ଦୁଇ ସପ୍ତାହରେ ପେଟ ର ଚର୍ବି କମ କରିବ ଏହି ଚମତ୍କାରୀ Drink

ଆଗର ସମୟ ଅପେକ୍ଷା ଏବେ ଅନେକ ପାର୍ଥକ୍ୟ ରହିଛି । ଆଜି ର ପିଢ଼ି ରେ ଅନେକ ଛୋଟ ବୟସ ରୁ ବୁଢା ପର୍ଯ୍ୟନ୍ତ ସବୁ ଲୋକଙ୍କୁ କିଛି ନା କିଛି ରୋଗ ହୋଇଥାଏ । ତେବେ ଆଗ ଅପେକ୍ଷା ଏବେ ଏତେ ରୋଗ କାହିଁକି ହୋଇଥାଏ ? ତାହା ସମ୍ପର୍କ ରେ ଆମେ ଆଜି ଜାଣିବା । ଆଜି କାଲି ର ସମୟରେ ତେଲ ଜାତୀୟ ଖାଦ୍ୟ ର ପରିମାଣ ବହୁତ ବୃଦ୍ଧି ପାଉଛି । ଅନେକ ଲୋକ ଏହି ଖାଦ୍ୟ କୁ ପସନ୍ଦ ମଧ୍ୟ କରୁଛନ୍ତି । ଏହା ପାଟିକୁ ଯେତିକି ସୁଆଦିଆ ଲାଗିଥାଏ ତା ଠାରୁ ଅଧିକ ଆମ ସ୍ୱାସ୍ଥ୍ୟ ପାଇଁ ଖରାପ ହୋଇଥାଏ ।

ତେବେ ଏହା ଆମେ ଖାଇବା ଦ୍ୱାରା ଆମ ଶରୀରର ଓଜନ ମଧ୍ୟ ବୃଦ୍ଧି ପାଇଥାଏ । ତେବେ କେବଳ ଏହି ତେଲ ଜାତୀୟ ଖାଦ୍ୟ ଦ୍ୱାରା ଓଜନ ବଢି ନ ଥାଏ । ଵର୍ତମାନ ର ପିଢ଼ି ରେ ଶାରୀରିକ ପରିଶ୍ରମ ବହୁତ କମ । । ତେଣୁ ଆମେ ଯେଉଁ ବି ଖାଦ୍ୟ ଖାଇଥାଉ ତାହା ଆମ ଶରୀର ରେ ଜମି ରହିଥାଏ ।

ପରିଶ୍ରମ ନ କରିବା ଦ୍ୱାରା ସେହି ଖାଦ୍ୟ ସବୁ ଆମ ଶରୀରରେ ଜମିକି ଚର୍ବି ଭାବେ ରହିଥାଏ । ତେଣୁ ଏହି ଚର୍ବି ସବୁ ଆମ ଶରୀରରେ ଜମି ଆମର ମୋଟାପନ ର କାରଣ ହୋଇଥାଏ । ମୋଟାପନ ଦ୍ୱାରା ଆମ ଶରୀରରେ ୮୦ ରୁ ୯୦ ରୋଗ ଭାଗ ବୃଦ୍ଧି ହୋଇଥାଏ । ତେଣୁ ଏହି ମୋଟା ପଣ ରୁ ରକ୍ଷା ପାଇବା ପାଇଁ ଆମେ କିଛି ନା କିଛି ଶାରୀରିକ ପରିଶ୍ରମ କରିବା ଉଚିତ ।

ଏହି ମୋଟାପମ ପାଇଁ ଆମର ଉଚ୍ଚ ରକ୍ତ ଚାପ , ହୃଦ ଘାତ, କୋଳେଷ୍ଟ୍ରଲ ଆଦି ହୋଇଥାଏ । ତେଣୁ ଏହି ସବୁ ରୋଗ କେବଳ ମୋଟାପଣ ରୁ ହୋଇଥାଏ । ତେବେ ମୋଟାପନ ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ଔଷଧ ବା ଅନେକ ଶାରୀରିକ ପରିଶ୍ରମ କରିଥାଉ । ତେବେ ଆଜି ଆମେ ଆପଣଙ୍କୁ ଏହି ମୋଟାପଣ ରୁ ରକ୍ଷା ପାଇବା ପାଇଁ ଏକ ଘରୋଇ ଉପଚାର କରିବୁ ।

ତେବେ ଏହି ଉପଚାର ଟି ହେଉଛି ଏକ ଡ୍ରିଂକ୍ସ । ଏହି ଡ୍ରିଙ୍କ ପାଇଁ ଯେଉଁ ସାମଗ୍ରୀ ସବୁ ଦରକାର ତାହା ସବୁ ଆପଣଙ୍କୁ ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ରହିଥାଏ । ଆପଣ ପ୍ରଥମେ ଉଷୁମ ପାଣି , ଲେମ୍ବୁ , ମହୁ , କୁ ମିଶାଇ ଏହାକୁ ସକାଳେ ଉଠିବା ପରେ ପିଅନ୍ତୁ । ଏଥିରେ ଆପଣ ଚାହିଁଲେ ହଳଦୀ ମଧ୍ୟ ମିଶାଇ ପାରିବେ । ଉଷୁମ ପାଣି ଆମ ଶରୀରର ଚର୍ବିକୁ ତରଳାଇ ଥାଏ । ଲେମ୍ବୁ ଆମ ଶରୀରର ସହ ଆମ ଚର୍ମ ପାଇଁ ମଧ୍ୟ ଭଲ ହୋଇଥାଏ ।

ଏହା ବହୁତ ଗ୍ଲୋ ପ୍ରଦାନ କରିଥାଏ । ତେବେ ଏହି ଡ୍ରିଙ୍କ କୁ ପିଇବା ଦ୍ୱାରା ଆପଣଙ୍କ ଓଜନ ବହୁତ ଶିଗ୍ର କମିଥାଏ । ତେବେ ଏହି ଡ୍ରିଙ୍କ ପିଇବା ପରେ ଆପଣ ୪୫ ମିନିଟ ପର୍ଯ୍ୟନ୍ତ କିଛି ଖାଦ୍ୟ ଖାଇବେ ନାହିଁ । ୪୫ ମିନିଟ ପରେ ଆପଣ ଜଳଖିଆ ଖାଇପାରିବେ । ତେବେ ଏହି ଡ୍ରିଙ୍କ ସହିତ ଆପଣ ପ୍ରତିଦିନ କିଛି ଯୋଗ ବ୍ୟାୟାମ ଆଦି କରନ୍ତୁ ।

Leave a Reply

Your email address will not be published. Required fields are marked *