ଯଦି କେହି ବାରମ୍ବାର ଆପଣଙ୍କର ଅପମାନ କରୁଛି, ତେବେ କଣ କରିବା ଦରକାର ? ଜାଣି ରଖନ୍ତୁ ଏହି 5 ଟି କଥା- Motivational Tips

ମଣିଷ ନିଜ ଜୀବନରେ ଅନେକ ଲୋକ ନିଜ ନିଜର ଭିତରେ ଝଗଡା ରାଗ ରୁଷା ଆଦି କରିଥାନ୍ତି। ତେଣୁ ଏହି ରାଗ ରୁଷାକୁ ନେଇ ଆମେ ସମସ୍ତେ ପରସ୍ପର କୁ ବହୁତ କଥା କହିଥାଉ । ଗାଳି ଗୁଳଜ ମଧ୍ୟ ଦେଇଥାଉ। ତେବେ ଏହା ଦ୍ୱାରା ଆମକୁ ମଧ୍ୟ ବହୁତ କଷ୍ଟ ହୋଇଥାଏ ଯଦି ଆମକୁ କେହି ଏପରି ଗାଳି ଦିଏ। କିଛି କଥା ଏପଋ ଥାଏ ଯାହାକୁ କି ମଣିଷ କେବେବି ଭୁଲି ପାରେ ନାହି । ସେହି କଥା ସବୁ ମଣିଷ କୁ ମନେ ପଡି ବହୁତ କଷ୍ଟ ଦେଇଥାଏ ।

 ତେଣୁ ଆମେ କିପରି ନିଜର ସହନଶୀଳତା କୁ ବୃଦ୍ଧି କରିବା ବା କିପରି ଆମେ ନିଜକୁ ଅନ୍ୟର ଖରାପ ବ୍ୟବହାର ରୁ ରକ୍ଷା କରିବା । ଆମ ମନକୁ ଆମେ କିପରି ବୁଝାଇବା ସେହି ସମ୍ଭନ୍ଧରେ ଆମେ ଆଜି ଏକ ଛୋଟ ଗଳ୍ପ ମାଧ୍ୟରୁ ଜାଣିବା। ଦିନେ କୌଣସି ଏକ ସ୍ଥାନରେ ଜଣେ ଜ୍ଞାନୀ ଵ୍ୟକ୍ତି ଅନେକ ଲୋକଙ୍କୁ ବସାଇ ଜୀବନର କିଛି ଅମୂଲ୍ୟ ଶିକ୍ଷା ଦେଉଥିଲେ ।

ତେବେ ଏହି ସମୟରେ କିଛି ଲୋକ ଆସି ସେହି ଜ୍ଞାନୀ ବ୍ୟକ୍ତିଙ୍କୁ ଅନେକ ଖରାପ କଥା ଓ ଗାଳି ଦେଇକି ଚାଲିଗଲେ। ଜ୍ଞାନୀ ବ୍ୟକ୍ତି ଜଣକ କିଛି ବି ପ୍ରତିଉତ୍ତର କଲେ ନାହିଁ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ପ୍ରତେକ ମଣିଷ ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ପଚାରିଲେ ଜ୍ଞାନୀ ବ୍ୟକ୍ତିଙ୍କୁ କି ଆପଣ ସେହି ବ୍ୟକ୍ତି ମାନଙ୍କୁ କିଛି କହିଲେ ନାହି ।

ଆପଣ ଏପରି ନୀରବ କିପଋ ରହିପାରିଲେ ଆମକୁ ମଧ୍ୟ ଏହି ସାଧନା ଶିଖିବାର ଅଛି । ତେଣୁ ସେହି ସାଧୁ ଜଣଙ୍କ କହିଲେ ଯଦି ଆପଣଙ୍କ ଦ୍ଵାରକୁ କୌଣସି ବ୍ୟକ୍ତି କିଛି ନେଇକି ଆସେ ଯାହାକୁ ଆପଣଙ୍କୁ ପସନ୍ଦ ନ ଥିବ ତେବେ ଆପଣ କଣ କରିବେ । ବ୍ୟକ୍ତି ମାନେ କହିଲେ ଆମେ ସେହି ଲୋକକୁ ଫେରାଇ ଦେବୁ ଓ ସେହି ଜିନିଷ ରଖିବୁ ନାହି ।

ଜ୍ଞାନୀ ବ୍ୟକ୍ତି କହିଲେ ମୁଁ ମଧ୍ୟ ତାହା ହିଁ  କରିଲି । ସେମାନେ ଯେଉଁ ବ୍ୟଭାର ମୋ ପାଇଁ ଆଣିଥିଲେ ତାହା ମତେ ପସନ୍ଦ ଆସିଲା ନାହି ତେଣୁ ମୁଁ ସେମାନଙ୍କୁ ସେହି ବ୍ୟଭାର ଫେରାଇ ଦେଲି । ଠିକ ଯେପରି ଆପଣଙ୍କ ଦ୍ଵାରକୁ କୌଣସି ବ୍ୟକ୍ତି ଯଦି କିଛି ଜିନିଷ ନେଇକି ଆସେ ଯାହା ଆପଣଙ୍କୁ ପସନ୍ଦ ଆସେ ନାହି , ଆପଣ ତାଙ୍କୁ ଯେପରି ଫେରାଇ ଦିଅନ୍ତି ।

ସେହି ଭଳି ଯେଉଁ ଲୋକଙ୍କର ବ୍ୟଭାର ଆପଣଙ୍କୁ ଭଲ ଲାଗିବ ନାହି । ଯାହାର କଥା ଆପଣଙ୍କୁ ପସନ୍ଦ ଆସିବ ନାହି ଆପଣ ତାଙ୍କୁ କିଛି ନ କହି ସେମାନଙ୍କୁ ଫେରାଇ ଦେଲି । ସେହି ଭଳି ଆପଣଙ୍କୁ ଜୀବନରେ ଯାହାର କଥା ବା ବ୍ୟଭାର ଭଲ ଲାଗିବ ନାହି । ଆପଣ ତାଙ୍କୁ ଫେରାଇ ଦେବେ କିଛି ପ୍ରତି ଉତ୍ତର କରିବେ ନାହି । ଏହା ସେମାନଙ୍କ ପାଇଁ ଉଚିତ ଶିକ୍ଷା ହୋଇଥାଏ । ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ । 

Leave a Reply

Your email address will not be published. Required fields are marked *