କାହିଁକି ମଣିଷ ଖରାପ କର୍ମ କରି ବି ଭଲ ଫଳ ପାଇଥାଏ- Garuda Purana

ଆମେ ଛୋଟ ବେଳୁ ଶୁଣି ଆସୁଚେ କି କର୍ମ ବଡ଼ ନା ଭାଗ୍ୟ ? ତେବେ କର୍ମବାଦୀ ବ୍ୟକ୍ତି ମାନେ କୁହନ୍ତି ଭାଗ୍ୟ କିଛି ନ ଥାଏ କର୍ମ ହିଁ ଶ୍ରେଷ୍ଠ । ଅନ୍ୟପଟେ ଭାଗ୍ୟବାଦୀ ଲୋକମାନେ ଭାବନ୍ତି ଯେ କର୍ମ କରିବା ଦ୍ୱାରା କିଛି ହୁଏ ନାହିଁ ଭାଗ୍ୟ ରେ ଯାହା ଥାଏ ତାହା ପ୍ରାପ୍ତ ହୁଏ । ତେବେ ଏହି ବିଷୟରେ ଆମେ ଆପଣଙ୍କ ଏଜ କାହାଣୀ କହିବୁ । ଦିନେ ଭଗବାନ ବିଷ୍ଣୁ ବିଶ୍ରାମ ନେବା ସମୟରେ ନାରଦ ପହଁଚିଲେ । କହିଲେ ପ୍ରଭୁ ସୃଷ୍ଟି କୁ ରକ୍ଷା କରନ୍ତୁ ପୃଥିବୀ ରେ ଏତେ ଅନ୍ୟାୟ ବଢି ଯାଇଛି । ଭଗବାନ ବିଷ୍ଣୁ କହିଲେ କଣ ହୋଇଛି ନାରଦ ଏପରି କାହିଁକି କହିଲ ।

ନାରଦ କହିଲେ ଏକ ଜଙ୍ଗଲ ରେ ଏକ ପଶୁ ଟି ଫସିଯାଇଥିଲା ଏକ ଚୋର ଆସି ସେହି ପଶୁ କୁ ନ ଉଠାଇ ତାହା ଉପରେ ପାଦ ଦେଇ ଚାଲିଗଲା ବାଟରେ ତାକୁ ସ୍ଵର୍ଣ ର ଥଳି ମିଳିଲା । କିଛି ସମୟ ପରେ ଜଣେ ସାଧୁ ସେହି ପଶୁ ଟି କୁ ବାହାର କରିଲେ କିନ୍ତୁ ଆଗକୁ ଯାଇ ସେହି ସାଧୁ ଜଣକ ନିଜେ ଏକ ଗାତ ରେ ଫସିଗଲେ ।

ଏହା ତ ଅନ୍ୟୟ ଅଟେ ଯିଏ ଭଲ କାମ କଲା ସେ କଷ୍ଟ ପାଇଲା ଯିଏ ଖରାପ କଲା ତାକୁ ସ୍ଵର୍ଣ ମିଳିଲା । ଏହା ପରେ ଭଗବାନ ବିଷ୍ଣୁ ହସିକି କହିଲେ ନାରଦ ସେହି ଚୋରଟି ର ଭାଗ୍ୟ ରେ ଥିଲା ସ୍ଵର୍ଣ ତେଣୁ ତାକୁ ମିଳିଲା କିନ୍ତୁ ସେ କୁକର୍ମ ରେ ନିଜର ଭାଗ୍ୟ ବଦଳାଇଲା । ସାଧୁ ଜଣକଙ୍କ ଭାଗ୍ୟ ରେ ମୃତ୍ୟୁ ଥିଲା କିନ୍ତୁ ସୁକର୍ମ ବଳରେ ସେ ସ୍ୱଳ୍ପ କ୍ଷତି ପାଇଲେ ।

ତେଣୁ ଭାଗ୍ୟ ଓ କର୍ମ କୁ ଦେଖି ଦୁଇ ଜଣଙ୍କୁ ସଠିକ ଜିନିଷ ମିଳିଛି । ମହାଭାରତ ବେଳେ ଅର୍ଜୁନ କହିଲେ ଶ୍ରୀକୃଷ୍ଣଙ୍କୁ ରାଜୟ ଯଦି ମୋ ଭାଗ୍ୟରେ ନ ଥିବା ତାହା ମିଳିବ ନାହିଁ । କୃଷ୍ଣ କହିଲେ ରାଜ୍ୟ ତୁମେ ପାଇବ କି ନାହିଁ ତାହା ତୁମ ଭାଗ୍ୟ ଉପରେ ନିର୍ଭର କରେ । କିନ୍ତୁ ଯୁଧ୍ୟ କରିବା ତୁମ କର୍ମ ତାହା ତୁମେ କରିବା ଉଚିତ ।

କର୍ମ ବଦଳରେ ଭାଗ୍ୟ ର ଫଳାଫଳ ମିଳିଥାଏ । ଯଦି କେହି ଅନ୍ୟାୟ ରେ ରହି ମଧ୍ୟ କିଛି ଭଲ ପାଉଛି ଏହାର ଅର୍ଥାତ ତାହାର ଭାଗ୍ୟରେ ଅଧିକ ଥିଲା କିନ୍ତୁ କର୍ମ ପାଇଁ ତାକୁ ସ୍ୱଳ୍ପ ମିଳିଲା । ଜଣେ ଯଦି ଭଲ କରି ମଧ୍ୟ ଅଳ୍ପ କିଛି ପାଏ ତେବେ ତାହା ଭାଗ୍ୟରେ ବଡ଼ ବିପଦ ଥିବ କିନ୍ତୁ ସୁକର୍ମ ପାଇଁ ତାହା ଅଳ୍ପରେ କଟିଯାଏ ।

ତେଣୁ କର୍ମ ସହ ଭାଗ୍ୟର ଫଳ ମଧ୍ୟ ସଂଯୋଗ ରହିଥାଏ । ଏହା ଆମ ଉପରେ ନିର୍ଭର କରେ ଯେମିଟି ଆମେ ଆମ କର୍ମ କରି ଭାଗ୍ୟରେ ବହୁତ ଭଲ ଫଳ ପାଇବୁ ।

Leave a Reply

Your email address will not be published. Required fields are marked *