Vastu Tips- ଘରେ ଶଙ୍ଖ ରଖିଛନ୍ତି କି ? ତେବେ ଏହାକୁ ଥରେ ନିଶ୍ଚୟ ପଢନ୍ତୁ ! ନହେଲେ ହେବ ସର୍ବନାଶ

ହିନ୍ଦୁ ଧର୍ମରେ ଶଙ୍ଖର ବହୁତ ମାନ୍ୟତା ଅଛି । ସମସ୍ତଙ୍କ ଘରେ ନିଶ୍ଚିତ ରୂପରେ ଆପଣଙ୍କୁ ଶଙ୍ଖ ଦେଖିବାକୁ ମିଳିଯିବ । କିନ୍ତୁ ଶଙ୍ଖ ରଖିବାର କେତେକ ନିୟମ ବି ଅଛି । ଯଦି ଆପଣ ଏହି ସବୁ ନିୟମ ମାନିବେ ନାହିଁ ତେବେ ଆପଣଙ୍କର ଅମଙ୍ଗଳ ବି ହୋଇପାରେ । ସମସ୍ତ ପୂଜାରେ ଶଙ୍ଖ ବଜା ଯାଏ, ଯଦି କୌଣସି ପୂଜାରେ ଶଙ୍ଖ ବଜା ଯାଏ ନାହିଁ ତେବେ ସେହି ପୂଜା ସମ୍ପୂର୍ଣ ହୁଏ ନାହିଁ । ଶଙ୍ଖ ବଜାଇବା ଦ୍ଵାରା ଘରୁ ନକାରତ୍ମକ ଊର୍ଜା ବି ଚାଲିଯାଏ । ସନ୍ଧ୍ୟା ସମୟରେ ନକାରତ୍ମକ ଶକ୍ତିର ପ୍ରଭାବ ଅଧିକ ଥାଏ ।

ସେଥିପାଇଁ ସନ୍ଧ୍ୟା ସମୟରେ ଶଙ୍ଖ ବଜାଯାଏ । ଯେତେବେଳେ ଶଙ୍ଖ ବଜାଇବେ ତେବେ ୩ ଥର ଓ ଅଧା ବଜାଇବେ । ଏହା ଶୁଭ ହୋଇଥାଏ । ୩ ଥର ଅଶୁଭ ହୋଇଥାଏ ସେଥିପାଇଁ ଆପଣ ସାଢେ ୩ ଥର ବଜାନ୍ତୁ । ଶଙ୍ଖକୁ ବଜାଇବା ସମୟରେ କେବେ ବି ଅଧା ବଜାଇବେ ନାହିଁ ।

ଯଦି ଅଭ୍ୟାସ ନାହିଁ ତେବେ ବଜାନ୍ତୁ ନାହିଁ । ଯେଉଁ ଘରେ ଶଙ୍ଖ ନ ଥାଏ ସେହି ଘରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ । ଶଙ୍ଖକୁ ସବୁବେଳେ ଉଚ୍ଚ ସ୍ଥାନରେ ରଖିବେ । କେବେ ବି ତଳେ ରଖିବେ ନାହିଁ । ଯଦି ଆପଣଙ୍କର ହୃଦୟ ଓ ପେଟ ସମ୍ବନ୍ଧିତ କୌଣସି ସମସ୍ୟା ଅଛି ତେବେ ଆପଣ ଶଙ୍ଖ ନିଶ୍ଚିତ ରୂପରେ ବଜାନ୍ତୁ । ଏହିଭଳି କରିବା ଦ୍ଵାରା ଆପଣଙ୍କ ସମସ୍ୟା ଦୂର ହୋଇଯିବ । କହିଦେଉଛୁ କି ଶଙ୍ଖ ପବିତ୍ରତାର ପ୍ରତୀକ । ଅର୍ଥାତ ଯଦି ଆପଣ ଥରେ ଶଙ୍ଖ ଧରୁଛନ୍ତି ତେବେ ଏହାର ଅର୍ଥ ଆପଣ ପବିତ୍ର ହୋଇଗଲେ ।

କିନ୍ତୁ କହିଦେଉଛୁ କି ସ୍ନାନ କରିବା ପରେ ହିଁ ଶଙ୍ଖ ଧରନ୍ତୁ । ଯଦି ଆପଣ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଚାହୁଁଛନ୍ତି ତେବେ ଘରେ ଦୁଇଟି ଶଙ୍ଖ ରଖନ୍ତୁ । ଗୋଟିଏ ଶଙ୍ଖ ଘରେ ରଖନ୍ତୁ ଓ ଆଉ ଗୋଟିଏ ଦକ୍ଷିଣବର୍ତ୍ତୀ ଶଙ୍ଖକୁ ବି ରଖନ୍ତୁ । ଦକ୍ଷିଣବର୍ତ୍ତୀ ଶଙ୍ଖ ଯେଉଁ ଘରେ ଥାଏ ସେହି ଘରେ ସବୁବେଳେ ଧନଧାନ୍ୟରେ ପରିପୂର୍ଣ ରହିଥାଏ । ସେହି ଘରେ ସବୁବେଳେ ମଙ୍ଗଲ ହୋଇଥାଏ । ସେହି ଘରର ଓ ଘରେ ରହୁଥିବା ସଦସ୍ୟଙ୍କ ଅଶୁଭ ହୋଇ ନ ଥାଏ । ସେଥିପାଇଁ ଏହି ଦକ୍ଷିଣବର୍ତ୍ତୀ ଶଙ୍ଖକୁ ନିଶ୍ଚିତ ରୂପରେ ଘରେ ରଖନ୍ତୁ ।

ଯଦି ଆପଣଙ୍କୁ ଲାଗୁଛି କି ଘରେ କୌଣସି ଭୁତ କିମ୍ବା ପ୍ରେତ ଅଛି ତେବେ ଘରେ ଶଙ୍ଖ ବଜାନ୍ତୁ । ଘରେ କୌଣସି ବି ଖରାପ ଶକ୍ତି ରହିବ ନାହିଁ । ଶଙ୍ଖ ଭିତରେ ପାଣି ଦେଇ ସେହି ପାଣିକୁ ଯଦି ଆପଣ ସେବନ କରିବେ ତେବେ ଆପଣଙ୍କ କିଛି ରୋଗ ଭଲ ହୋଇଯିବ । ସେଥିପାଇଁ ଶଙ୍ଖର ପାଣି ସବୁବେଳେ ପିଅନ୍ତୁ । ଦକ୍ଷିଣବର୍ତ୍ତୀ ଶଙ୍ଖକୁ କେବଳ ଘରେ ଆଣି ରଖିଲେ ହେବ ନାହିଁ ଏହାକୁ ବଜାଇବାକୁ ବି ପଡିବ । ଭୁରେ କି ଶଙ୍ଖକୁ ଗୋଡ ଦିଅନ୍ତୁ ନାହିଁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *