କାଲି ବଡ଼ ଶୁକ୍ରବାର ଦିନ (ଗୋମତୀ ଚକ୍ର ଏବଂ କଉଡ଼ି) ଘରେ ଚୁପଚାପ୍ ଏଠି ରଖନ୍ତୁ ଧନ ମାଡ଼ି ଆସିବ

ବନ୍ଧୁଗଣ ଗୋମତୀ ଚକ୍ର ସାଧାରଣତ ଗୋମତୀ ନଦୀରେ ପ୍ରାପ୍ତ ହୋଇଥାଏ । ଗୋମତୀ ଚକ୍ରର ଗୋଟେ ପରେ ଚକ୍ର ଚିହ୍ନ ଥାଏ । ଏହି ଚକ୍ରକୁ ମା ଲକ୍ଷ୍ମୀଙ୍କ ପ୍ରତିନିଧି କୁହାଯାଏ । ବିଜ୍ଞାନ ମତରେ ଏହି ଚକ୍ରରେ କ୍ୟାଲସିୟମର ମାତ୍ରା ବହୁତ ଅଧିକ ଥାଏ । ଏବେ ଆମେ ଜାଣିବା ଏହି ଗୋମତୀ ଚକ୍ରର ଚମତ୍କାରୀ ଗୁଣ ବିଷୟରେ । କେଉଁ ସମସ୍ୟା ଜୀବନରେ ଥିଲେ ଏହି ଗୋମତୀ ଚକ୍ର ଦ୍ଵାରା ତାହାର ସମାଧାନ କରିପାରିବା ।

1- ଅଚାନକ ଧନ ହାନି ହେଉଛି ବା ଫାଇନାନ୍ସ ସମସ୍ଯା ହେଉଛି ତାହେଲେ ଶୁକ୍ଲ ପକ୍ଷର ସୋମବାର ଦିନ 11ଟି ଗୋମତୀ ଚକ୍ର ଆଣନ୍ତୁ । ଖଣ୍ଡେ ନୂଆ ହଳଦିଆ କପଡା ସ୍ଥାପନ କରି 11ଟି ଗୋମତୀ ଚକ୍ର ରଖନ୍ତୁ । ପ୍ରତେକ ଗୋମତୀ ଚକ୍ରରେ ହଳଦୀ ଲଗାନ୍ତୁ । ଧୂପ, ଦୀପ ଦେଇ ଭଗବାନ ଶିବଙ୍କ ପଞ୍ଚାକ୍ଷର ମନ୍ତ୍ର 108 ଥର ଜପ କରନ୍ତୁ । ହଳଦିଆ କପଡା ଉପରେ ଥିବା ଗୋମତୀ ଚକ୍ରକୁ ବାନ୍ଧି ଘରର ସବୁ ଆଡେ ବୁଲି ଆସି ଧନ ରଖୁଥିବା ଜାଗାରେ ରଖି ଦିଅନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ଧନ ଜନିତ ସମସ୍ଯା ଦୂର ହୋଇଯିବ ।

2- ଯଦି ଆପଣଙ୍କର ଆୟ ଅପେକ୍ଷା ବ୍ୟୟ ଅଧିକ ହେଉଛି କିମ୍ବା ଯେତିକି ଇନକମ କରୁଛନ୍ତି ତା ଠାରୁ ଅଧିକ ହରଚ୍ଚା ହେଉଛି ତେବେ ଶୁକ୍ଲ ପକ୍ଷର ଶୁକ୍ରବାର ଦିନ ନୂଆ ହଳଦିଆ ରଙ୍ଗର କପଡାରେ 11ଟି ଗୋମତୀ ଚକ୍ର ସ୍ଥାପନ କରି ଧୂପ ଦୀପ ଦେଇ ମା ଲକ୍ଷ୍ମୀଙ୍କୁ ପ୍ରଣାମ କରନ୍ତୁ । ଏହା ପରେ ସେଥିରୁ 4ଟି ଚକ୍ରକୁ ଉଠାନ୍ତୁ ଓ ତାହାକୁ ନିଜର ଶୋଇବା ଘରର ଚାରି ଦିଗରେ ପୋତି ଦିଅନ୍ତୁ ।

ଆଉ 7ଟି ଚକରରୁ 3ଟି ଚକ୍ରକୁ ପୂଜା ଘରେ କୌଣସି ପାତ୍ର ବା ଆସନ ଉପରେ ରହନ୍ତୁ । ଆଉ 3ଟି ଚକ୍ରକୁ ରେଶମୀ ନାଲି କପଡାରେ ବାନ୍ଧି ଦିଅନ୍ତୁ । ଧନ ରଖୁଥିବା ଜାଗାରେ ରଖନ୍ତୁ । ଆଉ ବଳି ପଡିଥିବା ଗୋମତୀ ଚକ୍ରକୁ ଗୋଟିକକୁ ମନ୍ଦିରରେ ରଖନ୍ତୁ । ଦେଖିବେ ଗୋମତୀ ଚକ୍ର ଆପଣଙ୍କ ଜୀବନରେ ଧନ ବୃଦ୍ଧି କରାଇବ ।

3- ଶୁକ୍ଲ ପକ୍ଷର ପ୍ରଥମ ଗୁରୁବାର ଦିନ 3ଟି ଅଭିମନ୍ତ୍ରିତ ଗୋମତୀ ଚକ୍ର ଓ ଗୋଟିଏ ଧନକାରକ କଳା କଉଡି, 7ଟି ହଳଦୀ ଖଣ୍ଡ କୁ ହଳଦିଆ କପଡାରେ ବାନ୍ଧି ଧନ ରଖୁଥିବା ଜାଗାରେ ବା ବାଣିଜ୍ୟ ପ୍ରତିଷ୍ଠାନରେ ରଖି ଦିଅନ୍ତୁ । ଦେଖିବେ କେମିତି ଧନ ବୃଦ୍ଧି ହେବାରେ ଲାଗିବ ।

4- 7ଟି ଅଭିମନ୍ତ୍ରିତ ଗୋମତୀ ଚକ୍ର, କଳା ହଳଦିକୁ ଏକତ୍ରିତ କରି ହଳଦିଆ ରଙ୍ଗର କପଡା ରେ ପୁଟୁଳି ବାନ୍ଧି ଘରେ ବା ତାଙ୍କ ରଖୁଥିବା ଜାଗାରେ ବା ବ୍ୟବସାୟ ବାଣିଜ୍ୟରେ ହେଉ ସେହି ଜାଗାରେ ରଖି ଦିଅନ୍ତୁ । ଦେଖନ୍ତୁ ଆପଣଙ୍କ ଲାଇଫରେ କେମିତି ପରିବର୍ତ୍ତନ ଆସୁଛି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *