ଏହି 8 ଟି ପଶୁ ପକ୍ଷୀ ଆପଣଙ୍କୁ କରିବେ ଧନୀ, ବାସ କରନ୍ତୁ ଏହି ଛୋଟିଆ ଉପାୟ

ପଶୁ ପକ୍ଷୀ ରଖିବା ଅନେକ ଲୋକଙ୍କୁ ପସନ୍ଦ ହୋଇଥାଏ । ଅନେକ ଲୋକ ମଧ୍ୟ ଏପରି ଅଛନ୍ତି ଯେଉଁମାନେ ପଶୁ ପକ୍ଷୀଙ୍କୁ ରଖିବାକୁ ଭଲ ପାଆନ୍ତି ନାହିଁ । ସେମାନଙ୍କୁ ଘୃଣା ଲାଗିଥାଏ । ତେବେ ଆମେ ସମସ୍ତେ କୌଣସି ପୂଜା ପର୍ବ ବା ପିଣ୍ଡ ଆଦିରେ ପଶୁ ପକ୍ଷୀଙ୍କୁ ଭୋଜନ ଦେଇଥାଉ । ଯଦି ସେମାନେ ତାକୁ ଗ୍ରହଣ କରିଥାନ୍ତି ତ ଆମେ ଜାଣିଥାଉ କି ଆମର ପୂଜା ସଫଳ ହୋଇଛି । ସେହି ଭଳି ଆମେ ଆଜି ୮ଟି ପଶୁ ପକ୍ଷୀଙ୍କ ବିଷୟରେ ଆପଣଙ୍କୁ କହିବୁ । ଯାହା କୁ ଖାଇବା ଦେବା ଦ୍ୱାରା ଆପଣଙ୍କ ଗ୍ରହ ଶାନ୍ତି ଓ ଜୀବନ ର ସମସ୍ୟା ସବୁ ଦୂର ହୋଇଥାଏ ।

ପ୍ରଥମେ ହେଉଚି କାଉ । କାଉ ମନୁଷ୍ୟର ବନ୍ଧୁ ଅଟେ । ସେ ପରିବେଶ ସଫା ରଖିଥାଏ । ଏହା ଛଡା କାଉ ମଧ୍ୟ ଶନି ଦେବଙ୍କ ବାହନ ଅଟେ । ତେଣୁ କାଉ କୁ ଯଦି ଆପଣ କିଛି ଖାଦ୍ୟ ଯେପରି କ୍ଷୀରି , ମିଠା , ପୁରୀ, ଲୁଣିଆ ସେଓ , ବିସ୍କୁଟ ଆଦି ଦେବେ ତେବେ ଆପଣଙ୍କ ପାଇଁ ବହୁତ ଶୁଭ ହୋଇଥାଏ ।

ଯଦି ଆପଣ କାଉ କୁ ଖିରି ତେବେ ତେବେ କ୍ଷୀରି ହେଉଛି କ୍ଷୀର ଓ ଚାଉଲ ର ମିଶ୍ରଣ ହେଉଛି ଶୁକ୍ର ଦେବଙ୍କର ତେଣୁ ଶନି ଦେବଙ୍କ ସହ ଶୁକ୍ର ଗ୍ରହ ଓ ବୁଧ ଗ୍ରହ ମଧ୍ୟ ପ୍ରସନ୍ନ ହୋଇଥାନ୍ତି । ତେଣୁ ଆପଣଙ୍କ ଜୀବନରେ ଧନ ବୃଦ୍ଧି ଓ ଵଂଶ ବୃଦ୍ଧି ହୋଇଥାଏ । ତେବେ ଯଦି ରୁଟି ରେ ତେଲ ଲଗାଇ ଦେଇଥାନ୍ତି ତେବେ ରାହୁ ଓ କେତୁ ସନ୍ତୁଷ୍ଟ ହୋଇଥାନ୍ତି ।

ଯାହାକି ଆପଣଙ୍କ ଜୀବନରେ କୌଣସି ସମସ୍ୟା ଓ ଦୁର୍ଘଟଣା ଦୂର ହୋଇଥାଏ । ଦ୍ଵିତୀୟ ହେଉଛି କଲା କୁକୁର । ଏହା ହେଉଛି କାଳ ଭୈରବ ଙ୍କ ବାହନ । ତେଣୁ ଏହାକୁ ଶନିବାର ଓ ଅମବାସ୍ୟା ଦିନ ଖାଦ୍ୟ ଦେବା ଦ୍ୱାରା ଶନି ଓ ରାହୁ ସନ୍ତୁଷ୍ଟ ହୋଇଥାନ୍ତି । ତୃତୀୟ ଜନ୍ଦା ପିମ୍ପୁଡି । ଏମାନଙ୍କୁ ଖାଦ୍ୟ ଦେବା ଦ୍ୱାରା ରୋଜଗାର ରେ ଉନ୍ନତି ହୋଇଥାଏ ଏବଂ ଋଣ ମୁକ୍ତି ମଧ୍ୟ ହୋଇଥାନ୍ତି । ଚତୁର୍ଥ ପାରା ।

ପାରା ଆସିବା ଦ୍ୱାରା ମାତା ଲଷ୍ମୀଙ୍କ ଆଗମନ ହୋଇଥାଏ । ତେଣୁ ତାକୁ ଖାଦ୍ୟ ଦେବା ଦ୍ୱାରା ବୁଧ ଓ ରାହୁ ଦୋଷ କଟିଥାଏ । ଷଷ୍ଠ ହେଉଛି ଗାଈ । ଗାଈ ର ମଳ ମୂତ୍ର ମଧ୍ୟ ପବିତ୍ର ହୋଇଥାଏ । ଏହାର ଶରୀରରେ ସବୁ ଦେବାଦେବୀ ବାସ କରିଥାନ୍ତି । ଗାଈକୁ ଯଦି ଘରର ପ୍ରଥମ ରୁଟି ବା ଭାଇ ଖାଇବାକୁ ଦିଆଯାଏ ।

ଏହା ଦ୍ୱାରା ଘରେ ସୁଖ ସମୃଦ୍ଧି ବଢି ଥାଏ । ଶନିବାର ଦିନ ୨୧ ଟି ଘାସ ଦୁବ ଓ ୨୧ ଟି ଅରୁଆ ଚାଉଳ ଦେବା ଦ୍ୱରା ଧନ ବୃଦ୍ଧି ଓ ସମସ୍ୟା ଦୂର ହୋଇଥାଏ । ସପ୍ତମ ମାଛ ବା କଇଁଛ । ଏମାନେ ବିଷ୍ଣୁଙ୍କ ଅବତାର । ଏମାନଙ୍କୁ ଖାଦ୍ୟ ଦେବା ଦ୍ୱାରା ଆପଣଙ୍କ ରୋଗ ଜନିତ ସମସ୍ୟା ଦୂର ହୋଇଥାଏ । ଅଷ୍ଟମ ଷଣ୍ଡ । ଏହାକୁ ଖାଦ୍ୟ ଦେବା ଦ୍ୱାରା ଆପଣଙ୍କୁ ଶିବ କୃପା ଲାଭ ହୁଏ ଓ ଶତ୍ରୁ ସମସ୍ୟା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *