ଆଲମୀରା ରଖିବାରେ କରନ୍ତୁ ନାହିଁ ଏହି ଭୁଲ ହୋଇଯିବେ ଲକ୍ଷ୍ମୀଛଡା- Vastu Shastra

ଆମ ହିନ୍ଦୁ ଧର୍ମ ରେ ଶାସ୍ତ୍ର ରେ ବାସ୍ତୁ ଶାସ୍ତ୍ର ର ମହତ୍ୱ ଅନେକ ରହିଛି । ଘରେ ପୂଜା , ଜିନିଷ ରଖିବା ଆଦି କାର୍ଯ୍ୟ ଗୁଡିକ ବାସ୍ତୁ ଅନୁସାରେ ହୋଇଥାଏ । ଏହି ପରି କି ଆମେ ଯେଉଁ ଶୋଉଛେ ତାହାର ମଧ୍ୟ ନିର୍ଦ୍ଧିଷ୍ଟ କେତୋଟି ନିୟମ ରହିଥାଏ । ତେବେ ଆମେ ଘର ଟେ ବନାଇଲେ ଯେପରି ବାସ୍ତୁ ଶାସ୍ତ୍ର ଅନୁସାରେ ବନାଇ ଥାଉ । ସେହି ଭଳି ଘରେ ଯେଉଁ ଜିନିଷ ରଖୁ ତାହା ମଧ୍ୟ ବାସ୍ତୁ ଭାବରେ ରଖିଲେ ଘରେ କୌଣସି ଅସୁବିଧା ହୁଏ ନାହିଁ । ଯଦି ଆପଣ ବାସ୍ତୁ ଶାସ୍ତ୍ର ଅନୁସାରେ ନ ରଖିବେ ତେବେ ଆପଣଙ୍କ ଘରେ କ୍ଳେଶ ଓ ଅଶାନ୍ତି ଆଦି ଲାଗି ରହିବ ।

ସେହିଭଳି ଆମ ଜୀବନରେ ପଇସା ର ମୂଲ୍ୟ ବହୁତ ଅଧିକ ରହିଥାଏ । ଜୀବନରେ ଯାହା ପାଖେ ଧନ ଥାଏ ତାହାକୁ ସମସ୍ତେ ଆଦର କରିଥାନ୍ତି । ଯାହା ପାଖେ ଧନ ନ ଥାଏ ତାହାକୁ ସମାଜରେ ଟିକେ ନୀଚ ଦେଖିଥାନ୍ତି । ଵର୍ତମାନ ଯୁଗରେ ଧନ ହିଁ ସବୁ କିଛି ଅଟେ । ତେବେ ଏହି ଧନ ଉପାର୍ଜନ କରିବାକୁ ଅନେକ ଲୋକ ଅନେକ ପରିଶ୍ରମ କରିଥାନ୍ତି ।

ଘରେ ଧନ ସୁନା ଗହଣା ଆଦିକୁ ରଖିବା ପାଇଁ ଆମେ ଆଲମୀରା ଆଣିଥାଉ । ଯେଉଁଥିରେ ଆମର ଅର୍ଜିତ ଧନ ସୁରକ୍ଷିତ ରହିବ । କିନ୍ତୁ ଯଦି ଆପଣ ଘରେ ଆଲମୀରା କୁ ଭୁଲ ଦିଗରେ ରଖୁଥିବେ ତେବେ ଆପଣଙ୍କ ଘରେ ଅର୍ଥ ଅଭାବ ସର୍ବଦା ଲାଗିରହିବ ।

ତେବେ ଏହି ଆଲମୀରା କୁ ଆପଣ ବାସ୍ତୁ ଶାସ୍ତ୍ର ହିସାବରେ କିପରି ରଖିବେ ଓ କଣ କଣ ରଖିବେ ନାହିଁ ତାହା ସମ୍ପର୍କରେ ଜଣାଇବୁ । ତେବେ ଆଲମୀରା କୁ ସର୍ବଦା ଆପଣ ଦକ୍ଷିଣ ବା ପଶ୍ଚିମ ଦିଗକୁ ପଛ କରି ରଖନ୍ତୁ । ଯେପରି ଏହାର ଦ୍ୱାର ଉତ୍ତର ବା ପୂର୍ବ ଆଡ଼କୁ ଖୋଲିଥିବ । କାରଣ ଦକ୍ଷିଣ ଦିଗକୁ ହେଉଛି ଯମ ଦେବଙ୍କର ।

କୁବେର ଓ ଲଷ୍ମୀଙ୍କ ଦିଗ ହେଉଛି ଉତ୍ତର ଓ ପୂର୍ବ ତେଣୁ ଆପଣ ସେହି ଦିଗକୁ ଯଦି ଏହାର ଦ୍ୱାର ରଖିବେ ତେବେ ଆପଣଙ୍କ ଘରେ ଧନ ର ଆଗମନ ହେଉଥିବ । ଅଆଲମୀରା ର ଦ୍ୱାର କୁ କେବେବି ଦକ୍ଷିଣ ଦିଗକୁ କରିବେ ନାହିଁ । କାରଣ ଏହା ଜମଙ୍କ ଦିଗ ତେଣୁ ଏପରି କରିବା ଦ୍ୱାରା ଆପଣଙ୍କ ଆୟ କମ ଓ ବ୍ୟୟ ଅଧିକ ହେବ ।

ଆଲମୀରା ରେ ଆଇନା ଲଗାଇବା ଉଚିତ ନୁହେଁ କାରଣ ଆଇନା କେବେବି ଉତ୍ତର ଦିଗକୁ ରଖିବା ଉଚିତ ନୁହେଁ । ଯେହେତୁ ଆପଣ ଉତ୍ତର ବା ପୂର୍ବ ଦିଗକୁ ଏହା ର ଦ୍ୱାର ରଖିବେ ତେଣୁ ଆଇନା ଅଲମୀରାରେ ଲଗାଇବେ ନାହିଁ । ଯେଉଁ ଆଲମୀରାର ତଳ ବା ଗୋଡ଼ ଧୂଳି ହୋଇ ଅସନା ହୋଇ ଶଢ଼ୀ ଯାଇଥିବା ତେବେ ଏହାକୁ ତୁରନ୍ତ ବଦଳାଇବା ଉଚିତ । ଏହା ଘର ପାଇଁ ଭଲ ନୁହେଁ ।

Leave a Reply

Your email address will not be published. Required fields are marked *