Vastu Tips- ଗାଈ ପାଦ ତଳ ମାଟି ଭିକାରୀ କୁ ମଧ୍ୟ କୋଟିପତି କରି ଦେଇଥାଏ !

ବନ୍ଧୁଗଣ ଗାଈ ପାଦର ମାଟିକୁ କିପରି ଏବଂ କଣ କଲେ ଘରେ ଧନ, ସୁଖ, ସମୃଦ୍ଧି ବଢିଚାଲେ । ଯେଉଁ ଲୋକର ଘରେ କୌଣସି ସମସ୍ୟା ଲାଗିରହୁଥାଏ ଅବା ଘରେ କେହି ରୋଗଗ୍ରସ୍ତ ଅଛନ୍ତି । ଅଥବା ଆର୍ଥିକ ସମସ୍ୟା ଲାଗି ରହୁଛି, ବ୍ୟବସାୟ ରେ ଉନ୍ନତି ଚାହୁଁଛନ୍ତି । ନିଜ ଘରେ ସକାରାତ୍ମକ ଉର୍ଜାର ବୃଦ୍ଧି ଅଟୁ ବୋଲି ଚାହିଁଥାନ୍ତି, ଘରେ ସୁଖ ସମୃଦ୍ଧି ବଢ଼ୁ ବୋଲି ଚାହୁଥାନ୍ତି, ଗୃହସ୍ତ ସୁଖ ପାଇବାକୁ ଚାହୁଁଛନ୍ତି ତେବେ ଏହି ସବୁ ସମସ୍ୟା ଦୂର କରି ସୁଖ ଶାନ୍ତି ଆଣିଦେବ ଏହି ଉପାୟ ଟି ।

ଏହି ଉପାୟ ସେହି ଲୋକଙ୍କ ପାଇଁ ମଧ୍ୟ ଫାଇଦା ହେବ ଯେଉଁ ମାନଙ୍କ ଗର୍ଭ ସମସ୍ୟା ଲାଗିରହିଥିବ । ଯେଉଁ ନାରୀ ଙ୍କ ସନ୍ତାନ ହେଉ ନାହିଁ ଅବ ସନ୍ତାନ ଗର୍ଭରେ ରହିବା ପରେ ନାନାଦି ସମସ୍ୟା ମାନ ଦେଖା ଦେଉଚି । ଗର୍ଭପାତ ଅବା ମୃତ ସନ୍ତାନ ଜନ୍ମ ନେଉଛନ୍ତି ଏହି ଉପାୟ ନିଶ୍ଚିନ୍ତ କରନ୍ତୁ । ଅନେକ ଲୋକ ଏମିତି ମଧ୍ୟ ଅଛନ୍ତି ଯାହାଙ୍କର ଅନେକ ସମ୍ପତି ଥାଏ କିନ୍ତୁ ତାହାକୁ କେହି ମଧ୍ୟ ଉପଭୋଗ କରି ପାରନ୍ତି ନାହିଁ ।

ତେଣୁ ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ଏବଂ ନବଗ୍ରହ ଙ୍କୁ ଶାନ୍ତ କରିବା ପାଇଁ ଏହି ଉପାୟ କରନ୍ତୁ । ଏହା ଦ୍ବାରା ମାତା ଲକ୍ଷ୍ମୀଙ୍କୁ ମଧ୍ୟ ସନ୍ତୁଷ୍ଟ କରି ପାରିବେ । ଏହି ଉପାୟ ଟି ଗାଈ ସହିତ ଜଡ଼ିତ ଅଟେ । ହିନ୍ଦୁ ଧର୍ମରେ ଗାଈ କୁ ପୂଜା କରିଥାନ୍ତି । ଗାଈ କୁ ଗୋମାତା ବୋଲି କୁହାଯାଇଥାଏ । ଗାଈର ମୂତ୍ର ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ଭଲ ହୋଇଥାଏ । ଗାଈର କ୍ଷୀର ଆମେ ସେବନ କରିଥାଉ । ଗାଈର ଗୋବର ମଧ୍ୟ ଆମେ ବ୍ୟବହାର କରିଥାଉ ।

ଯେଉଁ ଘରେ ଗାଈ ରହିଥାନ୍ତି ସେହି ଘରେ ସୁଖ ସମୃଦ୍ଧି ରହିଥାଏ । ଗାଈ ଆଖ ପାଖରେ ରହିଲେ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ସକାଳୁ ଗାଈକୁ ଚୁଡ଼ା, ରୁଟି, ଗୁଡ଼ ଖାଇବା କୁ ଦେବା ଦ୍ୱାରା ଜାତକରେ ଥିବା ସମସ୍ତ ଦୋଷ ଦୂର ହୋଇଥାଏ । ପିତୃ ଦୋଷ ମଧ୍ୟ ଦୂର ହୋଇଥାଏ । ଏବଂ ଯଦି ଗାଈ ଆପଣଙ୍କ ଘର ପାଖରେ ଆସି ରାବ ଛାଡ଼ିଥାଏ ତେବେ ଆପଣଙ୍କ ପାଇଁ କୌଣସି ଖୁସି ଖବର ଆସିବାକୁ ଯାଉଛି ବୋଲି ଜାଣିନିଅନ୍ତୁ ।

ଆପଣ ଯଦି କୌଣସି ସ୍ଥାନକୁ ଯାତ୍ରା କରୁଥାନ୍ତି ଏବଂ ରାସ୍ତାରେ ଆପଣ ଗାଈ କୁ ଦେଖନ୍ତି ତେବେ ଏହା ବହୁତ ଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ । ଯାହାକୁ କରିବା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହେବ । ଏଥିପାଇଁ ପ୍ରଥମେ ଚୟନ କରିବେ ଯେଉଁଠାରେ ଗାଈ ମାନେ ବନ୍ଧା ହୋଇଥିବେ । ସେହି ଜାଗାରୁ ଗାଈ ପାଦର ମାଟି ନେଇଆସନ୍ତୁ ।

ଏହାପରେ ସେଥିରେ ଗଙ୍ଗା ଜଳ ମିଶାଇ ଛୋଟ ଛୋଟ ଗୋଳା କରନ୍ତୁ । ୫ ରୁ ୭ ଟି ଗୋଳା କରନ୍ତୁ । ରାତିରେ ଶୋଇବା ସମୟରେ ସେହି ଗୋଳା ଗୁଡ଼ିକୁ ତକିଆ ତଳେ ରଖି ସୁଅନ୍ତୁ । ଏବଂ ପରଦିନ ସକାଳୁ ଉଠି ସେଥିରେ ଗୋଟିଏ ଗୋଳା ଓସ୍ତ ଗଛ ମୂଳରେ ରଖିଦିଅନ୍ତୁ । ଏହି ପରି ଯଦି ଆପଣ ୧୫ ଦିନ କରିବେ ତେବେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ , ସବୁ ସମସ୍ୟା ଦୂର ହେବା ସହ ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *