ସକାଳୁ ଉଠିବା ପରେ ଏମାନଙ୍କ ମୁହଁ ଦେଖିଲେ ହୋଇଥାଏ ଖାଲି ଧନ ବର୍ଷା- Ajira Anuchinta

ଆମେ ସମସ୍ତେ ଜାଣିଚୁ ଯେ ଵର୍ତମାନ ସମୟରେ ସବୁଠାରୁ ବଡ଼ ଜିନିଷ ହେଉଛି ପଇସା । ତେବେ ଯାହା ପାଖେ ଧନ ରହିଥାଏ ସେ ସବୁ କିଛି କରିପାରେ । ତେବେ ଆମେ ସମସ୍ତେ ଚାହିଁଥାଉ କି ଆମେ ମଧ୍ୟ ନିଜ ଜୀବନରେ ବହୁତ ଧନ ଅର୍ଜନ କରିବାକୁ । କଥା ରେ ଅଛି ସକାଳ ଯେଉଁ ପରି ବିଟିଥାଏ ପୁରା ଦିନ ଟି ସେହି ଭଳି ବ୍ୟତୀତ ହୋଇଥାଏ । ତେଣୁ ଆପଣଙ୍କ ସକାଳୁ ଉଠିବା ପରେ ଆପଣ ଯେଉଁ ଭଳି କାର୍ଯ୍ୟ , ଯେଉଁ ଭଳି ଶବ୍ଦ , ଯେଉଁ ଭଳି ଜିନିଷ ଦେଖିଥାନ୍ତି ।

ଏହା ଉପରେ ଆପଣଙ୍କ ର ପୁରା ଦିନ ଟି ନିର୍ଭର କରେ । ଆପଣଙ୍କ ଦିନ ଟି ଶୁଭ ଯିବ କି ଅଶୁଭ ଏହା ଆପଣଙ୍କ ସକାଳ ସମୟ ଉପରେ ନିର୍ଭର କରେ । ତେବେ ଆଜି ଆମେ ଆପଣଙ୍କ ଏସେହି ପରି କିଛି ସଙ୍କେତ କହିବୁ ଯାହା ମିଳିବା ଦ୍ୱାରା ଆପଣଙ୍କ ପୁରା ଦିନ ଟି ଶୁଭ ମୟ ବ୍ୟତୀତ ହେବ ।

ପ୍ରଥମ କଥା ହେଉଛି ଯଦି ଆପଣ ସକାଳୁ ଉଠିବା ପରେ ଯଦି କୌଣସି ଭିକାରି ଆପଣଙ୍କ ଦ୍ଵାରକୁ ଆସିଥାଏ ତେବେ ଆପଣ ଭୟଭିତ ହେବେ ନାହିଁ । ଯଦି କୌଣସି ଭିକାରୀ ଆପଣଙ୍କୁ ଭିକ ମାଗିଥାଏ ତେବେ ଆପଣ ଜାଣିବେ ଯେ ଆପଣଙ୍କର କୌଣସି ଟଙ୍କା ଯଦି ଆପଣ କାହାକୁ ଧାର ଭାବେ ଦେଇଥିବେ ତାହା ଆପଣଙ୍କୁ ମିଳିଯିବ ।

ଦ୍ଵିତୀୟ କଥା ହେଉଛି ଯଦି ଆପଣ ସକାଳୁ ଉଠିବା ପରେ ଆପଣ ଯଦି କୌଣସି ଶୁଭ ଶବ୍ଦ ଶୁଣିଥାନ୍ତି ଯେମିତିକି ଶଙ୍ଖ , ଘଣ୍ଟି , ଠାକୁର ଭଜନ ଆଦି ଯଦି ଶୁଭି ଥାଏ ତେବେ ଆପଣଙ୍କ ପୁରା ଦିନ ଟି ଆପଣଙ୍କ ର ଶୁଭ ରେ ବ୍ୟତୀତ ହୋଇଥାଏ ।

ତୃତୀୟ କଥା ହେଉଛି ଯଦି ଆପଣ ସକାଳୁ ଉଠି କୌଣସି ପୂର୍ଣ ଜଳ ବା କୌଣସି ପୂର୍ଣ କ୍ଷୀର ର ପାତ୍ର ଦେଖିଥାନ୍ତି ତେବେ ଏହା ର ଅର୍ଥ ଆପଣ ଯେକୌଣସି କାର୍ଯ୍ୟ କରିବେ ସେଥିରେ ଆପଣ ପୂର୍ଣ ଭାବେ ସଫଳତା ପାଇବେ । ଆପଣ ଯେଉଁ ବି କାର୍ଯ୍ୟରେ ବାହାରୁଥିବେ ସେଥିରେ ଆପଣ ସଫଳତା ପାଇବେ ।

ଚତୁର୍ଥ କଥା ହେଉଛି ଯଦି ଆପଣ ଘରୁ କୌଣସି କାର୍ଯ୍ୟ ରେ ବାହାରିବା ସମୟ ରେ କୌଣସି ସଧବା ନାରୀ ବା ଗୋ ମାତା ଙ୍କୁ ଦେଖିଥାନ୍ତି । ତେବେ ଆପଣଙ୍କ ଦିନ ଟି ଶୁଭ ମୟ ଓ ସୁଖମୟ ହୋଇଥାଏ । ପଞ୍ଚମ କଥା ଯଦି ଆପଣ ଘରୁ ବାହାରିବା ବେଳେ ବା ସକାଳୁ ଯଦି କୌଣସି ଲୋକକୁ ହଳଦୀ ଲଗାଇବାର ଦେଖନ୍ତି ତେବେ ଆପଣଙ୍କ ଦିନ ଟି ବହୁତ ଶୁଭ ହୋଇଥାଏ । ତେବେ ଏହି ସବୁ ଜିନିଷ ଦେଖିବା ଦ୍ୱାରା ବା ଶୁଣିବା ଦ୍ୱାରା ଆପଣଙ୍କ ଦିନ ଟି ବହୁତ ଶୁଭ ରେ ବ୍ୟତୀତ ହୋଇଥାଏ ।

Leave a Reply

Your email address will not be published. Required fields are marked *