Vastu Tips- ଗାଈର ଛୁଇଁଦିଅନ୍ତୁ ଏହି ଅଙ୍ଗକୁ । ବଦଳିଯିବ ଭାଗ୍ୟ । ରାତାରାତି ହୋଇଯିବେ ଧନୀ

ବନ୍ଧୁଗଣ ଭଗବାନ ଶ୍ରକୃଷ୍ଣ କହିଛନ୍ତି କି ଗାଈ ହେଉଛି ସମସ୍ତ ଜଗତର ମା । ଗାଈ ହେଉଛି ଏକ ଦିବ୍ୟ ଜୀବ । ଯେଉଁ ଘରେ ଗାଈ ରହିଥାଏ ସେହି ଘରର ସବୁ ବାସ୍ତୁ ଦୋଷ ଦୂରେଇ ଯାଇଥାଏ । ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈ ରେ ସମସ୍ତ ଦେବା ଦେବୀ ବାସ କରିଥାନ୍ତି । ତେଣୁ ଗାଈର ପୂଜା କରିଲେ ସମସ୍ତ ଦେବା ଦେବୀ ଙ୍କ ପୂଜାର ଫଳ ପ୍ରାପ୍ତ ହୋଇଥାଏ । ଗାଈ ଉପରେ ସମସ୍ତ ନକ୍ଷତ୍ରର ପ୍ରଭାବ ପଡିଥାଏ । ଗାଈର ପିଠି ହାଡ଼ରେ ସୂର୍ଯ୍ୟ କେତୁ ନାଡି ଥାଏ ।

ଯାହା ସୂର୍ଯ୍ୟର କିରଣରୁ ରକ୍ତରେ ସ୍ଵର୍ଣ୍ଣ ଖେର ତିଆରି କରିଥାଏ । ଏହି ସ୍ଵର୍ଣ୍ଣ ଖେର ଗାଈର କ୍ଷୀରରେ ରହିଥାଏ । ଯାହା ମଣିଷ ମାନଙ୍କ ପାଇଁ ଅମୃତ ଭଳି ହୋଇଥାଏ । ଆଜି ଆମେ କହିବୁ ଘରୁ ବାସ୍ତୁ ଦୋଷ ନଷ୍ଟ କରିବା ପାଇଁ କେଉଁ ଉପାୟ କରିବା ଦରକାର ଏବଂ ଗାଈର କେଉଁ ଅଙ୍ଗକୁ ସ୍ପର୍ଶ କରିବା ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି କୁହାଯାଇ ଅଛି । ତେବେ ଆସନ୍ତୁ ଜାଣିବା ।

ସନାତନ ହିନ୍ଦୁ ଧର୍ମରେ ଗାଈ ଗଙ୍ଗା ଏବଂ ଗାୟତ୍ରୀ ଙ୍କ ଧାର୍ମିକ ମହତ୍ତ୍ଵ ସବୁଠାରୁ ଅଲଗା ହୋଇଥାଏ । ଶାସ୍ତ୍ର ଅନୁସାରେ ଗାଈର ଶରୀରରେ ୩୩ କୋଟି ଦେବୀ ଦେବତା ଙ୍କ ବାସସ୍ଥାନ ଅଟେ । ଏବଂ ଜିଏବି ଗାଈର ପୂଜା କରେ ତାଙ୍କ ଉପରେ ସମସ୍ତ ଦେବୀ ଦେବତା ଙ୍କ ଆଶୀର୍ବାଦ ରହିଥାଏ । ଯେଉଁ ବ୍ୟକ୍ତି ଗାଈକୁ ଘରେ ରଖି ତାର ସେବା କରିଥାଏ ସେହି ଘର ଉପରେ ଆସିଥିବା ସମସ୍ତ ବିପଦକୁ ଗୋମାତା ଦୂର କରିଥାନ୍ତି । ଗୋମାତା କାମଧେନୁ ଅଟନ୍ତି ସମସ୍ତଙ୍କ ଦୁଃଖ ଦୂର କରିଥାନ୍ତି । ଏବଂ ସମସ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି ।

ଗାଈର ଦାନ କରିବା ଶାସ୍ତ୍ରରେ ଶୁଭ ବୋଲି ବିବେଚନା କରାଯାଇଛି । ଯଦି ମଙ୍ଗଳ ଗ୍ରହର ଅବିସ୍ତିତି ଖରାପ ଅଛି ତେବେ କୌଣସି ଗରିବ ବ୍ରାହ୍ମଣ ଙ୍କୁ ଗାଈର ଦାନ ନିଶ୍ଚିନ୍ତ କରନ୍ତୁ । ଯଦି ନବଗ୍ରହ ଏବଂ ଶନିଦଶା ଠିକ କରିବାର ଅଛି ତେବେ କଳା ଗାଈର ଦାନ କରନ୍ତୁ । ଏହା ଦ୍ବାରା ସବୁ ଦୁଃଖ କଷ୍ଟ ଦୂର ହୋଇଥାଏ । ଯଦି କୌଣସି କାର୍ଯ୍ୟ ଅଟକି ରହିଛି ଏବଂ ଯେତେ ଚେଷ୍ଟା କଲେ ମଧ୍ୟ ସଫଳତା ମିଳୁନାହିଁ ତେବେ ଗୋମାତା ଙ୍କୁ ରୁଟି ଖାଇବାକୁ ଦିଅନ୍ତୁ ।

ଏବଂ ତାଙ୍କ କାନରେ ନିଜର ମନସ୍କାମନା ନିଶ୍ଚୟ କୁହନ୍ତୁ । ଗାଈର ନିୟମିତ ପୂଜା କରିବା ଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏବଂ ଘରର ଆର୍ଥିକ ସ୍ଥିତି ଦୃଢ଼ ହୋଇଥାଏ । ଖରାଦିନେ ଘରର ଦୁଆର କୁ ଆସିଥିବା ଗାଈକୁ ପାଣି ପିଇବା ପାଇଁ ନିସ୍ଚୟ ଦିଅନ୍ତୁ । ଏମିତି କରିବା ଦ୍ଵାରା ବ୍ୟକ୍ତିକୁ ସବୁ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ । ଗୋମାତାଙ୍କୁ ଶୀତ ଦିନରେ ଗୁଡ଼ ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ସମସ୍ତ ପାପ ଧୋଇହୋଇ ଯାଇଥାଏ । ଯଦି ପ୍ରତେକ ଦିନ ଘରର ଦୁଆରକୁ ଗାଈ ଆସନ୍ତି ତେବେ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି ।

ଏହା ଭଲ ସମୟ ଆସିବାର ସଂକେତ ହୋଇଥାଏ । ଗୋମାତା ଙ୍କ ପିଠିରେ ଗୋଟେ ଚୂଳ ରହିଥାଏ । ସେହି ଚୂଳରେ ସୂର୍ଯ୍ୟକେତୁ ନାଡି ରହିଥାଏ । ସବୁଦିନ ସକାଳେ ଗାଈର ଏହି ଚୂଳ ଉପରେ ଆଉଁଶିଲେ ବ୍ୟକ୍ତିର ସବୁ ମନସ୍କାମନା ପୂରଣ ହୋଇଥାଏ । ଆର୍ଥିକ ସଙ୍କଟ ଦୂର ହୋଇଥାଏ ଏବଂ ବ୍ୟକ୍ତି ରାତା ରାତି ଧନୀ ହୋଇଥାଏ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଭଲ ଲାଗିଥିଲେ ଗୋଟେ ଲାଇକ, ସେୟାର ଆଊ କମେଣ୍ଟ କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *