Vastu Tips- ଭଲ ସମୟ ଆସିବା ପୂର୍ବରୁ ମିଳିଥାଏ ଏହି 5ଟି ସଙ୍କେତ, ମା ଲକ୍ଷ୍ମୀ ନିଜେ ଆସନ୍ତି ଘରକୁ

ବନ୍ଧୁଗଣ ସମୟ ଏକ ଚକ୍ର ହୋଇଥାଏ । ଯେପରି ଦିନ ପରେ ରାତି ଆସିଥାଏ ସେହିପରି ମନୁଷ୍ୟ ଜୀବନରେ ଦୁଃଖ ପରେ ସୁଖ ନିଶ୍ଚିନ୍ତ ଆସିଥାଏ । ଭାଗ୍ୟରେ ଥିବା ଏବଂ ସମୟ ଆସିବା ପୂର୍ବରୁ ନା କିଛି ମିଳି ଥାଏ ନା କିଛି ମିଳିବ ମଧ୍ୟ । ଅର୍ଥାତ ଗୋଟିଏ ମନୁଷ୍ୟ ଭାଗ୍ୟରେ ଯାହା ରହିଥାଏ ତାହା ସେତିକି ଆସିବ ଏବଂ ସମୟ ଆସିଲେ ହିଁ ମିଳିଥାଏ । ସମୟ ମନୁଷ୍ୟ ଜୀବନରେ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଆଜି ଯଦି ଆପଣଙ୍କ ଜୀବନରେ ଦୁଃଖ କଷ୍ଟ ଭରି ହୋଇ ରହିଛି ତେବେ ଆସନ୍ତା ସମୟରେ ଖୁସି ମଧ୍ୟ ମିଳିବ । ସୁଖ ଦୁଃଖ ର ଚକ୍ର ସମୟ ଚକ୍ର ସହିତ ଚାଲିଥାଏ । ଯେଉଁ ପରି ଦୁଃଖର ଦିନ ବେଶି ସମୟ ରହିନଥାଏ ସେହିପରି ସୁଖର ସମୟ ମଧ୍ୟ ବେଶି ଦିନ ରୁହେନାହିଁ । ଆମ ପୌରାଣିକ ଶାସ୍ତ୍ରରେ ମଧ୍ୟ ସମୟର ଚକ୍ର ବିଷୟରେ ବହୁତ କିଛି ବର୍ଣ୍ଣିତ କରାଯାଇଛି । ଶୁଭ ସମୟ ଆସିବା ପୁର୍ବରୁ କେତେକ ସଂକେତ ଆପଣଙ୍କୁ କୌଣସି ନା କୌଣସି ପ୍ରକାରରେ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଆଗକୁ ଆସୁଥିବା ସମୟ ଆପଣଙ୍କ ପାଇଁ କେତେ ଶୁଭ ଏବଂ କେତେ ଅଶୁଭ ଅଟେ ।

୧:- କେବେ କେବେ ଅଧିକ ରାତି ଯାଏଁ ବା ସାରା ରାତି ବିନା କାରଣରେ ନିଦ ଆସିନଥାଏ । ଏହି ଛୋଟ ସଂକେତ ଟି ଆପଣଙ୍କ କୌଣସି ବଡ ଇଚ୍ଛା ଯାହା ବହୁତ ଦିନ ଧରି ଆଶା କରିଥିବା କାର୍ଯ୍ୟ ପୂରଣ ହେବାର ଶୁଭ ସଙ୍କେତ ଦେଇଥାଏ । ଆପଣଙ୍କୁ କୌଣସି ଶୁଭ ଖବର ମିଳିପାରେ ।

୨:- ସକାଳର ନିଦ ସତେଜ ଏବଂ ମନ ଭିତରେ ଏକ ସକାରାତ୍ମକ ଭାବ ସହିତ ଯଦି ନିଦ ଭାଙ୍ଗିଥାଏ ତେବେ ଏହା ଏକ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଆପଣ ଜାଣି ନିଅନ୍ତୁ କି ସେହି ଦିନ ଆପଣଙ୍କ ପାଇଁ ବହୁତ ଶୁଭ ରହିବ । ଏବଂ ଜୀବନରେ ଚାଲୁଥିବା କୌଣସି ସମସ୍ୟା ର ସମାଧାନ ସେହି ଦିନ ହୋଇଯିବ ।

୩:- ସକାଳର ନିଦ ଭାଙ୍ଗିବା ମାତ୍ରେ କାଉ ବା କୋଇଲିର ସ୍ୱର ଶୁଣିବା ଶୁଭ ସଂକେତ ହୋଇଥାଏ । ଏହା ଦ୍ବାରା ଆପଣ ସେହି ଦିନ କରିବାକୁ ଯାଉଥିବା କୌଣସି କାର୍ଯ୍ୟରେ ବହୁତ ଅଧିକ ଲାଭ ହେବାର ସଙ୍କେତ ଦେଇଥାଏ । ଆପଣଙ୍କୁ ସମସ୍ତ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଥାଏ । ସକାଳୁ ଉଠିବା ପରେ ପାଣିରେ ଭରି ରହିଥିବା ବାଲଟି ଦେଖିବା ବହୁତ ଶୁଭ ହୋଇଥାଏ ଏହା ଦ୍ୱାରା ଆପଣଙ୍କ ଜୀବନରେ କୌଣସି ବଡ ଉନ୍ନତି ହେବାର ଯୋଗ ରହିଥାଏ ।

୪:- ଘର ଭିତରେ ରହିଥିବା ଝିଟିପିଟି ମାନଙ୍କ ଝଗଡ଼ା ଘର ପାଇଁ ଅଶୁଭ ହୋଇଥାଏ କିନ୍ତୁ ସେହି ଝିଟିପିଟି ଯଦି ଆପଣଙ୍କ ଡାହାଣ କାନ୍ଧ କିମ୍ବା କାନ ଉପରେ ଖସିପଡେ ଏହା ବହୁତ ଶୁଭ ହୋଇଥାଏ । ବ୍ୟବସାୟରେ ଲାଭ, ଦୂର ଯାତ୍ରା, ଧନ ଲାଭ ପରି ଯୋଗ ବନିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *