Vastu Tips – ( ଅପରାଜିତା ଫୁଲ ) ଧନକୁ ଚୁମ୍ବକ ପରି ଟାଣିଥଏ, ବାସ କରନ୍ତୁ ଏହି ଛୋଟ ଉପାୟ

ବନ୍ଧୁଗଣ ଅପରାଜିତା ଅର୍ଥାତ ଯିଏ କେବେବି ହାରି ନଥାଏ ବା ଯାହାର କେବେବି ପରାଜୟ ହୋଇନଥାଏ । ଏବଂ ଏହାର ଅନ୍ୟ ଏକ ନାମ ହେଉଛି ନୀଳକଣ୍ଠ । ଯାହା ଶିବଙ୍କର ଏକ ନାମ ଅଟେ । ଅପରାଜିତା ମା ଦୁର୍ଗା ଙ୍କର ମଧ୍ୟ ଏକ ନାମ ଅଟେ । ଏହି ଅପରାଜିତା ଫୁଲଟି ଶିବ ଏବଂ ଶକ୍ତିଙ୍କ ସ୍ୱରୂପ ହୋଇଥାଏ । ତେଣୁ ଏହା ଅତ୍ୟନ୍ତ ଶୁଭ ଏବଂ ଚମତ୍କାରି ହୋଇଥାଏ । ଏହି ଫୁଲ ସବୁ ସ୍ଥାନରେ ଦେଖିବାକୁ ମିଳିଥାଏ ।

ଏହି ଅପରାଜିତା ଫୁଲର କିଛି ପ୍ରୟୋଗ ଦ୍ୱାରା ମନୁଷ୍ୟର ଦୁଃଖ ଦୁର୍ଦ୍ଦଶା ଦୁର ହେବା ସହିତ ଧନ ଏବଂ ଐଶ୍ୱର୍ଯ୍ୟ ର ଅଧିକାରୀ ମଧ୍ୟ ହୋଇଥାଆନ୍ତି । ତେବେ ଏହି ଅପରାଜିତା ଫୁଲର ପ୍ରୟୋଗ କିପରି କରାଯାଇଥାଏ ଏବଂ ଏହାର ଫାଇଦା କେଉଁପରି ହୋଇଥାଏ । ଏହି ବିଷୟରେ ଆଜି ଆମେ କହିବାକୁ ଯାଉଛୁ । ତେବେ ଚାଲନ୍ତୁ ଜାଣିବା ।

ଯଦି ଆପଣଙ୍କୁ ଧନ ଜନିତ ସମସ୍ୟା ରହିଛି ତେବେ ଏହି ଉପାୟ ଦ୍ୱାରା ସବୁ ଦୁଃଖ କଷ୍ଟ ଦୁର ହେବା ସହିତ ଧନ ବୃଦ୍ଧି ମଧ୍ୟ ହୋଇଥାଏ । ଏହି ସରଳ ଉପାୟ କରିବା ସମୟରେ ଧ୍ୟାନ ଦେବେ ଯେପରି ଆପଣଙ୍କୁ କେହି ଦେଖିବେ ନାହିଁ । ଏବଂ ଆପଣ କାହା ସହ କଥା ହେବେ ନାହିଁ । ତେବେ ଯାଇ ଆପଣ ଏହାର ପ୍ରକୃତ ଫଳ ପାଇବେ । ବନ୍ଧୁଗଣ ଅପରାଜିତା ଫୁଲକୁ ବିଷ୍ଣୁକାନ୍ତା ଏବଂ ବିଷ୍ଣୁପ୍ରିୟା ମଧ୍ୟ କୁହାଯାଇଥାଏ । ଏହା କେବଳ ଶିବ ପାର୍ବତୀ, ଗଣେଶ କାର୍ତ୍ତିକ ଙ୍କ ପ୍ରିୟ ନୁହେଁ ବରଂ ହନୁମାନ ଏବଂ ଶନିଦେବ ଙ୍କ ସହିତ ଲକ୍ଷ୍ମୀ ନାରାୟଣ ଙ୍କ ମଧ୍ୟ ପ୍ରିୟ ହୋଇଥାଏ । ତେବେ ବନ୍ଧୁଗଣ ଏବେ ଆସନ୍ତୁ ଜାଣିବା ସେହି ସବୁ ଉପାୟ ଗୁଡ଼ିକ ବିଷୟରେ ଯାହା ଦ୍ଵାରା ଘରେ ସବୁବେଳେ ଖୁସି ଲାଗିରହିବ ।

୧:- ଘରର ନଜର ଦୋଷ ବା ତନ୍ତ୍ର ମନ୍ତ୍ର ର ଦୂର କରିବା ସହ ଧନର ଆଗମନ କରିଥାଏ । ଶନିବାର ଦିନ ରାତିରେ ଶୋଇବା ସମୟରେ ଅପରାଜିତା ଫୁଳରୁ ଗୋଟେ ମାଳ କରି ଘରର ମୁଖ୍ୟ ଦ୍ଵାରରେ ଟାଙ୍ଗୀ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଘରେ ନକାରାତ୍ମକ ଶକ୍ତି ଦୂର ହୋଇଥାଏ । ଏବଂ ସକାରାତ୍ମକ ଉର୍ଜା ଲାଗିରହିଥାଏ ।

୨:- ଶନିବାର ଦିନ କିମ୍ବା ସୋମବାର ଦିନ ରାତ୍ରି ସମୟରେ ଏହି ଅପରାଜିତା ଫୁଲରୁ ୫ଟି ତୋଳି କୌଣସି ନଦୀ ବା ଜଳ ସ୍ରୋତରେ ଭସାଇ ଦିଅନ୍ତୁ । ଧ୍ୟାନ ଦେବେ ଏହି କାର୍ଯ୍ୟ କରିବା ସମୟରେ କାହାକୁ ଜଣାଇବେ ନାହିଁ । ଏବଂ କାହାକୁ ଦେଖା ଦେବେ ନାହିଁ । ଏହା ଦ୍ବାରା ଆପଣଙ୍କ ଜୀବନରେ ଚାଲିଥିବା ସମସ୍ତ ପ୍ରକାର ଧନର ସମସ୍ୟା ଦୁର ହୋଇଥାଏ । ଏବଂ ମାତା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିଥାଏ ।

୩:- ବନ୍ଧୁଗଣ ଯଦି ଆପଣ ମନ ପସନ୍ଦର ଏକ ଚାକିରି ଟେ ଚାହୁଁଥାନ୍ତି ତେବେ ପ୍ରତିଦିନ ମା ଦୁର୍ଗା ଓ ମାତା ପାର୍ବତୀ ଙ୍କୁ ୧୧ ଗୋଟି ଅପରାଜିତା ଫୁଲ ଅର୍ପଣ କରନ୍ତୁ । ଏହା ଦ୍ବାରା ଆପଣଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ଏବଂ ଆପଣଙ୍କ ଜୀବନ ସୁଖମୟ ରହିବ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଗୋଟେ ସେୟାର କରନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *