Special Story; ହଠାତ ବଦଳିଲା ଭାଗ୍ୟ, ଦିନେ ରିକ୍ସା ଚଲାଉଥିଲେ କିନ୍ତୁ ଆଜି ଲକ୍ଷ ଲକ୍ଷ ଟଙ୍କାର ମାଲିକ

ନମସ୍କାର ଦର୍ଶକବନ୍ଧୁ ଆମେ ମାନେ ସୁଣିଥାଉ ଧନୀ ଏବଂ ଗରିବ ହେବା ସବୁ କିଛି ଭାଗ୍ୟ ଉପରେ ନିର୍ଭର କରିଥାଏ । ଭାଗ୍ୟ କେତେବେଳେ ବଦଳିବ ତାହା କେହି ମଧ୍ୟ କହିପାରିବେ ନାହିଁ । ଭାଗ୍ୟ ବଦଳିଲେ କୋଟିପତି ଭିକାରି ହୋଇପାରେ ଏବଂ ଭିକାରି କୋଟିପତି ହୋଇପାରେ । ଏହାର ଜଳନ୍ତ ଉଦାହରଣ ପାଲଟିଛନ୍ତି ଧରମବୀର କମୋଜ ।

ଧରମବୀର ଜଣେ କୃଷକ ଭାବେ ପରିଚିତ । ୧୯୮୬ ମସିହାରେ ତାଙ୍କର ଭାଗ୍ୟ ବଦଳିଯାଇଥିଲା । ତାଙ୍କ ଘର ହରିଆନାର ଏକ ଛୋଟ ଗାଁ ଦମ୍ବଳା ରେ ଅବସ୍ଥିତ । ଦିନେ ସମୟ ଥିଲା ସେ ବହୁତ ଗରିବ ଥିଲେ । କିନ୍ତୁ ଆଜି ସେ ଲକ୍ଷ ଲକ୍ଷ ଟଙ୍କାର ମାଲିକ । ତେବେ ତାଙ୍କର ସଫଳତା ପଛରେ ଲୁଚି ରହିଛି ଅନେକ କାହାଣୀ । ଏହି କାହାଣୀ ହେଉଛି ୧୯୮୬ ମସିହାର । ସେ ରାଜଧାନୀ ଦିଲ୍ଲୀରେ ରିକ୍ସା ଚଲାଇ ନିଜର ପରିବାର ର ଭରଣ ପୋଷଣ କରୁଥିଲେ ।

ସେ ରିକ୍ସା ଚଲାଉଥିବା ସମୟରେ ଭାରତୀୟ କୃଷି ଅନୁସନ୍ଧାନ ସଂସ୍ଥା ପୁଷା ସମ୍ପର୍କରେ ଆସିଥିଲେ । ଏଠାରୁ ଧର୍ମବିରଙ୍କୁ କୃଷି ସମ୍ପର୍କରେ ଜାଣିବାକୁ ପାଇଥିଲେ । ସେ ଦିଲ୍ଲୀରେ ରିକ୍ସା ଚଲାଉଥିବା ସମୟରେ ତାଙ୍କୁ ପ୍ରତିଦିନ ୬ଟଙ୍କା ଭଡା ମିଳୁଥିଲା । ଏହି ୬ଟଙ୍କାରେ ସେ ନିଜର ପରିବାରକୁ ଚଳାଉଥିଲେ । କିନ୍ତୁ ଆଜି ଦେଖନ୍ତୁ ତାଙ୍କର ଭାଗ୍ୟ ପୁରା ପୁରି ବଦଳିଯାଇଛି ଆଜି ସେ ଲକ୍ଷ ଲକ୍ଷ ଟଙ୍କାର ମାଲିକ । ବର୍ତ୍ତମାନ ସେ ପ୍ରତି ମାସରେ ୨୦ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରୁଛନ୍ତି ।

ଚାଷ ବିଷୟରେ ଜାଣିବା ପରେ ସେ ଚାଷ କରିବାକୁ ନିଷ୍ପତି ନେଇଥିଲେ ଏବଂ ଭିନ୍ନ ଭିନ୍ନ ପ୍ରକାରର ଚାଷ ଆରମ୍ଭ କରିଥିଲେ । ଧିରେ ଧିରେ ନିଜର ଫସଲ କୁ ବଢ଼ାଇଥିଲେ ଧରମବୀର । ବର୍ତ୍ତମାନ ସେହି ଫସଲ ତାଙ୍କର ଭାଗ୍ୟ ବଦଳାଇଛି ଏବଂ ତାଙ୍କୁ ଲକ୍ଷପତି କରିଛି । ଧରମବୀର ଗୋଟେ ଇଣ୍ଟର୍ଭ୍ୟୁ ରେ କହିଛନ୍ତି କି ଯଦି ସେହି ସମୟରେ ସେ ଚାଷ କରିନଥାନ୍ତେ ତେବେ ବୋଧ ହୁଏ ଆଜି ମଧ୍ୟ ସେ ରିକ୍ସା ଚଳାଉଥାନ୍ତେ ।

ବର୍ତ୍ତମାନ ତାଙ୍କ ଅଣ୍ଡର ରେ ବହୁତ ଲୋକ କାମ କରୁଛନ୍ତି । ସେ ନିଜେ ଲକ୍ଷପତି ହେବା ସହ ଅନ୍ୟ ମାନଙ୍କୁ ମଧ୍ୟ ରୋଜଗାର ର ଉପାୟ ଦେଇଛନ୍ତି । ତାଙ୍କୁ ନେଇ ସ୍ଥାନୀୟ ଅଞ୍ଚରର ଲୋକମାନେ ଗର୍ବିତ । ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କାମେଣ୍ଟ ରେ ଜଣାନ୍ତୁ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *