ଘର ସାମ୍ନାରେ ଏହି ଗଛ ଥିଲେ ଆସିଥାଏ ଅକାଳ ମୃତ୍ୟୁ ବା ମହାବିପଦ- Vastu Shastra

କଥା ରେ ଅଛି ବୃକ୍ଷ ହେଉଛି ଆମ ବନ୍ଧୁ । ଯଦି ବୃକ୍ଷ ସଠିକ ବାସ୍ତୁ ଭାବେ ଆମ ଘରେ ରହି ନ ଥାଏ ତେବେ ଏହା ଆମ ପାଇଁ ଶତ୍ରୁ ପାଲଟି ଥାଏ । ତେବେ ଏହି ବୃକ୍ଷ ରହିବା ଦ୍ଵାରା ଘରେ ଅଭାବ ଅନାଟନ ଲାଗି ରହିଥାଏ । ତେବେ ସବୁ ବୃକ୍ଷ ଏହି ପରି ହୋଇ ନ ଥାନ୍ତି । କିଛି ବୃକ୍ଷ ଆମ ଜୀବନରେ ସୁଖ ଓ ସମୃଦ୍ଧି ଆଣିଥାନ୍ତି । ତେବେ ଆଜି ଆମେ ଜାଣିବା କେଉଁ ବୃକ୍ଷ ଆମ ଘରେ ରହିଲେ ଶୁଭ ଓ କେଉଁ ବୃକ୍ଷ ଆମ ଘରେ ରହିଲେ ଦୁଖ ଦାରିଦ୍ର ଆସିଥାଏ ।

ଆମ ଧର୍ମ ଶାସ୍ତ୍ର ଅନୁସାରେ କିଛି ଗଛ କୁ ବହୁତ ଶୁଭ ଓ ମଙ୍ଗଲ ମନାଯାଏ । ସେହି ଗଛ ଘରେ ବା ଘର ସାମ୍ନା ରେ ରହିଲେ ଘରେ ସକାରତ୍ମାକ ଊର୍ଜା ଆସିଥାଏ । ଯାହା ଫଳରେ ଘରେ ସୁଖ ଓ ଧନ ର ଆଗମନ ହୋଇଥାଏ । ତେବେ ସେହି ଗଛ ଗୁଡିକ ହେଉଛି ଗଙ୍ଗଶିଉଳି ଗଛ , ବେଲ ଗଛ , ବୃଷଙ୍ଗ ଗଛ , ଡାଳିମ୍ବ ଗଛ , ଅଁଳା ଗଛ , ତୁଲସୀ ଗଛ ଆଦି ।

ପ୍ରାଚୀନ କାଳରୁ କିଛି ଗଛ କୁ ଏପରି ମାନ୍ୟତା ଦିଆ ଯାଇଛି ଯେ ଏମାନଙ୍କ ମଧ୍ୟରେ ଭୁତ ପିଶାଚ , ତଥା ନକାରାତ୍ମକ ଜିନିଷ ସବୁର ବାସ ରହିଥାଏ । ତେଣୁ ଏହି ଗଛ ଯଦି ଘରେ ବା ଘରର ଚାରି ପକ୍ଷେ ରହିଥାଏ ତେବେ ଆପଣଙ୍କ ର ଆର୍ଥିକ ସଙ୍କଟ ସହ ମାନସିକ ଚିନ୍ତା ଦେଇଥାଏ । ତେବେ ଆଜି ଆମେ ଜାଣିବା କେଉଁ କେଉଁ ଗଛ ଅଶୁଭ ହୋଇଥାଏ ।

ପ୍ରଥମ ହେଉଛି କଣ୍ଟା ଜାତୀୟ ଗଛ ବା କ୍ଷୀର ବାହୁରିଥିବା ଗଛ ଯଦି ରହେ ତେବେ ଏହା ପାରିବାରିକ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ସଙ୍କଟ ଆଣିଥାଏ । ଏହା କ୍ଲେଶ ସୃଷ୍ଟି କରିଥାଏ । ଦ୍ଵିତୀୟ ଗଛ ଖଜୁରୀ ଗଛ – ଏହି ଗଛ ଦେଖିବାକୁ ସୁନ୍ଦର ହେଲେ ମଧ୍ୟ ଏହା ବହୁତ ସମସ୍ଯା ଘରକୁ ଆଣିଥାଏ । ଏହା ଦାରିଦ୍ର ଓ ଦୁଖ ଆଣିଥାଏ । ତୃତୀୟ ଗଛ – ବାଉଁଶ ଗଛ ।

ଏହି ଗଛର ବହୁତ କାର୍ଯ୍ୟ ହୋଇଥାଏ । ଏହା ଶୁଭ ଓ ଅଶୁଭ କାର୍ଯ୍ୟ ରେ ବ୍ୟଭାର ହୋଇଥାଏ । କିନ୍ତୁ ଏଥିରେ ଭୁତ ପିଶାଚ ର ବାସ ହୋଇଥାଏ । ଯାହା ଫଳରେ ଘରେ ନକାର୍ତାମ୍କ ଊର୍ଜା ରହିଥାଏ । ଚତୁର୍ଥ ଗଛ ତେନ୍ତୁଳୀ ଗଛ – ଏହି ଗଛ ଲଗାଇବା ଦ୍ଵାରା ଘରେ ବହୁତ ନକାରାତ୍ମକ ଊର୍ଜା ଆସିଥାଏ । ପଞ୍ଚମ ଗଛ ବର ଗଛ – ଏହାକୁ ଘରେ ରଖିବା ଉଚିତ ନୁହେ ।

ଆପଣ ଏହାକୁ ଘର ଠାରୁ ଦୂରରେ ଲଗାଇ ପାରିବେ । କାରଣ ଏହା ବହୁତ ଶୀତଳତା ଦେଇଥାଏ । ଷଷ୍ଠ ଗଛ – ବବୁଲ କଣ୍ଟା ଜାତୀୟ ଗଛ – ଏହା କେବେବି ଘରେ ଲଗାଇବା ଉଚିତ ନୁହେ । ଏହା ମଧ୍ୟ ଆପଣଙ୍କ ଘର ପାଇଁ ରୋଗ , ଦୁଖ ଓ ଦାରିଦ୍ରତା ଆଣିଥାଏ ।

Leave a Reply

Your email address will not be published. Required fields are marked *