Vastu Tips- ଫୁଲ ତୋଳିବାର ନିୟମ; ଅଗାଧୁଆ ଫୁଲ ତୋଳୁଛନ୍ତି କି, ସର୍ବନାଶ ହେବ ।

ବନ୍ଧୁଗଣ ଭଗବାନ ଙ୍କୁ ପ୍ରସନ୍ନ କରି ତାଙ୍କର କୃପା ପାଇବା ପାଇଁ ଆମେମାନେ ପ୍ରତିଦିନ ଫୁଲ, ତୁଳସୀ ଏବଂ ବେଲପତ୍ର ଇତ୍ୟାଦି ତୋଳି ଭଗବାନ ଙ୍କ ନିକଟରେ ଅର୍ପଣ କରିଥାଉ । ଯଦି ତାହା ସବୁକୁ ଆମେ ନୀତି ନିୟମ ରେ ନକରିବା ତେବେ ତାହା ଭଗବାନ ଗ୍ରହଣ କରିନଥାନ୍ତି । ପ୍ରସନ୍ନ ହେବ ବଦଳରେ କୋପ କରିଥାନ୍ତି । କୃପା କରିବା ବଦଳରେ ରୁଷ୍ଟ ହୋଇଥାନ୍ତି । ଯାହାକୁ ଆମେମାନେ ଜାଣିନଥାଉ । ଆମର ସବୁ ପୂଜା ଅର୍ଚ୍ଚନା ବ୍ୟର୍ଥ ଯାଇଥାଏ । ତେଣୁ ଆଜି ଆମେ ଜାଣିବା ଫୁଲ ତୋଳିବାର କିଛି ନିୟମ ବିଷୟରେ । ତେବେ ଚାଲନ୍ତୁ ଜାଣିବା ।

ବନ୍ଧୁଗଣ ସହସ୍ର ମୁନିଙ୍କର ସହସ୍ର ମତ । ଅନେକ ମୁନି ଋଷି ଯାହିଯାଇଛନ୍ତି କି ଫୁଲକୁ ଅଗାଧୁଆ ତୋଳିବା ଭଲ ହୋଇଥାଏ ତ ଅନ୍ୟପଟେ ଆହୁରି ମୁନି ଋଷି କହିଛନ୍ତି କି ଫୁଲକୁ ଗାଧୋଇକି ତୋଳିବା ଭଲ ହୋଇଥାଏ । ଶାସ୍ତ୍ରରେ ଏହା କୁହାଯାଇଛି କି ଗାଧୋଇକି ହେଉ ବା ଅଗାଧୁଆ ହେଉ ଫୁଲକୁ ଯଦି କିଛି ନିୟମ ମାନି ଆମେ ତୋଳିବା ତେବେ ତାହା ବହୁତ ଭଲ ହୋଇଥାଏ । ଏବଂ ତାହାକୁ ଭଗବାନ ଶ୍ରଦ୍ଧାର ସହ ଗ୍ରହଣ କରିଥାନ୍ତି ।

ଯେଉଁ ଲୋକଙ୍କ ଘରେ ଫୁଲ ଗଛ ନଥାଏ ସେମାନେ ଅନ୍ୟର ଗଛରୁ ଫୁଲ ଆଣିଥାନ୍ତି, କିଛି ଲୋକ ରାତିରେ ଫୁଲ କୁ ପାଣିରେ ପକାଇ ରଖିଥାନ୍ତି । କିନ୍ତୁ ବନ୍ଧୁଗଣ ସବୁବେଳେ ମନେ ରଖନ୍ତୁ ଯେ ଫୁଲକୁ ଚୋରି କରିବା ଶାସ୍ତ୍ରରେ ଅଶୁଭ ବୋଲି ବର୍ଣ୍ଣନା କରାଯାଇଛି । ତେଣୁ ଗଛର ମାଲିକ ଙ୍କ ଠାରୁ ଅନୁମତି ନେଇ ଫୁଲ ତୋଳନ୍ତି । ନଚେତ ଗଛକୁ ପ୍ରଣାମ କରି ଫୁଲ ତୋଳନ୍ତୁ ।

କୌଣସି ଫୁଲ ତୋଳିବା ସମୟରେ ଚପଳ ପିନ୍ଧି ତୋଳିବା କିମ୍ବା ଶରୀରରେ ତେଲ ଲଗାଇ ତୋଳିବା ବାରଣ ରହିଅଛି । ଆଗାଧୁଆ ଫୁଲ ତୋଳିପାରିବେ କିନ୍ତୁ ହାତ, ପାଦ ଏବଂ ମୁହଁ ପ୍ରଥମେ ଧୋଇ ଦେବେ ଏବଂ ପାଣି ଟିକେ ଚିଞ୍ଚି ହୋଇଯିବେ । ଏହା ସହିତ ରାତିରେ ପିନ୍ଧିଥିବା ବସ୍ତ୍ରକୁ ବଦଳି ଧୁଆ ହୋଇଥିବା ବସ୍ତ୍ରକୁ ପିନ୍ଧି ଫୁଲ ତୋଳିବା ପାଇଁ ଶାସ୍ତ୍ରରେ କୁହାଯାଇଛି । ଏହା ଛଡା ସୂର୍ଯ୍ୟ ପରାଗ, ଚନ୍ଦ୍ର ଗ୍ରହଣ, ଏବଂ ଶୁଦ୍ଧି କ୍ରିୟା ଦିନ ଅଗାଧୁଆ ଫୁଲ ତୋଳିବା ବାରଣ ହୋଇଥାଏ ।

ଅନେକ ଲୋକ ପୂର୍ବଦିନ ରୁ ଫୁଲ ବା ଫୁଲ କଢ ତୋଳି ରଖିଥାନ୍ତି । ଏବଂ ତାହା ପରଦିନ ଭଗବାନ ଙ୍କୁ ଅର୍ପଣ କରିଥାନ୍ତି । ଏହା ମଧ୍ୟ ଶାସ୍ତ୍ରରେ ବାରଣ କରାଯାଇଛି । କାରଣ ଫୁଲ ଦିନକ ପରେ ବାସି ହୋଇଯାଏ ଏବଂ ବାସି ଫୁଲ ଭଗବାନ ଙ୍କୁ ଅର୍ପଣ କରାଯାଏନାହିଁ । କେବଳ ଦୁଇଟି ଫୁଲକୁ ପୂର୍ବରୁ ତୋଳିକି ରଖିପାରିବେ । ପ୍ରଥମ ଟି ହେଉଛି ପଦ୍ମ ଫୁଲ ଏବଂ ଦିତୀୟ ଟି ହେଉଛି ସ୍ୱର୍ଣ୍ଣଚମ୍ପା ଫୁଲ ।

ଏହି ଦୁଇଟି ଫୁଲ ମଉଳି ଯାଇପାରେ କିନ୍ତୁ କେବେ ଏହା ବାସି ହୁଏନାହିଁ । ଯଦି କୌଣସି ଅଶୌଚ ବ୍ୟକ୍ତି ଫୁଲକୁ ଛୁଇଁ ଦେଇଥାଏ ତେବେ ସେହି ଫୁଲ ପୂଜା କରିବା ପାଇଁ ଯୋଗ୍ୟ ହୋଇନଥାଏ । ଯଦି ଫୁଲ ମାଟି ଉପରେ ପଡ଼ିଯାଏ ତେବେ ତାହା ମଧ୍ୟ ଠାକୁର ଙ୍କ ପାଖରେ ଚଢାନ୍ତୁ ନାହିଁ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଗୋଟେ ଲାଇକ, ସେୟାର ଏବଂ କମେଣ୍ଟ କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *