ନିଜ ଭକ୍ତଙ୍କୁ ରକ୍ଷା କରିବାକୁ ରାସ୍ତା ଉପରେ ପ୍ରକଟ ହେଲେ ହନୁମାନ, ଏମିତି ରୂପ ଦେଖି ଲୋକଙ୍କ ହୋସ ଉଡିଗଲା

ବନ୍ଧୁଗଣ ଆମେ ପ୍ରତିଦିନ ଭଗବାନ ଙ୍କୁ ପୂଜା ଅର୍ଚ୍ଚନା କରିଥାଉ । ଏବଂ ଜାଣିଥାଉ କି ଭଗବାନ ଆମର ରକ୍ଷା ନିଶ୍ଚିନ୍ତ ଭାବରେ କରିବେ । କିନ୍ତୁ କିଛି ଲୋକ ଏହାକୁ ବିଶ୍ୱାସ କରନ୍ତି ନାହିଁ କି ଭଗବାନ ସତରେ ଆମ ସହିତ ଅଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ସତ ଘଟଣା କହିବାକୁ ଯାଉଛି ଯାହା ଶୁଣିବା ପରେ ଆପଣ ମଧ୍ୟ ବିଶ୍ଵାସ କରିବାକୁ ଲାଗିଯିବେ କି ଭଗବାନ ସତରେ ନିଜର ଭକ୍ତ ମାନଙ୍କ ସହିତ ରହିଥାନ୍ତି । ତେବେ ଚାଲନ୍ତୁ ଜାଣିବା ।

ଏହି କାହାଣୀ ହେଉଛି ସୋରିପଥ ନାମର ଗୋଟେ ଗାଆଁର । ଯୋଉଠି ସୌରଭ ନାମର ଗୋଟେ ପିଲା ରହିଥିଲା । ସେ ପିଲା ହନୁମାନ ଙ୍କ ଭକ୍ତ ଥିଲା । ପ୍ରତି ମଙ୍ଗଳବାର ଦିନ ମାଙ୍କଡ ମାନଙ୍କୁ କଦଳୀ ଖୁଆଉଥିଲା ଏବଂ ଗରିବ ମାନଙ୍କୁ ଖାଦ୍ୟ ମଧ୍ୟ ଦେଇଥିଲା । ଏହା ଦେଖି ସ୍ଵୟଂ ହନୁମାନ ଙ୍କ କୃପା ତା ଉପରେ ହେବାକୁ ଲାଗିଥିଲା । ସୌରଭର ଗୋଟେ ବହୁତ ଭଲ ଜାଗାରେ ଚାକିରି ହୋଇଗଲା । ସେଠାରେ ସେ ଖୁବ ପଇସା ରୋଜଗାର କରିବାକୁ ଲାଗିଥିଲା । ଗୋଟେ ଦିନ ରାତି ୧୦ଟା ବେଳେ ବହୁତ ଯୋରେ ବର୍ଷା ହେବାକୁ ଲାଗିଥିଲା । ଏବଂ ସୌରଭ ଅଫିସ ରୁ ଘରକୁ ଯିବାକୁ ବହାରିଯାଇଥିଲା ।

ତାକୁ ଲାଗିଥିଲା କି ବର୍ଷା କିଛି ସମୟ ପରେ କମିଯିବ । କିନ୍ତୁ ସେପରି ହେଲାନାହିଁ । ସୌରଭ ନିଜର ବାଇକ ଧରି ହାଇୱେ ଦେଇ ଯାଉଥିଲା । ବର୍ଷା କାରଣରୁ ତାକୁ କିଛି ବି ଠିକ ଭାବରେ ଦେଖାଯାଉନଥିଲା । ତଥାପି ସେ ଆଗେଇ ଚାଲିଥିଲା । ପଛରୁ ଅଚାନକ ଗୋଟେ ଟ୍ରକ ଆସୁଥିଲା ଏବଂ ତାହା ସୌରଭ କୁ ପଛରୁ ଧକ୍କା ଦେବାକୁ ହିଁ ଯାଉଥିଲା କି ହଠାତ ସେହି ଟ୍ରକ ସାମ୍ନାରେ ବିଶାଳ ରୂପରେ ସ୍ଵୟଂ ହନୁମାନ ଆସି ପ୍ରକଟ ହୋଇଥିଲେ ।

ଏହା ନିଜେ ଟ୍ରକ ଡ୍ରାଇଭର କହିଥିଲା । ଡ୍ରାଇଭର ଏହା କହିଥିଲା କି ଟ୍ରକ ରେ ବ୍ରେକ ଲଗାଇବାକୁ ହେଲେ ବହୁତ ଧୀରେ ଧୀରେ କରିବାକୁ ପଡ଼ିଥାଏ କିନ୍ତୁ ସେଦିନ ମୁଁ ହନୁମାନ ଙ୍କୁ ଦେଖିବା ପରେ ବ୍ରେକ ମଧ୍ୟ ଲଗାଇନଥିଲି ତଥାପି ଟ୍ରକ ଆପେ ଆପେ ରହିଯାଇଥିଲା । ଏହାପରେ ସେ ଦେଖିଲା କି ହନୁମାନ ନିଜେ ଗୋଟେ ବାଇକ ପଛରେ ବସିଛନ୍ତି । ଏହା ଦେଖି ସେ ଦରିଯାଇଥିଲା । ଏବଂ ସେ ବାଇକ ଚାଳକକୁ ଅଟକାଇବାକୁ ଚେଷ୍ଟା କରିଥିଲା । କିଛି ବାଟ ପରେ ସେ ନିଜର ଚେଷ୍ଟାରେ ସଫଳ ହୋଇଥିଲା । କିନ୍ତୁ ଯେମିତି ହି ଟ୍ରକ ଡ୍ରାଇଭର ବାଇକ ପାଖକୁ ଗଲା ସେଠାରେ ହନୁମାନ ନଥିଲେ ।

ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲା ଏବଂ ସୌରଭ କୁ କହିଲା କି ତାର ଜୀବନ ସ୍ଵୟଂ ହନୁମାନ ବଞ୍ଚାଇଛନ୍ତି । ଯଦି ଆଜି ସେ ଆସିନଥାନ୍ତେ ତେବେ ଦୁହିଁଙ୍କର ବହୁତ ବଡ଼ ଅକ୍ସିଡେଣ୍ଟ ହୋଇଯାଇଥାନ୍ତା । ଏବଂ ବୋଧେ କେହି ମଧ୍ୟ ବଞ୍ଚିନଥାନ୍ତେ । ସୌରଭ ଏହା ଶୁଣି ବହୁତ ଖୁସି ହେବା ସହ ଆଶ୍ଚର୍ଯ୍ୟ ମଧ୍ୟ ହେଲା । ଏହାପରେ ସେ ହନୁମାନ ଙ୍କୁ ସ୍ମରଣ କରି ତାଙ୍କୁ ଧନ୍ୟବାଦ ଜଣାଇଲା ଏବଂ ଟ୍ରକ ଡ୍ରାଇଭର କୁ କହିଲା ମୋ ପ୍ରଭୁ ହନୁମାନ ମୋ ଭିତରେ ରହିଛନ୍ତି ।

ମୁ ତାଙ୍କୁ ସ୍ଵଚ୍ଛ ହୃଦୟରୁ ପ୍ରାଥନା କରିଥାଏ । ସେଥିପାଇଁ ସେ ଆଜି ମୋର ଜୀବନ ବଞ୍ଚାଇଛନ୍ତି । ଏହା ଶୁଣି ଡ୍ରାଇଭର କହିଲା ସେ କେବେ ଭଗବାନ ଙ୍କୁ ଦେଖିନଥିଲା କି ଅନୁଭବ ମଧ୍ୟ କରିନଥିଲା କିନ୍ତୁ ସୌରଭ କାରଣରୁ ସେ ସ୍ଵୟଂ ହନୁମାନ ଙ୍କୁ ଦେଖିବାର ସୁଯୋଗ ପାଇଲା । ଟ୍ରକ ଡ୍ରାଇଭର ସୌରଭ କୁ ଧନ୍ୟବାଦ ଜଣାଇଲା । ଏବଂ କହିଲା ଭକ୍ତି ରେ ଶକ୍ତି ଅଛି ବୋଲି ସେ ଶୁଣିଥିଲା ଏବଂ ଏହା ସାତ ବୋଲି ପ୍ରମାଣ ମଧ୍ୟ ହୋଇଗଲା । ତେଣୁ ସେ ମଧ୍ୟ ହନୁମାନ ଙ୍କୁ ନିଷ୍ଠାର ସହ ଭକ୍ତି କରିବ ବୋଲି କହିଲା । ତେବେ ହନୁମାନ ଙ୍କ କୃପା ଦୃଷ୍ଟି ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ହନୁମାନ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *