ନ୍ୟାୟ ନହେବା ଯାଏଁ ମୁଁ Sumitଙ୍କ ଘର ସାମ୍ନାରେ ହିଁ ବସିବି ଏଇଟା ମୋ ଶେଷ ନିସ୍ପତି, ଦେଖନ୍ତୁ Video କଣ କହୁଛନ୍ତି Tapaswini

ନମସ୍କାର ବନ୍ଧୁଗଣ ଆପଣମାନେ ସମସ୍ତେ ତପସ୍ଵିନୀ ଙ୍କ ନ୍ୟାୟର ଲଢେଇ ବିଷୟରେ ଅବଗତ ଅଛନ୍ତି । ତପସ୍ଵିନୀ ଏବଂ ସୁମିତ ବର୍ତ୍ତମାନ ପୁରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଦୀର୍ଘ ଦିନ ହେବ ବ୍ରହ୍ମପୁର ର ବୋହୂ ତପସ୍ଵିନୀ ଦାସ ନିଜ ସ୍ଵାମୀଙ୍କ ଘରକୁ ଫେରିବା ପାଇଁ ଲଢେଇ କରୁଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ସ୍ଵାମୀ ସୁମିତ କେଉଁଠାକୁ ଲୁଚିକୁ ପଳାଇଛନ୍ତି ତେଣୁ ତପସ୍ଵିନୀ ପୁଣି ଥରେ ନିଜ ଶଶୁର ଘର ମାନେ ସୁମିତ ଙ୍କ ଘରେ ବାହାରେ ଶୀତ କାକରରେ ଧାରଣା ରେ ବସିଛନ୍ତି ।

ସୁମିତ ଙ୍କୁ ଅପେକ୍ଷା କରିଛନ୍ତି ତପସ୍ଵିନୀ । ସେ କହିଛନ୍ତି ସେ ସୁମିତ ଏବଂ ତାଙ୍କ ଘର ଛାଡ଼ି କୁଆଡେ ଯିବେ । ସୁମିତ ଏବଂ ତାଙ୍କ ପରିବାର ଲୋକେ ତାଙ୍କୁ ଆପଣାଇବା ପର୍ଯ୍ୟନ୍ତ ସେ ସେଠାରେ ରହିବେ,ଖାଇବେ ଆଊ କୁଆଡେ ବି ଯିବେ ନାହିଁ । ତପସ୍ଵିନୀ IIC ଙ୍କୁ ଲିଖିତ ଭାବରେ ଦେବା ପରେ ମଧ୍ୟ ସେଠାରୁ କୌଣସି ପଦକ୍ଷେପ ନିଆଯାଇନାହିଁ । ସେ ପ୍ରଥମ ପିଟିସନ ରଖିଥିଲେ କି ସେ ତାଙ୍କ ସ୍ଵାମୀ ଙ୍କ ସହ ତାଙ୍କ ଶଶୁର ଘରେ ରହିବାକୁ ଚାହୁଁଛନ୍ତି । କିନ୍ତୁ ସୁମିତ ଙ୍କ ଓକିଲ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମାନ୍ୟବର ଅଦାଲତ ଙ୍କୁ ସମୟ ମାଗିଥିଲେ ମାତ୍ର ଅଦାଲତ ତାଙ୍କୁ ୨୦ ଦିନରେ ସମୟ ଦେଇଥିଲେ ।

ଏବଂ ତାଙ୍କର ନିଷ୍ପତି ଜଣାଇବାକୁ କହିଛନ୍ତି । କୋର୍ଟ ର ନିର୍ଦ୍ଦେଶକୁ ଜେଉଁପରି ସୁମିତ ଅବଲମ୍ବନ କରିଛନ୍ତି ଏବଂ ପଳାଇଛନ୍ତି ତାହା ମଧ୍ୟ ତପସ୍ଵିନୀ ଲିଖିତ ଭାବରେ ଦର୍ଶାଇଛନ୍ତି । ଗତ କାଲି SDJM କୋର୍ଟ ରେ ତପସ୍ଵିନୀ ଙ୍କୁ ଏପରି କେସ ପୋଲିସ ଙ୍କ ନିକଟରେ ବା ମଜେଷ୍ଟେଟ ଙ୍କ ନିକଟରେ ଅପିଲ କରାଯାଏ ବୋଲି ମାନ୍ୟବର ଜଜ କହିଥିଲେ ।

ତପସ୍ଵିନୀ ନିଜେ ଆସ୍କା ପୋଲିସ ଷ୍ଟେସନ ରେ ଏହି ସମ୍ପର୍କରେ କହିସରିଛନ୍ତି କିନ୍ତୁ ଏହା ପରେ ମଧ୍ୟ ସେଠାରୁ କୌଣସି ପ୍ରକାରର କାର୍ଯ୍ୟ ଅନୁଷ୍ଠାନ କରାଯାଇନାହିଁ । ସେ ତାଙ୍କ ଓକିଲ ଙ୍କ ସାହାଯ୍ୟ ନେଇ ଏହି ଘଟଣା ବାବଦରେ ମଜେଷ୍ଟେଟ ଙ୍କ ନିକଟରେ ନ୍ୟାୟ ପାଇଁ ଆବେଦନ କରିବେ ।

ତପସ୍ଵିନୀ ରହୁଥିବା IB ର ସମ୍ପୂର୍ଣ୍ଣ ଖର୍ଚ୍ଚ ସେ ନିଜେ ଅତିବାହିତ କରିଛନ୍ତି । ସେଠାରୁ ତାଙ୍କୁ ବାହାର ମଧ୍ୟ କରାଯାଉଥିଲା । କିନ୍ତୁ ସେ ଧର୍ଯ୍ୟ ହାରିନଥିଲେ । ସେ IB ରେ ଆଊ କେତେଦିନ ରହିବେ ଆଊ କାହା ଉପରେ ଭରସା କରି ରହିବେ ବୋଲି କହିଛନ୍ତି । ତେଣୁ ସେ ନିଜ ସ୍ଵାମୀଙ୍କ ଘର ସାମ୍ନାରେ ପୁଣି ଥରେ ଧାରଣା ଦେଇ ବସିଛନ୍ତି । ଏବଂ ନ୍ୟାୟ ହେବ ବୋଲି ଭରସା ରଖିଛନ୍ତି । ମାନ୍ୟବର କୋର୍ଟ ଅନୁଯାୟୀ ସେ କେଉଁଠାରେ ରହିବେ ବୋଲି ଏପର୍ଯ୍ୟନ୍ତ କୌଣସି ନିଷ୍ପତି ନିଆଯାଇନାହିଁ ।

ତେଣୁ ତାଙ୍କ ଶଶୁର ଘର ଠାରୁ ସୁରକ୍ଷିତ ସ୍ଥାନ ଆଊ କେଉଁଠି ନାହିଁ ବୋଲି ସେ କହିଛନ୍ତି । ନ୍ୟାୟ ନ ମିଳିବା ଯାଏଁ ସେ ସୁମିତ ଙ୍କ ଘର ସାମ୍ନାରେ ରହିବେ ବୋଲି କହିଛନ୍ତି । ତପସ୍ଵିନୀ ପ୍ରମିଳା ମାଉସୀଙ୍କୁ ସାହାଯ୍ୟ କରିବାପାଇଁ ନିବେଦନ କରିଥିଲେ । ଏବଂ ପ୍ରମିଳା ମାଉସୀ ତାଙ୍କ ସହିତ ସେଠାରେ ବସିଛନ୍ତି । ସେ କହିଛନ୍ତି ଝିଅ ମାନେ ଖେଳନା ନୁହେଁ କି ଯେତେବେଳେ ଇଛା ହେଲା ବାହା ହବ ଆଊ ଯେତେବେଳେ ଇଚ୍ଛା ହେବ ଛାଡ଼ିଦେବ ।

ତପସ୍ଵିନୀ ଙ୍କ ଲଢେଇ ଦ୍ୱାରା ଦେଶର ହଜାର ହଜାର ପୀଡ଼ିତା ନିଜର ସ୍ଵର ଆଗକୁ ଆଣିବେ । ଏବଂ ନ୍ୟାୟ ପାଇଁ ଲଢ଼ିବେ । ତେବେ ବନ୍ଧୁଗଣ ତପସ୍ଵିନୀ ଙ୍କ ଲଢେଇ ବିଷୟରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *