ହାତୀକୁ ଚିଡାଇବା ପଡିଲା ମହଙ୍ଗା, କଲା କିଛି ଏମିତି ଯାହା ଦେଖି ଆପଣଙ୍କ ଆଖିକୁ ବିଶ୍ବାସ ହେବନାହିଁ, Video ଟିକୁ ଥରେ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ପ୍ରତିଦିନ ଦୁନିଆରେ କିଛି ନ କିଛି ଘଟିଥାଏ । ତାହା ଭଲ ଖବର ହୋଇଥାଏ ଏବଂ ଖରାପ ଖବର ମଧ୍ୟ ହୋଇଥାଏ । ଆଜିକା ସମୟରେ ସୋସିଆଲ ମିଡିଆର ବହୁତ ଦେମାଣ୍ଡ ରହିଛି । ପ୍ରତେକ ବ୍ୟକ୍ତି ସୋସିଆଲ ମିଡିଆରେ ଏକ୍ଟିଭ ରହୁଛନ୍ତି । ତେବେ ଏହି ସୋସିଆଲ ମିଡ଼ିଆ ମାଧ୍ୟମରେ ଆମେ ବହୁତ ପ୍ରକାରର ଭିଡିଓ ଦେଖୁଥାଉ କିଛି ଭିଡିଓ ଭଲ ହୋଇଥାଏ ତ କିଛି ଭିଡିଓ ଦେଖିଲେ ମନରେ ଭୟ ମଧ୍ୟ ସୃଷ୍ଟି ହୋଇଥାଏ ।

ପଶୁ ବା ଜଙ୍ଗଲି ଜନ୍ତୁ କେତେ ମାରାତ୍ମକ ହୋଇଥାନ୍ତି ଆମେ ସମସ୍ତେ ଜାଣିଛନ୍ତି । ଏମିତି ବହୁତ ଭିଡିଓ ରେ ଆମେ ଦେଖିଛେ କି ଜଙ୍ଗଲି ପଶୁ ମାନେ କିପରି ମଣିଷ ମାନଙ୍କ ଜୀବନ ନେଇଥାନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଏବଂ ଆମେ ଆପଣଙ୍କୁ ସେହି ଜଙ୍ଗଲି ଜନ୍ତୁ କିପରି ମଣିଷଟିର ଜୀବନ ନେଲା କହିବାକୁ ଯାଉଛି । ତେବେ ଏହି ଘଟଣାଟି ହେଉଛି ଗୋଟେ ହାତୀ ର ଯାହାକୁ ଚିଡାଇବା କାରଣରୁ ପିଲାଟିର ଜୀବନ ଚାଲିଗଲା । ତେବେ ଚାଲନ୍ତୁ ଜାଣିବା ପୁରା ତଥ୍ୟ ।

ଏହି ଦୁଃଖଦାୟ ଘଟଣା ଟି ହେଉଛି ଆସାମ ନୁମାଲି ଗଡରେ ଘଟିଛି । ଖବର ଅନୁଯାୟୀ ବହୁତ ଗୁଡେ ଜଙ୍ଗଲି ହାତୀ NH ୩୯ ରାସ୍ତା ପାର କରି ଜଙ୍ଗଲ ଭିତରୁ ଯାଉଥିଲେ । ସେହି ସମୟରେ ସ୍ଥାନୀୟ ଅଞ୍ଚରରେ ଲୋକମାନେ ଏବଂ ପିଲାମାନେ ଆସି ହାତୀ ମାନଙ୍କୁ ଚିଲାଇବାରେ ଲାଗିଥିଲେ । କିଛି ଲୋକ ହାତୀ ମାନଙ୍କୁ ଚିଡାଇ ଥିଲେ ଏବଂ ହାତୀ ସାମ୍ନାରେ ରଙ୍ଗ ବିରଙ୍ଗ ଗାମୁଛା ହଲାଇବାରେ ମଧ୍ୟ ଲାଗିଥିଲେ । ଏମିତି କରିବା ଦ୍ଵାରା ହାତୀ ଗୁଡିକ ଜଲଦି ଜଲଦି ରାସ୍ତା ପାର ହେବାକୁ ଲାଗିଲେ ।

କିନ୍ତୁ ସେହି ଜଙ୍ଗଲି ହାତୀ ମାନଙ୍କ ଭିତରୁ ଗୋଟେ ହାତୀ ଅତ୍ୟଧିକ ଚିଡି ଯାଇଥିବାରୁ ଲୋକ ମାନଙ୍କ ଆଡକୁ ଦୌଡିବାକୁ ଆରମ୍ଭ କରିଦେଲା । ହାତୀକୁ ନିଜ ଆଡକୁ ଦୌଡିବାର ଦେଖି ସମସ୍ତ ଲୋକ ଭୟଭୀତ ହୋଇଯାଇଥିଲେ ଏବଂ ସେମାନେ ମଧ୍ୟ ନିଜ ପ୍ରାଣ ରକ୍ଷା କରିବା ନିମନ୍ତେ ଦୋଉଡ଼ିଥିଲେ । କିନ୍ତୁ ନିଜର ପ୍ରାଣ ରକ୍ଷା କରିବା ଚିନ୍ତାରେ ଗୋଟେ ବ୍ୟକ୍ତି ଦୌଡୁ ଥିବା ବେଳେ ଝୁଣ୍ଟି ରାସ୍ତାରେ ପଡ଼ିଯାଇଥିଲା । ବ୍ୟକ୍ତି ଜଣଙ୍କ ଉଠିବାକୁ ଚେଷ୍ଟା କରିଥିଲା ବେଳେ ହାତୀ ଟି ଦେଖି ନେଇଥିଲା ଏବଂ ତା ପାଖକୁ ଦୌଡ଼ି ଯାଇ ତାକୁ ନିଜର ଗୋଡ଼ ଦ୍ୱାରା ଚକଟି ମାରି ଦେଇଥିଲା ।

ଏହାପରେ ହାତୀଟି ଦୌଡ଼ି ଜଙ୍ଗଲ ଭିତରକୁ ପଳାଇଥିଲା । ବ୍ୟକ୍ତି ଜଣଙ୍କ ବହୁତ ଗୁରୁତର ଅବସ୍ଥାରେ ଥିଲେ ଏବଂ ପାଖରେ ଥିବା ଲୋକମାନେ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ । କିନ୍ତୁ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ବ୍ୟକ୍ତି ଜଣଙ୍କ ନିଜର ପ୍ରାଣ ହରାଇଥିଲେ । ଏହି ଭିଡିଓ ଟି ବର୍ତମାନ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଳ ହେବାରେ ଲାଗିଛି ।

ତେବେ ଆମେ ଏହି ଭିଡିଓ ଦେଖି ସଚେତନ ହେବା ଉଚିତ ଏବଂ ଏଭଳି ଭୂଲ କେବେ ମଧ୍ୟ କରିବା କଥା ନୁହେଁ । କାରଣ ଜଙ୍ଗଲି ପଶୁ ବହୁତ ମାରାତ୍ମକ ହୋଇଥାନ୍ତି । ତେଣୁ ବନ୍ଧୁଗଣ ସଦା ସର୍ବଦା ଜଙ୍ଗଲି ପଶୁ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *