ଯଦି ଆପଣଙ୍କ ନିଦ ବି ଭାଙ୍ଗୁଛି ରାତି 3 ରୁ 5 ଭିତରେ ତେବେ ମିଳେ ଏହି ସଂକେତ- Sakuna Shastra

ଦୈନଦିନ ଜୀବନରେ ଏପରି କିଛି କାର୍ଯ୍ୟ ଯାହା କରିବା ଦ୍ୱାରା ଜୀବନ ସୁଖମୟ ଓ ଶାନ୍ତି ବୃଦ୍ଧି ହୋଇଥାଏ । ସକାଳୁ ଉଠିବା ପରେ ନିଜ ମୁହଁ କେବେବି ଆଇନା ରେ ଦେଖିବା ଉଚିତ ନୁହେଁ ଏହା ଆପଣଙ୍କ ଦିନରେ ନକାରତ୍ମକ ପ୍ରଭାବ ପଡିଥାଏ । ସକାଳୁ ଉଠି ନିଜ ପାପୁଲି ଦେଖିବା ଦ୍ୱାରା ଆପଣଙ୍କ ପୁରା ଦିନ ଶୁଭ ହୋଇଥାଏ ଓ ସକାରତ୍ମକ ପ୍ରଭାବ ପଡିଥାଏ । ଆପଣ ସକାଳୁ ଉଠିଲା ପରେ ଯଦି ଶଙ୍ଖ ଧ୍ଵନି , ଗାୟତ୍ରୀ ମନ୍ତ୍ର ବା ମନ୍ଦିରର ଘଣ୍ଟି ଶୁଣନ୍ତି ତେବେ ଆପଣଙ୍କ ଦିନ ଟି ଶୁଭ ରହିଥାଏ ଓ ଘରର ଅଶୁଭତ୍ୱ ଦୂର ହୋଇଥାଏ ।

ଆପଣ ସକାଳୁ ଉଠିବା ପରେ ଦାନ୍ତ ଘସି ଚା ବା କଫି ପିଇବା ଉଚିତ ନୁହେଁ । ଏହା କରିବା ଦ୍ୱାରା ଆପଣଙ୍କ ଉପରେ ରାହୁ କେତୁଙ୍କ ପ୍ରଭାବ ପଡିଥାଏ । ଆପଣଙ୍କ ନିକଟରେ ବହୁତ ସମସ୍ୟା ଦେଖାଯିବ । ଆପଣ ନିଜେ ପିନ୍ଧୁଥିବା ଘଣ୍ଟା କାହାକୁ ଦେବା ବା ଅନ୍ୟର ଘଣ୍ଟା ନିଜେ ପିନ୍ଧିବା ଉଚିତ ନୁହେଁ । ଏହା ଅଶୁଭ ହୋଇଥାଏ ଓ ସମସ୍ୟା ଦେଖାଦେଇଥାଏ ।

ନିଜର ବନ୍ଧୁ ବାନ୍ଧବ ବା ସମ୍ପର୍କୀୟଙ୍କ ଠାରୁ ପଇସା କାରବାର କରନ୍ତୁ ନାହିଁ । ଏହା ଅଶୁଭ ଅଟେ ଓ ସମ୍ପର୍କ ଖରାପ ହୋଇଥାଏ । ଯଦି କେବେ କାହାକୁ ଉପହାର ଦିଅନ୍ତି ତେବେ ନିଜର ସକ୍ଷମ ଭାବରେ ଦିଅନ୍ତୁ । ନଚେତ ଆପଣ କୌଣସି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ରାତି ୧ ଟା ରୁ ୩ ଟା ପର୍ଯ୍ୟନ୍ତ ଜଗିବା ଉଚିତ ନୁହେଁ ।

ଏହା ଦ୍ୱାରା ନକାରତ୍ମକ ବୃଦ୍ଧି ପାଇଥାଏ ଓ ସମସ୍ୟା ଦେଖାଦେଇଥାଏ । ରାତି ୯ ଟା ରୁ ୧୧ ଟା ମଧ୍ୟରେ ଚେଇଁ ରହିବା ବ୍ୟକ୍ତି ମାନସିକ ଦୁର୍ବଳ ଓ ଚିନ୍ତିତ ରୁହନ୍ତି । ତେଣୁ ଶୋଇବା ଆଗରୁ ଧ୍ୟାନ କରିବା ଉଚିତ । ଯେଉଁ ବ୍ୟକ୍ତିଙ୍କର ନିଦ ଭୋର ୩ ଟା ରୁ ୫ ଟା ମଧ୍ୟରେ ଭାଂଗିଥାଏ ତେବେ ଏହାର ଅର୍ଥ କୌଣସି ଦୈବୀକ ଶକ୍ତି ଆପଣଙ୍କୁ କିଛି ସଙ୍କେତ ଦେବାକୁ ଚାହୁଁଛି ।

ଯେଉଁ ଵ୍ୟକ୍ତିର ନିଦ ରାତି ୧୧ ଟା ରୁ ୧ ଟା ମଧ୍ୟରେ ଭାଂଗିଥାଏ ତେବେ ଆପଣ ମାନସିକ ଦୁର୍ବଳ ଅଛନ୍ତି । ଯଦି ଆପଣ ୧ ଟା ରୁ ୩ ଟା ମଧ୍ୟରେ ଭାଂଗିଥାଏ ତେବେ ଆପଣ କ୍ରୋଧି , କଠୋର , ନିର୍ଦ୍ୟୀ ସ୍ଵଭାଵ ର ଅଟନ୍ତି । ଯଦି ଆପଣଙ୍କ ନିଦ ଭୋର ୫ଟା ରୁ ୭ଟା ଭିତରେ ଭାଂଗିଥାଏ ତେବେ ଆପଣ ଇମୋସ୍ନାଲ ଭାବେ ଦୁର୍ବଳ ଅଛନ୍ତି ।

ସଂସାର ର ଅସଲି ତିନୋଟି ରତ୍ନ ହେଉଛି ଶସ୍ୟ, ପାଣି ଓ ଜ୍ଞାନ । ଏହି ତିନୋଟି ପ୍ରତେକ ମଣିଷ ପାଇବା ପାଇଁ ପ୍ରୟାସ କରିବା ଉଚିତ । ପ୍ରତେକ ଦିନ ଆପଣ ଘରର ସ୍ଵଛତା କୁ ନଜର କରିବା ଉଚିତ ଏହା ଦ୍ୱାରା ମା ଲଷ୍ମୀଙ୍କ ଆଗମନ ହୋଇଥାଏ । ରୋଷେଇ କରିବା ଆଗରୁ ସ୍ନାନ କରିବା ଉଚିତ ଏହା ଦ୍ୱାରା ଘରେ ସକାରତ୍ମକ ଶକ୍ତି ବୃଦ୍ଧି ପାଇଥାଏ ।

Leave a Reply

Your email address will not be published. Required fields are marked *