ବାଛନ୍ତୁ ନିଜ ପସନ୍ଦର ଗୋଟିଏ ଚିତ୍ର ଓ ଜାଣନ୍ତୁ ନିଜ ଭବିଷ୍ୟତ ବିଷୟରେ ଏକ ଖାସ କଥା ( Personality Test )

ବନ୍ଧୁଗଣ ମନୋବିଜ୍ଞାନ ଅନୁସାରେ ଏପରି କିଛି କଥା ରହିଛି ଯାହା ଆପଣଙ୍କ ଭବିଷ୍ୟତ ସମ୍ପର୍କରେ ଆପଣଙ୍କୁ କିଛି ପୂର୍ବାନୁମାନ ଦେଇ ପାରେ । ତେବେ ଆମେ ବର୍ତ୍ତମାନ ସେହିପରି କିଛି ଉପାୟ ଅନୁସରଣ କରି ଆପଣଙ୍କ ଭବିଷ୍ୟତ ସମ୍ପର୍କରେ ଆପଣଙ୍କର ଜୀବନର ପୂର୍ବାନୁମାନ କରିବା ସହିତ ଆପଣଙ୍କ ଜୀବନ ସହିତ ଜଡିତ କିଛି କଥା ସମ୍ପର୍କରେ ଆଲୋଚନା କରିବା ।

ଯାହା ଫଳରେ ଆପଣଙ୍କ ଜୀବନରେ କଣ କଣ ଚାଲିଛି ଏହା ସମ୍ପର୍କରେ ଜଣା ପଡ଼ିବ । ସେଥିପାଇଁ ଆପଣଙ୍କୁ ପ୍ରଥମେ ଏହି ୫ଟି ଆକୃତି ମଧ୍ୟରୁ କୌଣସି ଗୋଟିଏ ଚିତ୍ର ପସନ୍ଦ କରିବାକୁ ହେବ । ତେବେ ଏହା ମଧ୍ୟରୁ ନିଜର ପ୍ରଥମ ନଜରରେ ଗୋଟିଏ ଚିତ୍ର ବାଛିନିଅନ୍ତୁ ଏବଂ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ । ଚାଲନ୍ତୁ ଆରମ୍ଭ କରିବା ।

ପ୍ରଥମ ଚିତ୍ର:- ବନ୍ଧୁଗଣ ପ୍ରଥମ ଚିତ୍ରଟି ହେଉଛି ସିଂହ ର ଚିତ୍ର । ତେବେ ଯେଉଁମାନେ ପ୍ରଥମ ଚିତ୍ର ଅର୍ଥାତ ସିଂହ ର ଚିତ୍ର ବାଛିଛନ୍ତି ତେବେ ଏହା ସୋର ର ପ୍ରତୀକ ହୋଇଥାଏ । ଜ୍ୟୋତିଷଙ୍କ ଅନୁସାରେ ଏହା ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ହୋଇଥାଏ । ଏହାର ଅର୍ଥ ଆପଣ ଆପଣଙ୍କ ଜୀବନରେ ବହୁତ ଆଗକୁ ଯିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏଥିପାଇଁ ଆପଣ ଯଥେଷ୍ଟ ପରିଶ୍ରମ କରୁନାହାନ୍ତି । ଆପଣ ଜୀବନରେ ସଫଳତା ହାସଲ ନିଶ୍ଚିନ୍ତ କରିବେ । କିନ୍ତୁ ଏଥିପାଇଁ ଆପଣଙ୍କୁ ପରିଶ୍ରମ କରିବାକୁ ପଡିବ ।

ଦିତୀୟ ଚିତ୍ର:- ଯଦି ଆପଣ ଦିତୀୟ ଚିତ୍ର ମଣେ ଘଣ୍ଟା କୁ ବାଛିଛନ୍ତି ତେବେ ଏହା ବଦଳିଥିବା ସମୟର ପ୍ରତୀକ ଅଟେ । ଏହାର ଅର୍ଥ ଆପଣଙ୍କ ଜୀବନରେ କିଛି ଗୋଟେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହା ଦ୍ଵାରା ଆପଣ ଜୀବନ ସମ୍ପୂର୍ଣ ଭାବେ ବଦଳିଯିବ । ଆପଣଙ୍କୁ କୌଣସି ଖୁସି ଖବର ମଧ୍ୟ ମିଳିପାରେ । ଆପଣଙ୍କ ଭାଗ୍ୟର କବାଟ ଖୋଲିବାକୁ ଯାଉଅଛି ।

ତୃତୀୟ ଚିତ୍ର:- ଯଦି ଆପଣ ତୃତୀୟ ଚିତ୍ର ଅର୍ଥାତ ଚନ୍ଦ୍ରମା ବାଛିଛନ୍ତି ତେବେ ଏହା ଭାବନା ସହିତ ଜଡିତ ରହିଛି । ତେବେ ଆପଣ ଏପରି ବ୍ୟକ୍ତି ଅଟନ୍ତି ଯିଏ କୌଣସି ନିଷ୍ପତି ନେବା ପୂର୍ବରୁ ସବୁବେଳେ ଦ୍ଵନ୍ଦ ରେ ରହିଥାନ୍ତି । ଆପଣ ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି । କିନ୍ତୁ ଆପଣଙ୍କ ଦ୍ବନ୍ଦରେ ରହିବା କାରଣରୁ ଆପଣ ସବୁଖେତ୍ରରେ ପଛୁଆ ରହିଥାନ୍ତି ।

ଚତୁର୍ଥ ଚିତ୍ର:- ଯଦି ଆପଣ ଚତୁର୍ଥ ଚିତ୍ର ଅର୍ଥାତ ଚାବିକାଠି ବାଛିଛନ୍ତି ତେବେ ଏହା ପଥଦର୍ଶକ ର ପ୍ରତୀକ ହୋଇଥାଏ । ଆପଣଙ୍କ ପାଇଁ କୌଣସି ଖୁସିର ଖବର ଆସିବାକୁ ଯାଉଛି ବୋଲି ଜାଣିନିଅନ୍ତୁ । ଆପଣଙ୍କ ଭାଗ୍ୟର ତାଲା ଖୋଲିବାକୁ ଯାଉଅଛି । ଆପଣ ଯେକୌଣସି କାର୍ଯ୍ୟରେ ଯୋଗ ଦେବେ ସେଥିରେ ସଫଳତା ହାସଲ କରିବେ । ଆପଣଙ୍କ ଜୀବନରେ ଖୁସିର ସମୟ ଆଗମନ ହେବ ।

ପଞ୍ଚମ ଚିତ୍ର:- ଯଦି ଆପଣ ପଞ୍ଚମ ଚିତ୍ର ଅର୍ଥାତ ହାତର ପାପୁଲି ବାଛିଛନ୍ତି ତେବେ ଏହାକୁ ଭୂତ ଶକ୍ତି ସହ ଜଡ଼ିତ ବୋଲି କୁହାଯାଇଥାଏ । ତେବେ ଆପଣଙ୍କ ଜୀବନରେ କିଛି ରହସ୍ୟମୟ ଘଟଣା ଘଟିବାକୁ ଯାଉଛି । ଯାହା ଦ୍ଵାରା ଆପଣଙ୍କ ଜୀବନରେ ଏହାର ବହୁତ ବେଶୀ ପ୍ରଭାବ ପଡ଼ିବ । ତେଣୁ ସତର୍କ ରୁହନ୍ତୁ । ତେବେ ବନ୍ଧୁଗଣ ଆପଣ କେଉଁ ଚିତ୍ର ବାଛିଛନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *