Vastu Tips- ମହା ଅଶୁଭ ଅଟେ ଏହି 5ଟି ଗଛ, ଘର ପାଖରେ ଆଦୌ ରଖନ୍ତୁ ନାହିଁ, ମାଡି ଆସେ ଭୟଙ୍କର ଦାରିଦ୍ରତା…

କଥା ରେ ଅଛି ବୃକ୍ଷ ହେଉଛି ଆମ ବନ୍ଧୁ ।  ଯଦି ବୃକ୍ଷ ସଠିକ ବାସ୍ତୁ ଭାବେ ଆମ ଘରେ ରହି ନ ଥାଏ ତେବେ ଏହା ଆମ ପାଇଁ ଶତ୍ରୁ ପାଲଟି ଥାଏ ।  ତେବେ ଏହି ବୃକ୍ଷ ରହିବା ଦ୍ଵାରା ଘରେ ଅଭାବ ଅନାଟନ ଲାଗି ରହିଥାଏ ।  ତେବେ ସବୁ ବୃକ୍ଷ ଏହି ପରି ହୋଇ ନ ଥାନ୍ତି ।  କିଛି ବୃକ୍ଷ ଆମ ଜୀବନରେ ସୁଖ ଓ ସମୃଦ୍ଧି ଆଣିଥାନ୍ତି ।  ତେବେ ଆଜି ଆମେ ଜାଣିବା କେଉଁ ବୃକ୍ଷ ଆମ ଘରେ ରହିଲେ ଶୁଭ ଓ କେଉଁ ବୃକ୍ଷ ଆମ ଘରେ ରହିଲେ ଦୁଖ ଦାରିଦ୍ର ଆସିଥାଏ ।  ଆମ ଧର୍ମ ଶାସ୍ତ୍ର ଅନୁସାରେ କିଛି ଗଛ କୁ ବହୁତ ଶୁଭ ଓ ମଙ୍ଗଲ ମନାଯାଏ ।

  ସେହି ଗଛ  ଘରେ ବା ଘର ସାମ୍ନା ରେ ରହିଲେ ଘରେ ସକାରତ୍ମାକ ଊର୍ଜା ଆସିଥାଏ ।  ଯାହା ଫଳରେ ଘରେ ସୁଖ ଓ ଧନ ର ଆଗମନ ହୋଇଥାଏ ।  ତେବେ ସେହି ଗଛ ଗୁଡିକ ହେଉଛି ଗଙ୍ଗଶିଉଳି ଗଛ , ବେଲ ଗଛ , ବୃଷଙ୍ଗ ଗଛ , ଡାଳିମ୍ବ ଗଛ , ଅଁଳା ଗଛ , ତୁଲସୀ ଗଛ ଆଦି । ପ୍ରାଚୀନ କାଳରୁ କିଛି ଗଛ କୁ ଏପରି ମାନ୍ୟତା ଦିଆ ଯାଇଛି ଯେ ଏମାନଙ୍କ ମଧ୍ୟରେ ଭୁତ ପିଶାଚ , ତଥା ନକାରାତ୍ମକ ଜିନିଷ ସବୁର ବାସ ରହିଥାଏ ।  ତେଣୁ ଏହି ଗଛ ଯଦି ଘରେ ବା ଘରର ଚାରି ପକ୍ଷେ ରହିଥାଏ ତେବେ ଆପଣଙ୍କ ର ଆର୍ଥିକ ସଙ୍କଟ ସହ ମାନସିକ ଚିନ୍ତା ଦେଇଥାଏ । 

ତେବେ ଆଜି ଆମେ ଜାଣିବା କେଉଁ କେଉଁ ଗଛ ଅଶୁଭ ହୋଇଥାଏ ।  ପ୍ରଥମ ହେଉଛି କଣ୍ଟା ଜାତୀୟ ଗଛ ବା କ୍ଷୀର ବାହୁରିଥିବା ଗଛ ଯଦି ରହେ ତେବେ ଏହା ପାରିବାରିକ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସଙ୍କଟ ଆଣିଥାଏ ।  ଏହା କ୍ଲେଶ ସୃଷ୍ଟି କରିଥାଏ ।  ଦ୍ଵିତୀୟ ଗଛ ଖଜୁରୀ ଗଛ – ଏହି ଗଛ ଦେଖିବାକୁ ସୁନ୍ଦର ହେଲେ ମଧ୍ୟ ଏହା ବହୁତ ସମସ୍ଯା ଘରକୁ ଆଣିଥାଏ ।  ଏହା ଦାରିଦ୍ର ଓ ଦୁଖ  ଆଣିଥାଏ ।  

ତୃତୀୟ ଗଛ ବର ଗଛ – ଏହାକୁ ଘରେ ରଖିବା ଉଚିତ ନୁହେ ।  ଆପଣ ଏହାକୁ ଘର ଠାରୁ ଦୂରରେ ଲଗାଇ ପାରିବେ ।  କାରଣ ଏହା ବହୁତ ଶୀତଳତା ଦେଇଥାଏ । ଷଷ୍ଠ ଗଛ – ବବୁଲ କଣ୍ଟା ଜାତୀୟ ଗଛ –  ଏହା କେବେବି ଘରେ ଲଗାଇବା ଉଚିତ ନୁହେ ।  ଏହା ମଧ୍ୟ ଆପଣଙ୍କ ଘର ପାଇଁ ରୋଗ , ଦୁଖ ଓ ଦାରିଦ୍ରତା ଆଣିଥାଏ । 

ଚତୁର୍ଥ ଗଛ – ବାଉଁଶ ଗଛ ।  ଏହି ଗଛର ବହୁତ କାର୍ଯ୍ୟ ହୋଇଥାଏ ।  ଏହା ଶୁଭ ଓ ଅଶୁଭ କାର୍ଯ୍ୟ ରେ ବ୍ୟଭାର ହୋଇଥାଏ ।  କିନ୍ତୁ ଏଥିରେ ଭୁତ ପିଶାଚ ର ବାସ ହୋଇଥାଏ । ଯାହା ଫଳରେ ଘରେ ନକାର୍ତାମ୍କ ଊର୍ଜା ରହିଥାଏ ।  ପଞ୍ଚମ  ଗଛ ତେନ୍ତୁଳୀ ଗଛ –  ଏହି ଗଛ ଲଗାଇବା ଦ୍ଵାରା ଘରେ ବହୁତ ନକାରାତ୍ମକ ଊର୍ଜା ଆସିଥାଏ ।

Leave a Reply

Your email address will not be published. Required fields are marked *