ଶୁକ୍ର ବାର ନିଜ ପର୍ସ ରେ ରଖିଦିଅନ୍ତୁ 9 ଟା ରୁ ଯେକୌଣସି 1 ଜିନିଷ – ମାତା ଲକ୍ଷ୍ମୀଙ୍କ କୃପାରୁ ଘରକୁ ଆସିବ ସୁଖ ସମୃଦ୍ଧି

ନମସ୍କାର ବନ୍ଧୁଗଣ ଆଜି ଆମେ ନିଜ ପର୍ସ ରେ ଏପରି କିଛି ଜିନିଷ ଅଛି ଯାହାକୁ ରଖିଲେ ଆମର ଧନ ର ବୃଦ୍ଧି ହେବ ଏବଂ ତା ସହିତ ଅଯଥା ଖର୍ଚ୍ଚ ହେବ ନାହିଁ । ସର୍ଵଦା ଧନ ପାଖରେ ରହିବ ସେହି ବିଷୟରେ ଆଲୋଚନା କରିବା । ପର୍ସ କୁ କିଣିବା ଅପେକ୍ଷା ଯଦି କେହି ତାକୁ ଉପହାର ଦିଏ ତେବେ ତାହା ଅଧିକ ଲାଭଦାୟକ ହୋଇଥାଏ ।
ଦ୍ଵିତୀୟ କଥାଟି ହେଉଛି ଆପଣ ଯେଉଁ ପର୍ସ କୁ ରଖୁଛନ୍ତି ତାହାକୁ ପ୍ରତି ବର୍ଷ ରେ ଥରେ ବଦଳାଇ ଥାଆନ୍ତୁ । ଏହା ଦ୍ୱାରା ମଧ୍ୟ ଲାଭ ମିଳିବ ।
କେହି କେହି ଭାବନ୍ତି କି ଏହି ପର୍ସ ଟି ହେଉଛି ମୋ ପାଇଁ ଶୁଭ ଯେବେଠୁ ମୋ ପାଖରେ ଅଛି ସେବେଠାରୁ ମୋର ଧନ ବୃଦ୍ଧି ହେଉଛି କିମ୍ବା ମୁଁ ଖୁସିରେ ଅଛି । ଏହା ଭାବିବା ଭୁଲ । କାରଣ ପର୍ସ ପୁରୁଣା ହେବା ମାତ୍ରକେ ତାକୁ ବଦଳାଇ ଦିଅନ୍ତୁ । କାରଣ ଟଙ୍କା ପଇସା କୁ ଆମେ ମାତା ଲକ୍ଷ୍ମୀ କହିଥାଉ ତେଣୁ ମାତା ଲକ୍ଷ୍ମୀ କେବେବି ଅପରିଷ୍କାର ସ୍ଥାନରେ ରହିବା ପସନ୍ଦ କରନ୍ତି ନାହିଁ । ତେଣୁ ନିଜ ପର୍ସ କୁ ବର୍ଷକୁ ଥରେ ବଦଳାଇ ଦିଅନ୍ତୁ ।
ଯେତେବେଳେ ପୁରୁଣା ପର୍ସ କୁ ବଦଳାଇ ନୂତନ ପର୍ସ ନେବେ ସେତେବେଳେ ସେହି ପୁରୁଣା ପର୍ସ କୁ ଏଣେ ତେଣେ ନ ଫୋପାଡ଼ି କିମ୍ବା କାହାକୁ ନ ଦେଇ ଏକ ଗଛ ମୂଳରେ ରଖିଦେବା ଉଚିତ ।
ଏବଂ ଆଜି କାଲିର ଆଧୁନିକ ଯୁଗରେ ସବୁ କାର୍ଯ୍ୟ ଅନଲାଇନ ମାଧ୍ୟମରେ ହେଉଛି । ଦରମା ମଧ୍ୟ ଅନଲାଇନ ରେ ମିଳୁଛି ଏବଂ ଆମେ ମାନେ ସେହି ଅନଲାଇନ ରେ ହିଁ ପାଇସା ଖର୍ଚ୍ଚ କରୁଛୁ କିନ୍ତୁ ଏଭଳି କରିବା ଉଚିତ ନୁହେଁ ଏବଂ ଆଉ କିଛି ଲୋକ ନିଜ ପାଖରେ ପର୍ସ ମଧ୍ୟ ରଖନ୍ତି ନାହିଁ କିନ୍ତୁ ଏଭଳି କରିବା ଅନୁଚିତ । ସର୍ଵଦା ନିଜ ପାଖରେ ପର୍ସ ଏବଂ ତା ଭିତରେ କିଛି ପଇସା ରଖିବା ଆବଶ୍ୟକ ଏବଂ ଘରର କୌଣସି ବି ଝିଅ କିମ୍ବା ସ୍ତ୍ରୀ କିମ୍ବା ମାଆ ଙ୍କୁ ସେହି ପଇସା ଦିଅନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ବହୁତ ଖୁସି ହୋଇ ଥାଆନ୍ତି ଏବଂ ଅଯଥା ଖର୍ଚ୍ଚ ହୁଏ ନାହିଁ । ଯେଉଁମାନେ ପର୍ସ ବ୍ୟବହାର କରୁଛନ୍ତି ସେମାନେ ନୋଟ ସବୁ ସାଇଜ ଭାବରେ ରଖନ୍ତୁ । ପର୍ସ ଭିତରେ କାହାରି ବି ଫୋଟୋ ରଖନ୍ତୁ ନାହିଁ । ସେ ବାପା ମାଆ କିମ୍ବା ପିଲା ସ୍ତ୍ରୀ କାହାର ଫୋଟୋ ବି ରଖନ୍ତୁ ନାହିଁ ।
କୌଣସି ବିଲ ମଧ୍ୟ ରଖନ୍ତୁ ନାହିଁ । କିମ୍ବା କାହାର ଭିଜିଟିଙ୍ଗ କାର୍ଡ ମଧ୍ୟ ରଖନ୍ତୁ ନାହିଁ । ଏହା ଦ୍ଵାରା ଅଯଥା ଖର୍ଚ୍ଚ ବୃଦ୍ଧି ହୋଇଥାଏ । ସମସ୍ୟା ମଧ୍ୟ ଦେଖା ଦେଇଥାଏ ସେଥିପାଇଁ ପର୍ସ ରେ ଏହି ଜିନିଷ କେବେ ରଖନ୍ତୁ ନାହିଁ ।
ଏବଂ ନିଜର ପର୍ସ କୁ ସର୍ଵଦା ସଫା ରଖନ୍ତୁ । ଏହା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇ ଥାଆନ୍ତି ।
ତେବେ ଚାଲନ୍ତୁ ଜାଣିନେବା ପର୍ସ ରେ କଣ ରଖିବା ଉଚିତ । ତେବେ ବାସ୍ତୁ ଶା-ସ୍ତ୍ର ଅନୁସାରେ ଆପଣ ନିଜ ପର୍ସ ରେ ନାଲି କାଗଜ, ଚାଉଳ, ଚାନ୍ଦି ପଇସା, ଗଣେଶ ଏବଂ ମାତା ଲକ୍ଷ୍ମୀ ଙ୍କ ଫୋଟୋ, ଓସ୍ତ ଗଛ ର ପତ୍ର, ଗୋମତି ଚକ୍ର,ଏବଂ ରୁଦ୍ରାକ୍ଷ । ଏହି ସବୁକୁ ରଖିଲେ ଆପଣଙ୍କ ପର୍ସରେ କେବେବି ଧନ ର ଅଭାବ ହେବ ନାହିଁ । ଏବଂ ସମସ୍ତ ସମସ୍ୟା ମଧ୍ୟ ଦୁର ହୋଇ ଥାଏ ।

ଆପଣଙ୍କୁ ଆମର ଏହି ପୋଷ୍ଟ ଟି ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ଅନେକ ନୂଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *