ଅଧିକ ଭାବୁଥିବା ଲୋକ ଥରେ ନିଶ୍ଚୟ ଦେଖନ୍ତୁ, ବଦଳିଯିବ ଆପଣଙ୍କ ଜୀବନ- Jaya Kishori

ଆଜିର ସମୟରେ ମଣିଷ ନିଜକୁ ବହୁତ ବ୍ୟସ୍ତ ମଧ୍ୟରେ ରଖିଥାଏ । ମଣିଷ ନିଜକୁ ନିଜର ପରିବାର ସାଂସାରିକ ଜୀବନରେ ନିଜକୁ ବ୍ୟସ୍ତ ରଖିଥାଏ । ଏତେ ବ୍ୟସ୍ତତା ମଧ୍ୟରେ ମଣିଷ ନିଜକୁ କେବେବି ଶାନ୍ତିରେ ଟିକେ ସମୟ ଦେଇପାରେ ନାହିଁ। ଯେତେବେଳେ ବି ମଣିଷ ଟିକେ ଏକା ରେ ରୁହେ ତାହାର ମସ୍ତିଷ୍କ ମଧ୍ୟରେ ବହୁତ ଚିନ୍ତା ରହିଥାଏ । ବିଜ୍ଞାନ ଅନୁସାରେ ଗୋଟିଏ ଦିନ ରେ ମଣିଷ ନିଜ ମୁଣ୍ଡ ରେ ୫୦ ରୁ ୬୦ ହଜାର କଥା ଚିନ୍ତା କରିଥାଏ । ତେବେ ସେହି ଚିନ୍ତା ମଧ୍ୟରୁ କିଛି ଭଲ ଓ କିଛି ଖରାପ କଥା ମଧ୍ୟ ଆମେ ଭାବିଥାଉ।

ତେବେ ଖରାପ ଚିନ୍ତା ସବୁ ବେଳେ କରିବା ଦ୍ୱାରା ଆମେ ନିଜକୁ ଅସୁସ୍ଥ ଓ ଅଶାନ୍ତିରେ ରଖିଥାଉ। ତେଣୁ ବୈଜ୍ଞାନିକ ମାନେ କୁହନ୍ତି ଯେ ମଣିଷ ପ୍ରାୟତଃ ୮୦ ଭାଗ କଥା ନକାରତ୍ମକ କଥା ଭାବିଥାଏ । ଏହି ନକାରତ୍ମକ ଚିନ୍ତା ରୁ ନିଜକୁ କିପରି ଅଲଗା ରଖୁବା ତାହା ସମ୍ପର୍କରେ ଜାଣିବା । ପ୍ରଥମ କଥା ହଉଚି ଅତ୍ୟଧିକ ଭାବନା ।

ଅର୍ଥାତ ଆପଣ ଯେତେ କମ କଥା ଚିନ୍ତା କରିବେ ସେତେ ଆପଣ ସୁସ୍ଥ ରହିବେ  । କାରଣ ଯେମିତି ଆମେ ସର୍ବଦା କାମ କରିବା ଦ୍ୱାରା ଆମ ଶରୀର ଯେମିତି ଥକ୍କା ହୋଇ ଯାଇଥାଏ । ସେହିଭଳି ମଣିଷର ମସ୍ତିଷ୍କ ଯଦି ବେଶୀ ଚିନ୍ତା କରିଥାଏ ତେବେ ସେ ମାନସିକ ଭାବେ ଅସୁସ୍ଥ ହୋଇଯାଏ । ତେଣୁ ଆପଣ ଦିନକୁ ଚେଷ୍ଟା କରନ୍ତୁ ୨୫ ରୁ ୩୦ ହଜାର କଥା ଚିନ୍ତା କରନ୍ତୁ ବା ତାହା ଠାରୁ କମ କଥା ମଧ୍ୟ ଚିନ୍ତା କରନ୍ତୁ ।

ଦ୍ଵିତୀୟ କଥା ଯାହା ଅତୀତରେ ହୋଇଯାଇଛି ତାକୁ ବାରମ୍ବାର ଚିନ୍ତା କରନ୍ତୁ ନାହିଁ। ସେହି କଥାକୁ ଭୁଲି ଭବିଷ୍ୟତ ରେ କିପରି ସେହି ଜିନିଷ ନ ହେବା ତାହା ଚିନ୍ତା କରନ୍ତୁ । ଭଗବାନ ଯାହା କରନ୍ତି ଆମର ମଙ୍ଗଳ ପାଇଁ ତେଣୁ ଆପଣ ସେହି ଅତୀତରୁ କିଛି ଶିକ୍ଷା ପାଇବେ । ତୃତୀୟ କଥା ଆପଣ ପ୍ରତିଦିନ ଯାହା ବି ନକାରତ୍ମକ ବା ସକାରତ୍ମକ ଚିନ୍ତା କରୁଛନ୍ତି ତାକୁ ଏକ ଡାଏରି ରେ ଲେଖି ରଖନ୍ତୁ ।

ପ୍ରତିଦିନ ଡାଏରି ନିୟମିତ ମେଣ୍ଟେନ କରନ୍ତୁ । ଯାହା ଦ୍ୱାରା ଆପଣଙ୍କର ଚିନ୍ତା ମୁଣ୍ଡରୁ କମ ହେବ ଓ ବେଶୀ ଭାର ହେବନି । ଚତୁର୍ଥ କଥା ହେଉଛି ପ୍ରିତିଦିନ ରାତି ରେ କିଛି ମୋଟିଭେସନ ବହି ନିତିଦିନ ପଢ଼ନ୍ତୁ । ଯାହା ଦ୍ୱାରା ଆପଣଙ୍କୁ କିଛି ଶିକ୍ଷା ମିଳିବ । ଏହା ସହିତ ଆପଣଙ୍କୁ ଚିନ୍ତା ମୁକ୍ତି ର ନିଦ ହୋଇଥାଏ ।

ପଞ୍ଚମ କଥା ହେଉଛି ନିତିଦିନ ଯୋଗ । ଆପଣ ଯଦି ପ୍ରିତିଦିନ ସକାଳୁ ଉଠି ପ୍ରାତଃ ସମୟରେ ଯୋଗ ଅଭ୍ୟାସ କରନ୍ତି ତେବେ ଆପଣଙ୍କ ମନ ଓ ଶରୀର ସୁସ୍ଥ ରହିବା ସହିତ ଆପଣଙ୍କ ମନରୁ ସବୁ ନକାରତ୍ମକ ଚିନ୍ତା ବହାରିଯାଇଥାଏ । ସକାରତ୍ମକ ଉର୍ଯ୍ୟା ଆପଣଙ୍କ ନିକଟରେ ସର୍ବଦା ରହିଥାଏ । ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *