Vastu Shastra- ବେଲ ଗଛ, ଘରର କେଉଁଠି ଲଗାଇଲେ ହୋଇଥାଏ ଧନର ବର୍ଷା ଓ କେଉଁଠି ରହିଲେ ହୁଏ ସର୍ବନାଶ

ବନ୍ଧୁଗଣ ଆଜି ଆମେ ଜାଣିବା ବେଲ ଗଛ ଗୃହରେ କେଉଁଠି ଓ କିପରି ରହିଲେ ବାସ୍ତୁ ଦୋଷ ଦୂର ହେବା ସହିତ ଗୃହରେ ଧନର ବର୍ଷା ହୋଇଥାଏ । ବେଳ ଗଛ ଗୋଟେ ଏମିତି ଗଛ ଯିଏକି ସମସ୍ତ ସଂସାରରେ ଦୁର୍ଲଭ ଅଟେ । ତାର ଦିବ୍ୟତା, ତାର ଦୁର୍ଲଭତା,ତାର ଔଷଧୀୟ ଗୁଣ ଏବଂ କ୍ଷମତା ପାଇଁ ସମସ୍ତ ଦେବା ଦେବୀ ଏବଂ ସମସ୍ତ ମନୁଷ୍ୟ ଜାତିର ପ୍ରିୟ ଓ ଆଦରଣୀୟ ହୋଇଥାଏ । ପୁରାଣ ଶାସ୍ତ୍ର ମତରେ ବେଲ ଗଛର ସୃଷ୍ଟି ମାତା ଲକ୍ଷ୍ମୀ ଙ୍କ ଅଂଶରୁ ହୋଇଛି । ତେବେ ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିଷୟ ବସ୍ତୁ ।

୧:- ବେଲ ଗଛରେ ସାକ୍ଷାତ ଶିବ ଏବଂ ସତୀ ଙ୍କର ବାସ ହୋଇଥାଏ । ବେଲ ଗଛର ତ୍ରି ପତ୍ର ରେ ବ୍ରହ୍ମା,ବିଷ୍ଣୁ ଏବଂ ମହେଶ୍ୱର ବାସ କରିଥାନ୍ତି । ତେଣୁ ବେଲ ଗଛ ମୂଳରେ ସବୁଦିନ ଗାଧୋଇ ସାରି ପାଣି ଦେଲେ କୋଟିପୂର୍ଣ୍ୟ ଲାଭ ହୋଇଥାଏ । ଏହା ସହିତ ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ହୋଇଥାନ୍ତି ଏବଂ ସେହି ବ୍ୟକ୍ତିର ଜୀବନରେ ଧନ ଲାଭ ହୋଇଥାଏ ।

୨:- ବେଲ ପତ୍ର ହେଉଛି ଶିବ ଏବଂ ସମସ୍ତ ଦେବୀ ମାନଙ୍କ ମଧ୍ୟ ପ୍ରିୟ ହୋଇଥାଏ । ଯାହା ସୁଖିଗଲେ ମଧ୍ୟ ବାସି ହୋଇନଥାଏ । ବେଲ ପତ୍ରରେ ଚନ୍ଦନ ଲଗାଇ ଶିବ ଏବଂ ସମସ୍ତ ଦେବୀ ମାନଙ୍କୁ ଅର୍ପଣ କଲେ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ।

୩:- ବେଲ ଗଛର କାଠି କୁ ଚନ୍ଦନ ପରି ଘୋରୀ ଶିବ ତଥା ଦେବୀଙ୍କୁ ଟୀକା ଲଗାଇଲେ ପୁର୍ଣ୍ଣ ଲାଭ ହୋଇଥାଏ । ଏବଂ ମନୁଷ୍ୟ ନିଜ ବେକରେ ଏହି ବେଲ କାଠିର ଟୀକା ଲଗାଇଲେ ସମସ୍ତ ପ୍ରାଣୀର ମନବାଞ୍ଛା ପୂର୍ଣ୍ଣ ହୋଇଥାଏ । ଏବଂ ସେହି ବ୍ୟକ୍ତି ସମସ୍ତ କାର୍ଯ୍ୟରେ ବିଜୟୀ ମଧ୍ୟ ହୋଇଥାଏ ।

୪:- ଚତୁର୍ଦ୍ଦଶୀ ଦିନ ବେଲ ଗଛ ମୂଳରେ ଦୀପ ଧୂପ ପଣା ସମର୍ପଣ କରି ସେହି ବେଲ ଗଛର ଚେରକୁ ଅଣି ଗୋଟେ ଲାଲ ସୂତାରେ ବାନ୍ଧି ଶରୀରରେ ଧାରଣ କଲେ ବାହାରର ନକାରାତ୍ମକ ଶକ୍ତିର ମନରେ ଆସିନଥାଏ । ଏବଂ ଶରୀରରେ ଥିବା ନକାରାତ୍ମକ ଶକ୍ତି ତଥା ଦୁଷ୍ଟ ଶକ୍ତିକୁ ଶେଷ କରିଥାଏ । ଏବଂ ଆପଣଙ୍କୁ ଖୁସିର ସମୟ ଅତିବାହିତ କରିବାକୁ ମିଳିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *