ଧନକୁ ଚୁମ୍ବକ ପରି ଟାଣନ୍ତି ଏହି ପଶୁ ପକ୍ଷୀ, ଆପଣଙ୍କ ଘରକୁ ଆସୁଛନ୍ତି କି ? Ajira Anuchinta

ବନ୍ଧୁଗଣ ଗାଈ, କୁକୁର, କାଉ, ପାରା, ଜନ୍ଦା ଓ ପିମ୍ପୁଡି ମାନଙ୍କୁ ଶାସ୍ତ୍ରରେ ମନୁଷ୍ୟ ମାନଙ୍କର ପ୍ରିୟ ବନ୍ଧୁ ବୋଲି କୁହାଯାଇଥାଏ । କାରଣ ଏମାନେ ମନୁଷ୍ୟ ର ଭଲ ଓ ଖରାପ ସମୟ ପୂର୍ବରୁ ମଣିଷ ମାନଙ୍କୁ କିଛି ବିଶେଷ ସଂକେତ ମାନ ଦେଇଥାନ୍ତି । ତାହାଛଡା ଆମର ପୂର୍ବ ପୁରୁଷ ମାନେ ମଧ୍ୟ ଏମାନଙ୍କୁ ଖାଦ୍ୟ ଦେଇ ପାଳି ଥାଆନ୍ତି ଏବଂ ସେବା ମଧ୍ୟ କରିଥାନ୍ତି । ବିଶେଷ କରି ଶାର୍ଦ୍ଧ ବା କୌଣସି ପୂଜା ଆଦି ରେ ଯଦି ଏମାନେ ଆସି ଘରେ ଖାଇ ଦେଇଥାନ୍ତି, ତେବେ ଏହାକୁ ଅତ୍ୟନ୍ତ ଶୁଭ ବୋଲି ମଧ୍ୟ କୁହାଯାଇଥାଏ । ଏହାକୁ ମାନନ୍ତୁ ବା ନ ମାନନ୍ତୁ ଯଦି ସଦଭାବନା ଓ ବିଶ୍ଵାସ ରେ ଏହି କାର୍ଯ୍ୟ ସବୁ କରାଯାଏ, ତେବେ ଏହାର ସୁଫଳ ମଧ୍ୟ ମିଳିଥାଏ ।

ବନ୍ଧୁଗଣ କାଉ କୁ ପ୍ରତିଦିନ ଖାଇବାକୁ ଦେବା ଦ୍ଵାରା ନିଶ୍ଚିତ ଶୁଭଫଳ ମିଳିଥାଏ । କାରଣ କାଉ ଶନିଦେବ ଙ୍କର ବାହନ ଅଟେ । ଯଦି କାଉ କେଉଁ ବ୍ୟକ୍ତି ଙ୍କ ଉପରେ ପ୍ରସନ୍ନ ହୋଇଯାଏ, ତେବେ ସେହି ବ୍ୟକ୍ତି ଉପରେ ଶନିଦେବ ମଧ୍ୟ ଖୁବ ଖୁସି ହୋଇ ରହି ଥାଆନ୍ତି । ଫଳରେ ସେହି ବ୍ୟକ୍ତି ର ଜୀବନରେ ଧନ ଆକର୍ଷିତ ମଧ୍ୟ ହେବାକୁ ଲାଗେ ।

ତେଲ ପକାଇ ରୁଟି କାଉ କୁ ଖାଇବାକୁ ଦେଲେ ଶନି, ରାହୁ ଓ କେତୁ ସମସ୍ତେ ସନ୍ତୁଷ୍ଟ ହୋଇଥାନ୍ତି । ପ୍ରତିଦିନ ଗାଈ କୁ ଘର ର ପ୍ରଥମ ଭାଗ ର ଖାଦ୍ୟ ବା ପ୍ରଥମ ରୋଟି ଖାଇବାକୁ ଦେଲେ ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇ ଥାଆନ୍ତି । ଏହାସହ ଘରକୁ ଧନ ମଧ୍ୟ ଆକର୍ଷିତ ହୋଇ ଆସିଥାଏ ।

ବନ୍ଧୁଗଣ ପ୍ରତିଦିନ ବା ପ୍ରତ୍ଯେକ ଶନିବାର ଦିନ ଯଦି କଳା କୁକୁର କୁ କିଛି ଖାଇବାକୁ ଦିଆଯାଏ, ତେବେ ଜୀବନରୁ ଦୁଃଖ ଦୁର୍ଦଶା ସବୁକିଛି ଦୂର ହୋଇ ଯାଇଥାଏ । ଜନ୍ଦା ବା ପିମ୍ପୁଡି ହେଉଛନ୍ତି ଅତି ପରିଶ୍ରମି ଜୀବ । ପ୍ରତ୍ଯେକ ଦିନ ଯଦି ଏମାନଙ୍କୁ ଅଟା ରେ କିଛି ଚିନୀ ବା ଗୁଡ ଗୋଳାଇ ଖାଇବାକୁ ଦିଆଯାଏ, ତେବେ ଏମାନେ ଘର କୁ ଧନ ଆକର୍ଷିତ କରିଥାନ୍ତି । ତାହାଛଡା ଏମାନଙ୍କୁ ଖାଇବାକୁ ଦେଉଥିବା ଘର ଉପରେ କୌଣସି ବିପଦ ମଧ୍ୟ ଆସି ନଥାଏ । ପାରା ମା ଲକ୍ଷ୍ମୀ ଙ୍କର ପ୍ରିୟ ହୋଇଥାନ୍ତି ।

ପ୍ରତିଦିନ ପାରା ଙ୍କୁ ଖାଇବାକୁ ଦେବା ଦ୍ଵାରା ବୁଧ ଓ ମାତା ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇଥା’ନ୍ତି । ଶେଷ ରେ ବନ୍ଧୁଗଣ ମାଛ ଓ କଇଁଛ ଭଗବାନ ଶ୍ରୀ ବିଷ୍ଣୁ ଙ୍କର ଅବତାର । ଯେଉଁ ବ୍ୟକ୍ତି ପ୍ରତ୍ଯେକ ଦିନ ମାଛ ଓ କଇଁଛ କୁ ଖାଇବାକୁ ଦେଇଥାଏ, ସେହି ବଟ୍କି ଜିଆବ୍ନ୍ରେ ଧନ ଜନିତ କୌଣସି ଅଭାବ ରହି ନ ଥାଏ । ତାହାସହ ସେମାନଙ୍କୁ ମୃତ୍ୟୁ ପରେ ମଧ୍ୟ ଯମ ଦର୍ଶନ କରିବାକୁ ପଡି ନଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆଜିର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *