IAS ଓ IPSଙ୍କ ସ୍ୟାଲେରୀ କେତେ ଅଟେ ! ନିଶ୍ଚୟ ପଢନ୍ତୁ

ବନ୍ଧୁଗଣ ବର୍ତ୍ତମାନ ସମୟରେ ସମସ୍ତେ ଗୋଟେ ଭଲ ଚାକିରୀ କରି ସୁଖମୟ ଜୀବନ ଯାପନ କରିବାକୁ ଚାହାନ୍ତି । ସରକାରୀ ଚାକିରି ପାଇଁ ସମସ୍ତେ ବହୁତ ପରିଶ୍ରମ କରିଥାନ୍ତି କିନ୍ତୁ ସେଥି ମଧ୍ୟରୁ ମାତ୍ର କିଛି ଲୋକ ସରକାରୀ ଚାକିରୀ ପାଇଥାନ୍ତି ଆଊ କିଛି ଲୋକ ସିଭିଲ ସର୍ଭିସ ରେ ମଧ୍ୟ ଚୟନ ହୋଇଥାନ୍ତି । କହିବାକୁ ଗଲେ ଆଇଏଏସ ଓ ଆଇପିଏସ୍ ଦେଶର ସବୁଠୁ ଉଚ୍ଚ ଓ ସମ୍ମାନିୟ ଚାକିରି ମଧ୍ୟରୁ ଗୋଟେ ।

ଏହି ଚାକିରି ପାଇବା ପାଇଁ ମଧ୍ୟ ଲୋକ ରାତିଦିନ ପାଠ ପଢିଥାନ୍ତି ।   ଗୋଟେ ବ୍ୟକ୍ତି ଏହି ପଦବୀ ପାଇବା ପାଇଁ ବହୁତ ଚେଷ୍ଟା ଏବଂ ପରିଶ୍ରମ କରିଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ ଆଇଏଏସ ଏବଂ ଆଇପିଏସ ଅଫିସର ମାନଙ୍କ ଦରମା କେତେ ଜଣାଇବୁ ।   ତେବେ ଚାଲନ୍ତୁ ଜାଣିବା ।

ଜୁନିଅର ସ୍କେଲ:- ଭାରତୀୟ ପୋଲିସ ସେବା ଆଇପିଏସ ରେ ପ୍ରଥମ ସ୍କେଲ ଜୁନିଅର ସ୍କେଲ ରହିଛି । ଏଥିରେ IPS ଅଧିକାରୀ ମାନଙ୍କୁ ୧୫୬୦୦-୩୫୮୦୦ ପ୍ଲସ ଗ୍ରେଡ ସ୍ୟାଲେରି ମିଳିଥାଏ । ସମୟ ସହିତ ଏହି ସ୍ୟାଲେରୀ ଅଧିକ ହୋଇ ୨, ୬୬,୫୦୦ ପର୍ଯ୍ୟନ୍ତ ହୋଇଥାଏ ।

ଜୁନିଅର ପ୍ରଶାସନିକ ଗ୍ରେଡ:- ଯେଉଁ ସମୟରେ IPS ଅଧିକାରୀଙ୍କୁ ପୋଲିସ ଅଧିକ୍ଷକ ଙ୍କ ପୋଷ୍ଟ ରେ ପଦୋନ୍ନତି କରାଯାଏ,ସେତେବେଳେ ତାଙ୍କୁ ଜୁନିଅର ପ୍ରଶାସନିକ ଗ୍ରେଡ ରେ ସମ୍ମାନିତ କରାଯାଇଥାଏ । ଜୋଉଥିରେ IPS ଅଧିକାରୀଙ୍କୁ ୧୫୫୦୦- ୩୯,୩୦୦ ପ୍ଲସ ଗ୍ରେଡ ସ୍ୟାଲେରି ମିଳିଥାଏ । ଏହା ବୃଦ୍ଧି ହୋଇ ୨,୯୦,୪୦୦ ପର୍ଯ୍ୟନ୍ତ ଯାଇଥାଏ ।

ଚୟନ ଗ୍ରେଡ:- ଏହା IPS ଅଧିକାରୀଙ୍କ ଅନ୍ୟ ଏକ ପଦୋନ୍ନତି ପାଇଁ ଦିଆଯାଇଛି । ଚୟନ ଗ୍ରେଡ ରେ ଆଇପିଏସ ଅଧିକାରୀଙ୍କୁ ୩୬୪୦୦-୬୭୪୦୦ ପର୍ଯ୍ୟନ୍ତ ମିଳିଥାଏ । ବରିଷ୍ଟ ପୋଲିସ କର୍ମଚାରୀଙ୍କୁ ମଧ୍ୟ ସମ୍ମାନିତ ପୁରସ୍କାର ଦିଆଯାଇଥାଏ । ଏହା ବୃଦ୍ଧି ହୋଇ ୨୫୭୦୦ ପର୍ଯ୍ୟନ୍ତ ଯାଇଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *