Vastu Tips- ବୁଧବାର ଦିନ କରନ୍ତୁ ଏହି ଉପାୟ, ଶ୍ରୀ ଗଣେଶଙ୍କ କୃପାରୁ ବଦଳିଯିବ ଭାଗ୍ୟ

ବନ୍ଧୁଗଣ ବିଘ୍ନହାର୍ତ ଭଗବାନ ଗଣେଶ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଇଥାନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି ଭଗବାନ ଗଣେଶ ନିଜର ଭକ୍ତ ମାନଙ୍କ ଜୀବନରେ ବିଦ୍ୟା,ବୁଦ୍ଧି,ଧନ,ସମ୍ମାନ ସବୁ କିଛି ଦେଇଥାନ୍ତି । ହିନ୍ଦୁ ଧର୍ମରେ ପ୍ରତେକ କାର୍ଯ୍ୟର ଆରମ୍ଭରେ ଶ୍ରୀ ଗଣେଶ ଙ୍କୁ ପୂଜା ଅର୍ଚ୍ଚନା କରାଯାଇଥାଏ । ତେବେ ଶ୍ରୀ ଗଣେଶଙ୍କୁ ପ୍ରସନ୍ନ କରିବାର କିଛି ବିଶେଷ ଉପାୟ ରହିଛି ଯାହା ଆଜି ଆମେ ଆପଣଙ୍କୁ କହିବୁ । ତେବେ ଚାଲନ୍ତୁ ଜାଣିବା ।

୧:- ବୁଧବାର ଦିନ ଗାଈକୁ କଞ୍ଚା ଘାସ ଖାଇବାକୁ ଦିଅନ୍ତୁ କେବେବି ଭୁଲି ଶୁଖିଲା ଘାସ ଦିଅନ୍ତୁ ନାହିଁ । ଏହା ଦ୍ବାରା ଶ୍ରୀ ଗଣେଶ ଆପଣଙ୍କ ଉପରେ କୋପ ଦୃଷ୍ଟି ପକାଇଥାନ୍ତି ଏବଂ ଆପଣଙ୍କ ପରିବାରରେ ସବୁବେଳେ କଳି ଝଗଡ଼ା ଲାଗିରହେ ।

୨:- ବୁଧବାର ଦିନ ମନେ କରି ପୂଜା କରିବା ସମୟରେ ଶ୍ରୀ ଗଣେଶଙ୍କୁ ସିନ୍ଦୂର ଅର୍ପଣ କରନ୍ତୁ ଏହା ଦ୍ବାରା ଆପଣଙ୍କ ପରିବାରର ସମସ୍ତ ସଦସ୍ୟ ଙ୍କ ସ୍ବାସ୍ଥ୍ୟ ଭଲ ରହିଥାଏ ।

୩:- ବୁଧବାର ଭଗବାନ ଗଣେଶ ଙ୍କ ବାର ହୋଇଥାଏ ତେଣୁ ଏହି ଦିନ ସକାଳୁ ଉଠି ସ୍ନାନ ସାରି ପ୍ରଭୁ ଗଣେଶଙ୍କୁ ପୂଜା ଅର୍ଚ୍ଚନା କରନ୍ତୁ ଏବଂ ନିଜର ଦୁଃଖ ଜଣାନ୍ତୁ । ଓମ ଶ୍ରୀ ଗଣେଶାୟଃ ନମଃ ମନ୍ତ୍ର ସାତ ଥର ଜପ କରନ୍ତୁ । ଦେଖିବେ ଶ୍ରୀ ଗଣେଶ ଆପଣଙ୍କ ଦୁଃଖ ଦୂର କରିବେ ।

୪:- ବୁଧବାର ଦିନ ଶ୍ରୀ ଗଣେଶଙ୍କ ପ୍ରିୟ ଖାଦ୍ୟ ଅର୍ଥାତ ମୋଦକ ଭୋଗ ଲଗାନ୍ତୁ ଏହା ଦ୍ବାରା ଆପଣଙ୍କ ଆର୍ଥିକ ସମସ୍ୟା ଦୁର ହୋଇଯିବ । ଏବଂ ଆପଣଙ୍କୁ ଧନ ଲାଭ ହେବ ।

୫:- ଯଦି ଆପଣଙ୍କ ଘରେ କୌଣସି ବାସ୍ତୁ ଦୋଷ ଓ ନକାରାତ୍ମକ ଶକ୍ତି ର ବାସ ରହିଛି ତେବେ ଶୁକ୍ଳପକ୍ଷ ବୁଧବାର ଦିନ ଧଳା ରଙ୍ଗର ଶ୍ରୀ ଗଣେଶଙ୍କ ମୂର୍ତ୍ତି ନିଜ ଘରକୁ ଆଣନ୍ତୁ । ଦେଖିବେ ଘରୁ ସମସ୍ତ ନାକାରତ୍ମକ ଶକ୍ତି ଦୂର ହେବ ଏବଂ ପରିବାରରେ ସୁଖ ଶାନ୍ତି ରହିବ । ତେବେ ବନ୍ଧୁଗଣ ପ୍ରଭୁ ଗଣେଷ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ଶ୍ରୀ ଗଣେଶ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *