( ମଶା ) ଘର ଛାଡି ଚାଲିଯିବେ । ବାସ କରିଦିଅନ୍ତୁ ଏହି ସହଜ ଘରୋଇ ଉପାୟ

ମଶା ଯୋଗୁ ସମସ୍ତେ ଆଜିକାଲି ଚିନ୍ତିତ ଅଛନ୍ତି । ଯେଉଁଠି ଯିବେ ସେଠି ମଶା । ଏମିତିରେ ଲୋକମାନେ ବଜାରରୁ ମଶା ଧୂପ ନଚେତ ମଶାର ଲିକୁଇଡ ନେଇ ଆସନ୍ତି । ଯାହାକି ମା ସ୍ୱାସ୍ଥ୍ୟ ଭଲ ହୋଇ ନ ଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଘରୁ ମଶା ଘଉଡାଇବାର ଏକ ଘରୋଇ ଉପାୟ କହିବୁ । ଏହି ଉପାୟକୁ କରିଲେ ଆପଣଙ୍କ ଘରେ ଗୋଟିଏ ହେଲେ ବି ମଶା ରହିବେ ନାହିଁ । ଆଜି ଆମେ ଆପଣଙ୍କୁ ମଶାକୁ ଘରୁ ଘଉଡାଇବାର ଏକ ଘରୋଇ ତିଆରି ଲିକୁଇଡ ବିଷୟରେ କହିବୁ ।

ଯାହାକୁ ଆପଣ ସହଜରେ ଘରେ କରି ପାରିବେ । ଏହା ସମ୍ପୂର୍ଣ ପ୍ରାକୃତିକ ଅଟେ । ବଜାରରେ ମିଳୁଥିବା ଲିକୁଇଡ ଆମ ଶରୀର ପାଇଁ କ୍ଷତି ହୋଇପାରେ ଓ ଏହା ବହୁତ ମହଙ୍ଗା ବି ହୋଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଲିକୁଇଡ ବିଷୟରେ କହିବୁ ସେଥିରେ ଅଳ୍ପ ଟଙ୍କା ଖର୍ଚ ହେବ ।

ଏହା କେବଳ ମଶାକୁ ନୁହେଁ ଅନ୍ୟ କେତେକ ଜୀବାଣୁକୁ ବି ଘରୁ ଦୂର କରିଥାଏ । ଏହି ଲିକୁଇଡ ପାଇଁ ପ୍ରଥମେ ଆପଣ ନିମ୍ବ ପତ୍ର ନିଅନ୍ତୁ । ପ୍ରଥମେ ଆପଣ ଅଳ୍ପ ନିମ୍ବ ପତ୍ରକୁ ନେଇ ସେଥିରେ ଅଳ୍ପ ପାଣି ଦେଇ ତାକୁ ଗ୍ରାଇଡିଙ୍ଗ କରି ଦିଅନ୍ତୁ । ଏହି ନିମ୍ବ ପତ୍ରର ରସକୁ ଛାଣି ଦିଅନ୍ତୁ ଓ ଏହାକୁ ଗ୍ୟାସରେ ଫୁଟାନ୍ତୁ । ବର୍ତ୍ତମାନ ୫ ରୁ ୭ ମିନିଟ ଗ୍ୟାସରେ ଗରମ କରି ଏହାକୁ ଥଣ୍ଡା କରିବା ପାଇଁ ଛାଡି ଦିଅନ୍ତୁ ।

ପୂଜା ପାଇଁ ବ୍ୟବହାର କରାଯାଉଥିବା କର୍ପୁରକୁ ନିଅନ୍ତୁ । ଦୁଇଟି କର୍ପୁରକୁ ଗୁଣ୍ଡ କରି ଏଥିରେ ମିଶାନ୍ତୁ । ବର୍ତ୍ତମାନ ଆପଣଙ୍କ ଲିକୁଇଡ ପ୍ରସ୍ତୁତ ହୋଇଗଲା । ବର୍ତ୍ତମାନ ମଶା ଘଉଡାଇବା ପାଇଁ ବ୍ୟବହାର କରାଯାଉଥିବା ମେସିନର ଲିକୁଇଡର ଖାଲି ପ୍ଲାଷ୍ଟିକ ଡବାରେ ଏକ କାହାଳି ସାହାର୍ଯ୍ୟରେ ଏହି ଲିକୁଇଡକୁ ଭର୍ତ୍ତି କରି ଦିଅନ୍ତୁ । ଏହାକୁ ମେସିନରେ ଲଗାଇ ଯେମିତି ଆପଣ ଇଲେଟ୍ରିକ ବୋର୍ଡରେ ଲଗାନ୍ତି ସେହିଭଳି ଲଗାନ୍ତୁ । ଏଥିରୁ ଗନ୍ଧ ବାହାରିବା ମାତ୍ରେ ହିଁ ଘରେ ଥିବା ମଶା ଧୀରେ ଧୀରେ ଘରୁ ପଳାଇବେ ।

ଏହା ସହିତ ଘରେ ଥିବା ଅନ୍ୟ କିଛି କୀଟ ପତଙ୍ଗ ବି ଚାଲିଯିବେ । କହିଦେଉଛୁ କି ଏହି ନିମ୍ବ ପତ୍ର ଓ କରପୁରର ଲିକୁଇଡ ସମ୍ପୂର୍ଣ ରୂପରେ ପ୍ରାକୃତିକ ଅଟେ । ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ବି ପ୍ରକାରର ପ୍ରଭାବ ପକାଇବ ନାହିଁ । କିନ୍ତୁ ମନେ ରଖନ୍ତୁ ଏହାକୁ ୧ ରୁ ୨ ଘଣ୍ଟା ଲଗାଇବା ପରେ ବାହାର କରି ଦେବେ । କାରଣ ନିମ୍ବ ପତ୍ରର ଅଧିକ ଗନ୍ଧ ଆପଣ ସହି ପାରିବେ ନାହିଁ ।  ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *