ଦେଖନ୍ତୁ ନିଜ ସାଦଖିଆ ରେ କେମିତି ନାଚିଲେ Jhilik, ଭାଇରାଲ ହେଉଛି Video

ଓଡ଼ିଆ ଚଳଚ୍ଚିତ୍ର ରେ ଅନେକ କଳାକାର ରହିଛନ୍ତି । କିଛି ଓଡିଶା ର ବାସିନ୍ଦା ତ କିଛି କଳାକାର ଓଡିଶା ବାହାର ର ବାସିନ୍ଦା । ତେବେ ସେହି କଳାକାର ମାନେ ମଧ୍ୟ ଆମ ଓଡ଼ିଆ ସିନେ ଜଗତରେ ନିଜର ଅଭିନୟ ଓ କଳା ମାଧ୍ୟମରେ ଲୋକଙ୍କୁ ବେଶ ଆକର୍ଷିତ କରିଥାନ୍ତି । ବହୁତ ଲୋକ ପ୍ରିୟତା ମଧ୍ୟ ହାସଲ କରିଥାନ୍ତି । ତେବେ ସେହି ଭଳି ଜଣେ ଅଭିନେତ୍ରୀଙ୍କ ସମ୍ଭନ୍ଧରେ ଆଜି ଆମେ ଆପଣଙ୍କୁ କିଛି କହିବୁ । ତେବେ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଝିଲିକ ଭଟ୍ଟାଚାର୍ଯ୍ୟ ।

ତେବେ ସେ ପଶ୍ଚିମ ବଙ୍ଗରେ ଜନ୍ମ ଗ୍ରହଣ କରିଥିଲେ ଓ ସେ ବଙ୍ଗଳା ପରିବାରରୁ ଗତି କରନ୍ତି । ତାଙ୍କ ବାପା ହେଉଛନ୍ତି ମୃତ୍ୟୁଞ୍ଜୟ ଭଟାଚାର୍ୟ୍ଯ ଓ ମା ସୁମନ ଭଟ୍ଟାଚାର୍ଯ୍ୟ । ଝିଲିକ ଭାରତନାଟ୍ୟ ଓ କଥକ ନାଚ ମଧ୍ୟ ଶିଖିଛନ୍ତି । ତେବେ ଝିଲିକ ଅନେକ ବଙ୍ଗାଳି ସିନେମା ମଧ୍ୟ କରିଛନ୍ତି । ଓଡିଶା ରେ ମଧ୍ୟ ସେ ବେଶ ନାମ କମାଇଛନ୍ତି ।

ତାଙ୍କର ‘ ଆଖିରେ ଆଖିରେ’ “ଲେଖୁ ଲେଖୁ ଲେଖିଦେଲି ” ,” ଅଗସ୍ତ୍ୟ”, “ସୁପର ମିଛୁଆ” ଆଦି ଅନେକ ହିଟ ଫିଲ୍ମ ରହିଛି । ତେବେ ଝିଲିକ ୧୧ ମାର୍ଚ୍ଚ ୨୦୨୦ ରେ ବିଜେଡି ଉପ ସଭାପତି ଓ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଙ୍କ ପୁତ୍ର M.L.A ପ୍ରୀତିରଞ୍ଜନ ଘଡେଇଙ୍କୁ ବିବାହ କରିଥିଲେ ।

ବିବାହ ପରେ ଝିଲିକ ବେଶ ଖୁସିରେ ରହିବାର ନଜର ଆସିଥିଲେ । ଝିଲିକ ଙ୍କ ବିବାହ ସମ୍ଭନ୍ଧରେ କେହି ମଧ୍ୟ ଜାଣି ନ ଥିଲେ । କୌଣସି ଗଣମାଧ୍ୟମ ମଧ୍ୟ ଏହା ଜାଣି ନ ଥିଲେ । ବିବାହ ପରେ ଦୁହେଁ ନବଦମ୍ପତି ଗଣମାଧ୍ୟମ କୁ ଆସି ଥିଲେ ଝିଲିକ କହିଥିଲେ କି ବଙ୍ଗଳା ଝିଅ ଓଡ଼ିଆ ବୋହୁ ହେଲି ।

ତେବେ ଝିଲିକ ସୋସିଆଲ ମିଡିଆରେ ନିଜର ଶାଶୁ ଘରର କିଛି ଖୁସି ର ମୁହୂର୍ତ୍ତ ଫଟୋ ପୋଷ୍ଟ କରିଥାନ୍ତି । ଗୋଟିଏ ଫଟୋରେ ଝିଲିକଙ୍କୁ ତାଙ୍କ ଶଶୁର ବର୍ଣ୍ଣ ବୋଧ ବହି ରେ ପଢ଼ା ଶିଖାଉଥିଲେ । ତେବେ ଏବେ ଖବର ଏହା ମିଳିଛି କି ଝିଲିକ ମା ହେବାକୁ ଯାଉଛନ୍ତି ।

ଝିଲିକଙ୍କର ସାଧ ଖିଆ ଭିଡିଓ ଟି ସୋସିଆଲ ମିଡିଆ ରେ ଆସିଅଛି । ନିଜର ସାଧ ଖିଆ ରେ ଝିଲିକ ଖୁବ ମଜା କରିବା ସହିତ ନାଚ ମଧ୍ୟ କରିଛନ୍ତି । ସମ୍ପୂର୍ଣ୍ଣ ରୀତି ନୀତି ଭାବେ ଝିଲିକଙ୍କ ସାଦ ଖିଆ ହୋଇଛି । କିଛି ଅଭିନେତ୍ରୀ ମଧ୍ୟ ଝିଲିକଙ୍କ ସାଦ ଖିଆ ରେ ଆସିଥିଲେ । ତେବେ ଏହି ଖୁସି ଖବର ଝିଲିକଙ୍କ ଫ୍ୟାନ ମାନଙ୍କ ମନରେ ନିଶ୍ଚୟ ଆନନ୍ଦ ଆଣିଥିବ । ତେବେ ଏହା ଥିଲା ଅଭିନେତ୍ରୀ ଝିଲିକଙ୍କ ସମ୍ପର୍କ ରେ କିଛି ଖାସ ଖବର ।

Leave a Reply

Your email address will not be published. Required fields are marked *