀପ ଘିଅ କିମ୍ବା ତେଲରେ ଜଳାଇବାର ନିୟମ ରହିଛି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘିଅର ଦୀପ ସବୁବେଳେ ଘରେ ପବିତ୍ରତା ଆଣିଥାଏ । ଏବଂ ଏହା ଲିଭିବା ପରେ ମଧ୍ୟ କିଛି ସମୟ ପାଇଁ ନିଜର ଚମତ୍କାରି ଉର୍ଜା କୁ ବାଜୟୀ ରଖିଥାଏ ଯାହା ଦ୍ଵାରା ଘରେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଖାସ ସମୟରେ ଆମକୁ ସୋରିଷ ତେଲରେ ଦୀପ ଲଗାଇବା ଅତ୍ୟନ୍ତ ଶୁଭ ହୋଇଥାଏ । ଯେପରି ଦୀପାବଳୀ ଦିନ ସୋରିଷ ତେଲର ଦୀପ ବ୍ୟବହାର କରିବା ଉଚିତ ହୋଇଥାଏ । ପ୍ରତେକ ଶନିବାର ଦିନ ପ୍ରଭୁ ଶନିଦେବ ଙ୍କୁ ପ୍ରସନ୍ନ କରିବା ପାଇଁ ସୋରିଷ ତେଲର ଦୀପ ନିଶ୍ଚିତ ଭାବରେ ଜାଳନ୍ତୁ । ଦେଖିବେ ଶନିଦେବ ଙ୍କ କୃପା ଆପଣଙ୍କ ଉପରେ ରହିବ । ଏବଂ ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । ଘରେ ଆର୍ଥିକ ସମସ୍ୟା ରହିବ ନାହିଁ । ପରିବାରରେ ଯଦି କୌଣସି କଳହ ଲାଗିରହିଛି ତେବେ ଏହା ମଧ୍ୟ ଦୂର ହେବ ।

ଶାସ୍ତ୍ର ଅନୁସାରେ ଘିଅ ର ଦୀପ ସର୍ବଦା ନିଜ ଡାହାଣ ପଟେ ଓ ତେଲ ର ଦୀପ ସର୍ବଦା ନିଜର ବାମ ପଟେ ରଖିବା ଉଚିତ । କେବେବି ଘିଅ ରେ ତେଲ ମିଶେଇ ଦୀପ ଜାକିବା ଉଚିତ ନୁହେଁ । ଶୁଦ୍ଧ ଗାଈ ର ଘିଅ ର ଦୀପ ଜାଳିଲେ ବାତାବରଣ ଶୁଦ୍ଧ ହୋଇଥାଏ । ଏବଂ ଏଥିରେ କୀଟାଣୁ କି ମାରିବାର ଶକ୍ତି ଥାଏ । ଏବଂ ରାଶି ତେଲ ରେ ମଧ୍ୟ ବହୁତ ଫାଇଦା ଅଛି ଏଥିରେ ଅମ୍ଳଜାନ ଶକ୍ତି ମିଳିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *