ପାଠ ମନେ ରଖିବା ର ଗୋଟେ ଛୋଟ ଆଉ ବେସ୍ଟ ଉପାୟ, ନିଶ୍ଚିନ୍ତ କରିକି ଦେଖନ୍ତୁ

ମଣିଷ କୁ ମଣିଷ ଭାବରେ ଗଢିବାରେ ଶିକ୍ଷାର ଅବଦାନ କହିଲେ ନ ସରେ । ମା ‘ ଯଦି ଶିଶୁକୁ ଜନ୍ମ ଦେଇଥାଏ ତେବେ ଶିକ୍ଷା ପିଲାକୁ ମଣିଷ ହେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଶିକ୍ଷାଲ୍କୁ ଯିଏ ହୃଦୟ ରେ ସୁରକ୍ଷିତ କରି ରଖିଥାଏ ସମୟ ଆସିଲେ ସେହି ଶିକ୍ଷା ମଣିଷକୁ ସମାଜରେ ସମ୍ମାନ ଏବଂ ଗୌରବ ର ପତ୍ର କରି ଛିଡା କରିଥାଏ । ତେଣୁ ଆମ ଦେଶର ସାକାର ମଧ୍ୟ ପିଲାମାନଙ୍କୁ ଶିକ୍ଷିତ କରିବାର ଅନେକ ଯୋଜନା ଓ ନିୟମମାନ କରିଛନ୍ତି ।

ଯେଉଁ ଦେଶର ଲୋକେ ଯେତେ ଶିକ୍ଷିତ ହୁଅନ୍ତି ସେହି ଦେଶ ସେତେ ଆଗକୁ ବଢିଥାଏ । ମାତ୍ର କିଛି ଛାତ୍ରଛାତ୍ରୀମାନେ କହିଥାନ୍ତି କି ଆମେ ପାଠକୁ କାହିଁକି ମନେ ରଖିପାରୁନୁ । ଅନ୍ୟ ପିଲାମାନଙ୍କ ତୁଳନା ରେ ଆମ ଜ୍ଞାନ କମ୍ ଥାଏ । ଆଉ କିଛି ପିଲା କହୁଥାନ୍ତି କି ଅନ୍ୟପିଲାମାନଙ୍କ ପାଖରେ ଅର୍ଥ ଥିବା ହେତୁ ପୁସ୍ତକ ଗୁଡିକ କିଣିପାରୁଛନ୍ତି । ମାତ୍ର ଆମମାନଙ୍କ ପାଖରେ ପଇସା ର ଅଭାବ ।

ମାତ୍ର ଯାହାର ସକଳ୍ପ ଦୂଢ ଯାହା ମନରେ ଆଶା ଥାଏ ସେ ଥରକ ରେ ବିଷୟକୁ ମନେ ରଖିଥାଏ । ଆଉ କିଛି ଛାତ୍ରଛାତ୍ରୀ ବାହାନା ଖୋଜିଥାନ୍ତି । ଆଜି ଆମେ ଆପଣଙ୍କୁ ପାଠ ମନେ ରଖିବାର 3 ଟି ସହଜ ଉପାୟ ସମ୍ବନ୍ଧରେ କହିବୁ । ଆପଣ ତାହାକୁ ମନେ ରଖନ୍ତୁ ଦେଖିବେ ଆପଣଙ୍କ ପାଠ ଶୀଘ୍ର ମନେ ରହିବ । 1- ଆପଣ ଯାହା ବି ପଢନ୍ତି ସର୍ବଦା ମନେ ରଖିବେ ଆପଣ ସେହି ବିଷୟକୁ ଅନ୍ୟ ଆଗରେ  ନ ଦେଖି କହିବା ହେତୁ ପାଠ ଟି ବହୁତ ଦିନ ଯାଏ ମନେ ରହିଥାଏ ।

2- ପାଠ ପଢୁଥିବା ବେଳେ ନିଜ ପାଖରେ ହାଇଲାଇଟର କଲମ ଟିଏ ରଖିବା ଉଚିତ୍ । ପଢିବା ପ୍ରକ୍ରିୟା ଆପଣଙ୍କୁ ଯେଉଁ ଧାଡି ଟି ଗୁରୁତ୍ଵପୂର୍ଣ୍ଣ ଲାଗେ । ତେବେ ତାହାକୁ କଲମରେ ରେଖାକ୍ଷିତ କରି ବେଳ କାଢି ପଢିବା ଉଚିତ୍ । ଏହା ବ୍ୟତୀତ ପାଠକୁ ପଢିବା ବେଳେ କଳ୍ପନା କରି ପଢିବା ହେତୁ ପାଠ ଟି ଜୀବନକାଳ ପାଇଁ ସ୍ମରଣ ରହିଥାଏ । ଉଦାହରଣ ସ୍ୱରୂପ ଆପଣ କିଛି ତଳ ଦେଖିଥିବା ଚଳଚିତ୍ରର ଛୋଟ ରୁ ଆରମ୍ଭ କରି ସବୁ ଜିନିଷ କୁ ନିର୍ଭୁଲ ଭାବରେ ମନେ ରଖିଥାନ୍ତି ।

ଏହା କିପରି ସମ୍ଭବ ହୋଇଥାଏ ଯଥା ଆପଣ ସିନେମାକୁ ନିଜେ କଳ୍ପନା କରିଥାନ୍ତି । 3- ଗୋଟାଏ ସମୟରେ ଗୋଟାଏ ବିଷୟ ବା ପୁସ୍ତକକୁ ଅଧୟନ କରିବା ଠିକ୍ ଅଟେ । ମାତ୍ର ଆମେ ଏକାବେଳଜେ ବହୁତ ଗୁଡାଏ ପୁସ୍ତକକୁ ଖୋଲି ପଢିବାକୁ ଇଛା କରିଥାଉ । କିନ୍ତୁ ତାହା ଭୁଲ ପଦ୍ଧତି ଆପଣ ଯେଉଁ ବି ବିଷୟ ପଢିବାକୁ ଚାହାନ୍ତି ପୂର୍ବରୁ ନିଦ୍ଧାରିତ କରି ଘଣ୍ଟାଏ ପାଇଁ ଶାନ୍ତ ମନରେ ତାହାକୁ ପଢନ୍ତୁ ।

ବିଶେଷ କରି ଶୋଇବାକୁ ଯିବା ପୂର୍ବରୁ ଦିନରେ ପଢିଥିବା ବିଷୟକୁ ସ୍ମରଣ କରି ଶୋଇବା ଉଚିତ । ଯିଏ ବି ଏହି 3 ଟି ବିଷୟକୁ ପ୍ରତି ଦିନ କରେ ସେ ପାଠକୁ ସବୁଦିନ ପାଇଁ ମନେ ରଖିଥାଏ । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ, କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *