ନ୍ୟାୟ ପାଇଁ ଲଢି ଲଢି ଥକି ଗଲେଣି Tapaswini, ଶେଷରେ କାନ୍ଦି କାନ୍ଦି ସମସ୍ତଙ୍କୁ କହିଲେ, ହାତ ଯୋଡୁଛି ମତେ ନ୍ୟାୟ ଦେବାରେ ସାହାଯ୍ୟ କର…ଦେଖନ୍ତୁ Video

ହାତ ଯୋଡୁଛି  ସାହାଜ୍ଯ କର ଆଜି କହିଛନ୍ତି ତପସ୍ଵିନୀ ।  ଆପଣ ସମସ୍ତେ ତପସ୍ଵିନୀ ଙ୍କ କାହାଣୀ ନିଶ୍ଚିନ୍ତ ଭାବରେ ଜାଣିଥିବେ । ତପସ୍ଵିନୀ ନିଜର ସ୍ବାମୀ ସୁମିତ ଙ୍କ ପାଖରେ ରହିବାକୁ ଦୁନିଆ ଏବଂ ସୁମିତ ଙ୍କ ପରିବାର ଲୋକଙ୍କ ସହିତ ନ୍ୟାୟ ପାଇଁ ଲଢେଇ କରୁଛନ୍ତି । ତପସ୍ଵିନୀ ଏବଂ ସୁମିତ ବର୍ତ୍ତମାନ ସର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ସୁମିତ ଏବେ କୁଆଡେ ଚାଲିଯାଇଛନ୍ତି, ସେ କୋଉଠି ଅଛନ୍ତି ଏହା କେହି ମଧ୍ୟ ଜାଣନ୍ତି ନାହିଁ । ତପସ୍ଵିନୀ ସୁମିତ ଙ୍କ ଘର ବାହାରେ ଧାରଣା ଦେଇ ବସିଛନ୍ତି । ଚାହିଁବସିଛନ୍ତି ସୁମିତ ଙ୍କ ଫେରିବା ବାଟକୁ ।

ବର୍ତ୍ତମାନ ସେ ହାତ ଯୋଡ଼ି ସମସ୍ତଙ୍କୁ ଅନୁରୋଧ କରିଛନ୍ତି କି ତାଙ୍କୁ ସାହାଯ୍ୟ କରନ୍ତୁ । ତପସ୍ୱିନୀ ପାରିବାରିକ ବିବାଦରେ ଏହା ଏକ ନୂଆ ମୋଡ଼ ନେଇଛି । ତପସ୍ଵିନୀ ନ୍ୟାୟ ପାଇଁ ଜଗି ବସିଛନ୍ତି । କହିଛନ୍ତି ଆଜି ନ୍ୟାୟ ମିଳିନି ହେଲେ କାଲି ନିଶ୍ଚୟ ନ୍ୟାୟ ମିଳିବ । ନ୍ୟାୟ ଉପରେ ତାଙ୍କର ସମ୍ପୂର୍ଣ୍ଣ ଭରସା ରହିଛି । ଗତ କାଲି ସୁମିତ ଙ୍କ କୋର୍ଟ ଅବମାନନା ନେଇ ପିଟିସନ ଦାଖଲ କରିଥିଲେ ଏବଂ ଏହାର ଶୁଣାଣି SDGM କୋର୍ଟ ରେ ହୋଇଛି ।

ଉଭୟ ସୁମିତ ଏବଂ ତପସ୍ଵିନୀ ନିଜ ନିଜର ମତ ରଖିଛନ୍ତି । ଯୁକ୍ତି ଶୁଣିବା ପରେ କୋର୍ଟ ମାମଲା ଉପରେ ନିଜର ଆଦେଶ ଦେଇଥିଲେ । ସୁମିତ କୋର୍ଟ ର ଆଦେଶ ଅବମାନନା କରିବା ପାଇଁ ଏକ ସ୍ବତନ୍ତ୍ର ଅଭିଯୋଗ ଦାଖଲ ପାଇଁ ତପସ୍ଵିନୀ ଙ୍କୁ ପରାମର୍ଶ ଦେଇଛନ୍ତି । ଏବଂ ତାଙ୍କର ପିଟିସନ ର ଶୁଣାଣି ଆସନ୍ତା ୨୦ ତାରିଖ ରହୁଥିବାରୁ ବର୍ତ୍ତମାନ ତପସ୍ଵିନୀ ପୁଣି ଥରେ ବ୍ରହ୍ମପୁର ସ୍ଥିତ ସୁମିତ ଙ୍କ ଘର ବାହାରେ ବସି ରହିଛନ୍ତି । ପୋଲିସ ଅଧିକାରୀ ସୁମିତ ଙ୍କ ପରିବାର ଲୋକଙ୍କ ସହିତ କଥା ହୋଇଛନ୍ତି କିନ୍ତୁ ପରିବାର ଲୋକ ସୁମିତ ଙ୍କ ଠିକଣା କହିବାକୁ ନାରାଜ ।

ସୁମିତ କୋଉଠି ଅଛନ୍ତି ତାହାର ତଦନ୍ତ କରିବାପାଇଁ ପୋଲିସ ଙ୍କ ଏକ ଟିମ ଲଗୁପଡ଼ିଛି । ତପସ୍ଵିନୀ ଙ୍କ ତପସ୍ୟା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ । ତାଙ୍କ ଆଖିରୁ ଲୁହ ମଧ୍ୟ ସୁଖୁନାହିଁ । ସେହି କୋହ ସେହି କଷ୍ଟ ଭିତରେ ପୁଣି ଥରେ ସମସ୍ତଙ୍କୁ ନିବେଦେନ କରିଛନ୍ତି ତାଙ୍କୁ ସାହାଯ୍ୟ କରିବା ପାଇଁ । ତାଙ୍କର କେବଳ ଗୋଟିଏ କଥା ରହିଛି କି ସେ ତାଙ୍କ ସ୍ବାମୀଙ୍କୁ ଫେରି ପାଇବେ । ତପସ୍ଵିନୀ କହିଛନ୍ତି ଯଦି ସେ ଜଣତ ବା ଅଜାଣତରେ କୌଣସି ଭୁଲ କରିଛନ୍ତି ସୁମିତ ତାଙ୍କୁ କୁହନ୍ତୁ ସେ ତାଙ୍କ ସ୍ତ୍ରୀ ।

ବିବାହ କରିଛନ୍ତି ମାନେ ସାତ ସାତ ଜନ୍ମ ପାଇଁ କ୍ଷମା କରିବା ଉଚିତ । ସ୍ବାମୀ ସ୍ତ୍ରୀ ଭିତରେ ଝଗଡ଼ା ହୋଇଥାଏ କିନ୍ତୁ ଏହା ମାନେ ଏହା ନୁହେଁ କି ସୁମିତ ତାଙ୍କୁ ଏମିତି ବର୍ବାଦ କରିବେ ବୋଲି ମିଡିଆ ଆଗରେ କହିଛନ୍ତି ତପସ୍ଵିନୀ । ତପସ୍ଵିନୀ ପୁରା ରାଜ୍ୟର ଲୋକମାନଙ୍କୁ ହାତ ଯୋଡ଼ି ତାଙ୍କୁ ସାହାଯ୍ୟ କରିବାକୁ କହିଛନ୍ତି । ତପସ୍ଵିନୀ ନିଜର ନ୍ୟାୟ ପାଇଁ ଲଢ଼ିବେ ଏବଂ ସେ ନ୍ୟାୟ ପାଇବେ ବୋଲି ମାନନୀୟ ନ୍ୟାୟାଳୟ ଉପରେ ଭରଷା ରଖିଛନ୍ତି ବୋଲି ମଧ୍ୟ କହିଛନ୍ତି ।

ତପସ୍ଵିନୀ କାଲି ରାତିଠାରୁ ସୁମିତ ଙ୍କ ଘର ବାହାରେ ଶୀତ କାକରରେ ବସି ରହିଛନ୍ତି । ତପସ୍ଵିନୀ ଙ୍କ ଆଖିରେ କେବଳ ଗୋଟେ ସ୍ବପ୍ନ ସୁମିତ ଙ୍କୁ ସେ ଫେରି ପାଇବେ । ତାଙ୍କର ସୁଖର ସଂସାର ପୁଣି ଥରେ ଫେରିଆସିବ । ତପସ୍ଵିନୀ ନିଜର ଲଢେଇ ଦ୍ୱାରା ଅନ୍ୟ ପୀଡିତ ମହିଳା ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *