ବଡ଼ ଖୁସି ଖବର ଦେଲେ Sabya ଓ Archita !

ଆମେ ସମସ୍ତେ ଟିଭି ସିରିଆଲ, ସିନେମା ଆଦି ଦେଖିଥାଉ । ସେହି ସିନେମା ବା ସିରିୟଲ ରେ କାର୍ଯ୍ୟ କରୁଥିବା କିଛି କଳାକାର ମାନଙ୍କୁ ଆମେ ନିଜର ଅତି ପ୍ରିୟ କରିଥାଉ । ସେମାନଙ୍କ ସମ୍ଭନ୍ଧରେ କିଛି କଥା ଶୁଣିଲେ ଆମେ ଚିନ୍ତା କରିଥାଉ ଏହା ସତ ନା ମିଛ ଅଟେ । ତେବେ ସେହି ଭଳି ଏକ ଖବର ସୋସିଆଲ ମିଡିଆ ରେ ବହୁତ ପ୍ରସାରିକ ହେଉଛି । ଆଜି ଆମେ ଆପଣଙ୍କ କହିବୁ କି ଏହି କଥା ଟି ସତ ବା ମିଛ । ତେବେ ଓଡ଼ିଆ ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ସମସ୍ତେ ଜାଣିଥିବେ । ।

ଅର୍ଚ୍ଚିତା ୨୯ ଜୁନ ୧୯୯୦ ମସିହା ରେ ଜନ୍ମ ଗ୍ରହଣ କରିଥିଲେ । ସେ ୨୦୦୬ ମସିହା ରେ ନିଜର ପ୍ରଥମ ସିନେମା ରେ ଅଭିନେତ୍ରୀ ଭାବେ କାର୍ଯ୍ୟ କରିଥିଲେ । ଅର୍ଚ୍ଚତା ଜଣେ ଶିଶୁ କଳାକାର ଭାବେ ମଧ୍ୟ ଓଡ଼ିଆ ସିନେମା ରେ କାର୍ଯ୍ୟ କରିଥିଲେ । ତେବେ ଅର୍ଚ୍ଚିତା ଅଭିନୟ ବ୍ୟତୀତ ନାଚ ରେ ମଧ୍ୟ ରୁଚି ରଖିଥିଲେ ।

ସେ ଓଡିଶୀ ନୃତ୍ୟୁ ମଧ୍ୟ ଶିଖିଛନ୍ତି । ଏଥିରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରିଛନ୍ତି । ତେଶ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀ ଙ୍କ ର ଯୋଡିକୁ ଲୋକେ ବହୁତ ପସନ୍ଦ କରୁଥିଲେ । ଏହି ଦୁଇଜଣଙ୍କ ର ଯୋଡି ଥିବା ସିନେମା ବହୁତ ହିଟ ହୋଇଛି । ତେବେ ଦୁଇ ଜଣ ପ୍ରେମ ବନ୍ଧନ ରେ ରହିବା ପରେ ଦୁଇ ଜଣ ବିବାହ କରିଛନ୍ତି ।

ଏହି ଦୁଇ ଜଣ ମାର୍ଚ୍ଚ ମାସ ର ୧ ତାରିଖ ୨୦୨୧ ବର୍ଷ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ଏହି ଦୁଇ ଜଣଙ୍କ ବିବାହ କୁ ଲୋକମାନେ ବହୁତ ଆଶ୍ରିବାଦ ଓ ଭଲ ପାଇବା ପ୍ରଦାନ କରିଥିଲେ । ଏହି ଦୁଇଟି ନବ ବିବାହିତା ଯୋଡ଼ିଙ୍କର ବିବାହ କୁ ୧ ବର୍ଷ ହୋଇଗଲାଣି । ତେବେ ଏବେ ସୋସିଆଲ ମିଡିଆ ରେ ଅର୍ଚ୍ଚିତା ଏକ ଫଟୋ ଛାଡିଛନ୍ତି ।

ଯେଉଁଥିରେ ଅର୍ଚ୍ଚିତା ଏକ ଶିଶୁ କୁ ଧରି ଛନ୍ତି । ଏହାକୁ ଦେଖି ଲୋକ କହୁଛନ୍ତି କି ଅର୍ଚ୍ଚିତା ଭୁବନେଶ୍ବର ର ଏକ ଘରୋଇ ହସ୍ପିଟାଲରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଛନ୍ତି । ଏହି ଫଟୋ ରେ ସବ୍ୟସାଚୀ ମଧ୍ୟ ବହୁତ ଖୁସି ନଜର ଆସିଛନ୍ତି ।

ତେବେ ଅନେକ ଲୋକଙ୍କ ର ମନ ରେ ପ୍ରଶ୍ନ କି ସତରେ କଣ ଅର୍ଚ୍ଚିତା ମା ହୋଇଛନ୍ତି କି ? ତେବେ ଏହି କଥା ଟି ସମ୍ପୂର୍ଣ ମିଛ ଅଟେ । କାରଣ ଏହି ମାସରେ ଏହି ଦୁଇ ଜଣଙ୍କ ବିବାହ କୁ ଗୋଟିଏ ବର୍ଷ ପୁରା ହୋଇଛି । ସେହି ପୁତ୍ର ସନ୍ତାନ ଟି ହେଉଛି ଅର୍ଚ୍ଚିତା ଙ୍କ ବଡ଼ ଭଉଣୀ ର ସନ୍ତାନ । ତେବେ ଅର୍ଚ୍ଚିତା ନିଜର ଭଉଣୀ ର ଛୁଆ ସହିତ ଫଟୋ ଛାଡିଛନ୍ତି । ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମା ନୁହେ ମାଉସୀ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *