Vastu Tips – ଗରିବ ହେବାରେ 9ଟି ମୁଖ୍ୟ କାରଣ… ଭୟଙ୍କର ଦରିଦ୍ରତା ଆସିବ

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଆପଣ ଗରିବ ହେବାର କାରଣ ଆପଣଙ୍କ ଭିତରେ ଲୁଚି ରହିଥିବା ଏହି ଅଭ୍ୟାସ ଅଟେ । ଯେଉଁ କାରଣରୁ ଆପଣଙ୍କ ପାଖରେ ଧନ କେବେ ରହେନାହିଁ । ଏମିତି କୁହାଯାଏ ମାତା ଲକ୍ଷ୍ମୀ କେବେବି କୌଣସି ସ୍ଥାନରେ କିମ୍ବା ଜଣେ ବ୍ୟକ୍ତି ପାଖରେ ରୁହନ୍ତି ନାହିଁ । ଏଥିପାଇଁ ତାଙ୍କୁ ପ୍ରସନ୍ନ ରଖିବା ବହୁତ ଜରୁରୀ ଅଟେ । ଯେଉଁଠାରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇନଥାଏ ସେଠାରେ ଦରିଦ୍ରତା ବାସ କରିଥାଏ ଯାହା ଆଜିର ସମୟରେ ମନୁଷ୍ୟ ପାଇଁ ବଡ ଦୁଃଖର କାରଣ ଅଟେ । ତେବେ ଚାଲନ୍ତୁ ଜାଣିବା ଆପଣଙ୍କ ସେହି ଅଭ୍ୟାସ ଏବଂ ଭୁଲ ବିଷୟରେ ଯାହା ଜଣା ଅଜଣା ରେ ହୋଇଥାଏ । ଏବଂ ଆପଣଙ୍କ ଗରିବ ର କାରଣ ହୋଇଥାଏ ।

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେଉଁ ଲୋକ ଭୋଜନ ଅଇଁଠା ଛାଡିବାର ଅଭ୍ୟାସ ରଖିଥାଏ । ଏବଂ ବଞ୍ଚିଯାଉଥିବା ଅଇଁଠା ଖାଇବାକୁ ବାହାରେ ଫୋପାଡି ଦେଇଥାଏ ତାହା ପାଖରୁ ମାତା ଲକ୍ଷ୍ମୀ ଚାଲିଯାଇଥାଆନ୍ତି । କାରଣ ଏହା ଦ୍ୱାରା ଅର୍ଣ୍ଣ ର ଅପମାନ ହୋଇଥାଏ । ଏଥିପାଇଁ ଭୋଜନ କଲା ବେଳେ ଅଇଁଠା ଖାଦ୍ୟ ଛାଡନ୍ତୁ ନାହିଁ ।

ସୂର୍ଯ୍ୟାସ୍ତ ପରେ ଘରେ କେବେ ବି ଭୁଲରେ ଝାଡୁ ଲଗାନ୍ତୁ ନାହିଁ । ଏମିତି କରିବା ବହୁତ ଅଶୁଭ ବୋଲି ବିବେଚନା କରାଯାଇଛି । ଏହା ଦ୍ବାରା ମାତା ଲକ୍ଷ୍ମୀଙ୍କୁ ଅପମାନ ହୋଇଥାଏ ଏବଂ ଆପଣଙ୍କ ଘରେ ଦୁଃଖର ସମୟ ମାଡ଼ିଆସେ ।

ଘରେ ଯଦି ଜୋତା ବା ଚପଳ ଓଲଟ ପାଲଟ ହେଉ ରହୁଛି ତେବେ ଏହା ଘରକୁ ଅଶୁଭ ସଙ୍କେତ ଦେଇଥାଏ । ସେଥିପାଇଁ ସବୁବେଳେ ଚପଳ କୁ ଠିକ ଭାବରେ ଏବଂ ଉଚିତ ଜାଗାରେ ରଖନ୍ତୁ ।

ଯେଉଁ ଘରେ କ୍ଷୀର ଉତୁରି ତଳେ ପଡ଼ିଯାଏ ସେହି ଘରେ ଖରାପ ସମୟ ଆସିଥାଏ । କ୍ଷୀର ଉତୁରି ପଡ଼ିବା ଶୁଭ ହୋଇଥାଏ କିନ୍ତୁ ଯଦି ଲଗାତାର ଏବଂ ବାରମ୍ବାର କ୍ଷୀର ଉତୁରି ତଳେ ପଡୁଛି ତେବେ ଏହା ବହୁତ ଅଶୁଭ ସଂକେତ ହୋଇଥାଏ । ତାହା ସହିତ ଘରେ ଆର୍ଥିକ ସମସ୍ୟା ର ସମୁଖୀନ ହେବାକୁ ପଡିଥାଏ ।

ଯେଉଁ ଲୋକ ପ୍ରତିଦିନ ତୁଳସୀ ଗଛରେ ପାଣି ଢାଳନ୍ତି ସେମାନେ ଏହି କଥାକୁ ଧ୍ୟାନ ରଖନ୍ତୁ କି ରବିବାର ଦିନ ତୁଳସୀ ଗଛରେ ପାଣି ଢାଳନ୍ତୁ ନାହିଁ । ଏହା ସହିତ ତୁଳସୀ ଗଛର ଆଖ ପାଖ ସବୁବେଳେ ସଫା ରଖନ୍ତୁ । ନଚେତ ଘରର ସଦସ୍ୟ ମାନେ ନିଜ ନିଜ ଭିତରେ ଝଗଡ଼ା ହୋଇଥାଆନ୍ତି । ଏବଂ ଏମିତି ଘରେ ମାତା ଲକ୍ଷ୍ମୀ କେବେବି ନିବାସ କରନ୍ତି ନାହିଁ ।

ଘରର ସଦସ୍ୟ ମାନଙ୍କ ମଧ୍ୟରେ ପ୍ରେମର ବାତାବରଣ ହେବା ଉଚିତ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ସକାଳୁ ଉଠିବା ମାତ୍ରେ କଳି ଝଗଡ଼ା ଆରମ୍ଭ କରିଥାନ୍ତି । କିନ୍ତୁ ଏମିତି କରିବା ଦ୍ୱାରା ମାତା ଲକ୍ଷ୍ମୀ ଘର ଛାଡ଼ି ଚାଲିଯାଇଥାଆନ୍ତି ।

ବନ୍ଧୁଗଣ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ସକାଳୁ ଉଠିବା ମାତ୍ରେ ବିନା ବ୍ରସ କରି ଚାହା ପିଇଥାନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଏମିତି କରିବା ଉଚିତ ହୋଇନଥାଏ । ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ।

କିଛି ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ଭୋଜନ କରିସାରିବା ପରେ ଅଇଁଠା ବାସନ ସଫା କରନ୍ତି ନାହିଁ । ଶାସ୍ତ୍ରରେ ଏହା ଉଲ୍ଲେଖ ରହିଛି କି ଭୋଜନ କରିବା ପରେ ଅଇଁଠା ବାସନ ସାଙ୍ଗେ ସାଙ୍ଗେ ସଫା କରିବା ଉଚିତ । ନଚେତ ଘରେ ଦୁଃଖର ଦିନ ଆରମ୍ଭ ହୋଇଥାଏ । ଶନିଦେବ ଙ୍କ କୋପ ଦୃଷ୍ଟି ମଧ୍ୟ ପଡିଥାଏ । ତେଣୁ ଖାଇବା ସଙ୍ଗେ ସଙ୍ଗେ ଅଇଁଠା ବାସନ ସଫା କରିଦିଅନ୍ତୁ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *