ଡାଲଚିନିକୁ ଏହିଭଳି ଖାଇବାର ଫାଇଦା ଜାଣି Doctor ମାନେ ବି ଆଶ୍ଚର୍ଯ୍ୟ, ଦେଖି ନିଅନ୍ତୁ ଚେତ ପରେ ପସ୍ତେଇବେ (Health Tips)

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ର ଅଶୃଙ୍ଖଳିତ ଜୀଵନ ଯାପନ ଯୋଗୁଁ ଆମ ଶରୀର ବହୁତ ଅସୁସ୍ଥ ହୋଇ ପଡୁଛି ଦୁର୍ବଳ ହୋଇ ଯାଉଛି । ତେବେ ଏହା ଦ୍ୱାରା ଆମେ ଅନେକ ରୋଗ ରେ ମଧ୍ୟ ପଡୁଛୁ । ଆଣ୍ଠୁ ଗଣ୍ଠି ବିନ୍ଧା ତ ବୟସ ପୂର୍ବରୁ ଆରମ୍ଭ ହୋଇ ଯାଉଛି । ତେବେ ଏଥିପାଇଁ ଆମେ ଅନେକ ପ୍ରକାରର ଔଷଧ ମଧ୍ୟ ସେଵନ କରି ଦେଇ ଥାଉ କିନ୍ତୁ ତାହା ମଧ୍ୟ ଆମ ଶରୀର ପାଇଁ ଉପଯୁକ୍ତ ନୁହେଁ । ତେବେ କିନ୍ତୁ ଆମେ କିଛି ଘରୋଇ ଉପଚାର ଦ୍ୱାରା ନିଜ ଶରୀର କୁ ସୁସ୍ଥ ଏବଂ ଭଲ ରଖି ପାରିବୁ ତେବେ ଆସନ୍ତୁ ସେହି ବିଷୟ ରେ ଜାଣିନେବା ।

ତେବେ ଆମ ଶରୀର ରେ କ୍ୟାଲିସିୟମ ପାଇଁ ଆମକୁ କ୍ଷୀର ର ସେଵନ କରିବା ନିହାତି ଆବଶ୍ୟକ ଅଟେ । କ୍ଷୀର ଦ୍ୱାରା ଆମ ଶରୀର ସବଳ ଏବଂ ସୁସ୍ଥ ରୁହେ । ତେବେ ଶାସ୍ତ୍ର ରେ କୁହାଯାଇଛି କି ସବୁବେଳେ କ୍ଷୀର କୁ ରାତି ସମୟରେ ହିଁ ପିଇବା ଉଚିତ କେବେବି ସକାଳେ ପିଇବା ଉଚିତ ନୁହେଁ । ତେବେ ଗାଈ କ୍ଷୀର ରେ ଅଳ୍ପ ଡାଲଚିନି ପକାଇବା ଦ୍ୱାରା ସେହି କ୍ଷୀର ର ଗୁଣ ଆହୁରି ବଢ଼ିଯାଏ ଏବଂ ତାହାର ସେବନ ଦ୍ୱାରା ଆମ ଶରୀର କୁ ମଧ୍ୟ ବହୁତ ଫାଇଦା ମିଳେ ।

ତେବେ ଆପଣ ପ୍ରଥମେ ବଜାର ରୁ ଗୋଟା ଡାଲଚିନି ଆଣନ୍ତୁ ଏବଂ ତାକୁ ହେମ ଦସ୍ତା ରେ କୁଟି ତାର ଗୁଣ୍ଡ ପ୍ରସ୍ତୁତ କରନ୍ତୁ । ତାପରେ ଆପଣ କଞ୍ଚା କ୍ଷୀର ରେ ଦୁଇ ରୁ ତିନି ଚାମଚ ଅଳ୍ପ କରି ଏହି ଗୁଣ୍ଡ କୁ ପକେଇ ଦେଇ ତାକୁ ଫୁଟେଇ ଦିଅନ୍ତୁ ଏବଂ ପରେ ଏହାର ସେବନ କରନ୍ତୁ ।

ତେବେ ଏହି କ୍ଷୀର ର ସେବନ ଦ୍ୱାରା ଆପଣଙ୍କ ଚେହେରା ରେ ଚମକ ଆସିବ ବ୍ରଣ, ଦାଗ ଆଦି ସବୁ ଧୀରେ ଧୀରେ ଦୁର ହୋଇ ଯିବ । କେଶ ମଧ୍ୟ ଉପୁଡିବା ବନ୍ଦ ହୋଇଯିବ ଏବଂ କେଶ ଘନ ହେବ । ତା ସହ ଯେଉଁ ମାନେ ଦୁର୍ବଳ କିମ୍ବା ବହୁତ ପତଳା ଅଛନ୍ତି ଏହି କ୍ଷୀର ର ସେଵନ କରିବା ଦ୍ୱାରା ସେମାନଙ୍କ ଓଜନ ବଢୁଥାଏ ଏବଂ ସେମାନେ ବହୁତ ଭଲ ଏବଂ ଆକର୍ଷଣୀୟ ମଧ୍ୟ ଦେଖା ଯାଆନ୍ତି ।

ତେବେ ଏହା ଦ୍ୱାରା ଆମକୁ କ୍ୟାଲିସିୟମ ମିଳେ ଏବଂ ରକ୍ତ ସଞ୍ଚାଳନ ମଧ୍ୟ ଠିକ ରେ ହୋଇଥାଏ । ଡାଲଚିନି ମିଶା କ୍ଷୀର ପିଇବା ଦ୍ୱାରା ପାଚନ କ୍ରିୟା ଠିକ ରେ ହୋଇଥାଏ ଖାଦ୍ୟ ମଧ୍ୟ ଭଲ ଭାବରେ ହଜମ ହୁଏ । ତେବେ ଆଶା କରୁଛି ଏହି ବିଷୟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *