କେଉଁ ମୂର୍ତ୍ତି ରଖିଲେ ବାସ୍ତୁ ଦୋଷ ଦୂର ହୋଇ ଧନ ପ୍ରାପ୍ତି ହୋଇଥାଏ ? Ajira Anuchinta

ନମସ୍କାର ବନ୍ଧୁଗଣ । ମଣିଷ ଜୀବନକୁ ସରସ ସୁନ୍ଦର ଓ ରୋଗବିହୀନ ଜୀବନଯାପନ କରିବା ବାସ୍ତୁ ଶାସ୍ତ୍ରର ପ୍ରମୁଖ  ଭୂମିକା ରହିଛି । ଆସନ୍ତୁ ଜାଣିବା କିଛି ବାସ୍ତୁ ନିୟମ ବିଷୟରେ ଗାଲରେ କେବେ ହାତ ଦେଇ ବସନ୍ତୁ ନାହିଁ ଏହା ଅଶୁଭକୁ ବଢାଇଥାଏ। ନିଜ ଘରେ ପୂର୍ବକୁ ଓ ଶାଶୁ ଘରେ ଦକ୍ଷିଣକୁ ମୁଣ୍ଡଦେଇ ଶୋଇଲେ ମଙ୍ଗଳ ହୋଇଥାଏ । ବରଗଛ ଓ ଓସ୍ତଗଛକୁ ବିବାହ ଦେଲେ କନ୍ୟା ଦାନର ଫଳ ମିଳିଥାଏ ।

ପୂର୍ଣ୍ଣିମାରେ ଦିନ ଦଶଟା  ପରେ ଅଶ୍ଵସ୍ତଥ ଗଛ ମୂଳେ ଲକ୍ଷ୍ମୀଙ୍କ ନାମରେ ପୂଜାକଲେ ଆର୍ଥିକ ସଙ୍କଟ ଦୂରହୁଏ । ଝିଅପିଲାମାନଙ୍କ ମନସ୍କାମନା ପୂରଣ କରିବା ପାଇଁ ଗୁରୁବାର ଦିନ ଅରୁଆ ଚାଉଳରେ ହଳଦୀ ମିଶାଇ ପକ୍ଷୀଙ୍କୁ ଖାଇବା ଦେବା ଦ୍ଵାରା ତାହା ପୂରଣ ହୋଇଥାଏ । ଘରର ମୁଖ୍ୟ ଲୋକଙ୍କ ବେଡ଼ ରୁମ୍ ଉତ୍ତର ଦିଗରେ କରନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ । ଘରର ଦକ୍ଷିଣ ଦିଗରେ ବେଡ଼ରୁମ କରିବା ବହୁତ ଶୁଭ ହୋଇଥାଏ ।

ଗାଧୁଆ ଘର ସବୁବେଳେ ଦକ୍ଷଣ କିମ୍ବା ପଶ୍ଚିମ ଦିଗରେ ରହିଲେ ଶୁଭ ହୁଏ । ସନ୍ଧ୍ୟା ସମୟରେ ଘର ଝାଡୁ ମାରନ୍ତୁ ନାହିଁ ଏହା ଦ୍ଵାରା ଘରକୁ ଦରିଦ୍ରତା ଓ ରୂଣ ଭାର ବୃଦ୍ଧି ହୋଇଥାଏ । ସନ୍ଧ୍ୟା ସମୟରେ କାହାରିକୁ ପଇସା ଉଧାର ଦିଅନ୍ତୁ ନାହିଁ କି ଉଧାର ନିଅନ୍ତୁ ନାହିଁ ଏହା ଅମଙ୍ଗଳ ହୋଇଥାଏ ।  ଘରେ ଭଙ୍ଗା ଖଟ କିମ୍ବା ଭଙ୍ଗା ଚେୟାର ଟେବୁଲ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ । ଘରେ ଅଶ୍ଵତଥ ଗଛ ଲଗାଇଲେ ସୁଖ ଓ ସମବୃଦ୍ଧି ପ୍ରାପ୍ତ ହୋଇଥାଏ ।

ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ଦୁଆର ମୁହଁରେ ସିନ୍ଦୁରରେ ସ୍ଵସ୍ତିକ ଚିହ୍ନ ଆଙ୍କନ୍ତୁ । ଘର ବାଲକୋନିରେ ଶୁଖି ଯାଇଥିବା ଗଛ ରଖନ୍ତୁ ନାହିଁ ଏହା ଅଶୁଭ ହୋଇଥାଏ । ପାଚିଲା ବେଲ କିମ୍ବା କଇଁଥ ଖାଇଲେ ଶୂଳ ଝାଡା ଭଲହୁଏ । ଦୁଇ ଚାମୁଚ ହରିଡ଼ା ଚୂର୍ଣ୍ଣ ସହିତ ମହୁ ଖାଇଲେ ଶର୍ଦି ଭଲ ହୁଏ । ଉଷୁମ କ୍ଷୀରରେ ଏକ ଚାମଚ ଗୁଆ ଝିଅ ମିଶାଇ ଖାଇଲେ ପ୍ରସବ ଯନ୍ତ୍ରଣା କମିଥାଏ ।

ଆମ୍ବ ରସ ସହିତ ମହୁ ମିଶାଇ ପ୍ରତିଦିନ ସକାଳେ ସେବନ କଲେ ନଂପୁସକତା ଦୂରହୁଏ । ଘରର ଉତ୍ତର ଦିଗରେ ମିରର କିମ୍ବା କୁବେର ଯନ୍ତ୍ର ଲଗାଇଲେ ଧନବୃଦ୍ଧି ହୋଇଥାଏ । ଘରର ଆଲମାରି ଦକ୍ଷିଣ ପଶ୍ଚିମକୁ ମୁହଁକରି ରଖନ୍ତୁ ନାହିଁ ଏହା ଖର୍ଚ୍ଚ ବୃଦ୍ଧି କରିଥାଏ । ଆଲମାରି ଭିତରେ ଲାଲ କପଡା ଜିନିଷ ରଖିଲେ ଧନ ବୃଦ୍ଧି ହୁଏ । ଘରର ଡ୍ରାଇ॰ଗ ରୁମରେ ବୁଦ୍ଧଙ୍କ ମୂର୍ତ୍ତି ରଖିବା ଦ୍ଵାରା ବାସ୍ତୁ ସମସ୍ୟା ଦୂର ହେବା ସହିତ ଆର୍ଥିକ ସ୍ଥିତି ଦୂଢହୁଏ ।

ସାଥ ବର୍ଷରୁ କମ ଆୟୁର କନ୍ୟାଙ୍କୁ କ୍ଷୀର ଖୁଆଇଲେ ଲକ୍ଷ୍ମୀକୃପା ମିଳେ ଏବଂ ଧନପ୍ରାପ୍ତି ହୁଏ । ଏଭଳି ପୋଷ୍ଟ ପାଇଁ ଆମ ପେଜ୍କୁ ଲାଇକ, ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *