ଯଦି ଘରେ ପଇସା ରହୁନାହିଁ ତ କେବଳ ଅଳ୍ପ କିଛି ଚାଉଳ, ତାପରେ ଦେଖନ୍ତୁ ଘରେ କେମିତି ବର୍ଷିବ ଧନ

ବର୍ତ୍ତମାନ ସମୟରେ ଅର୍ଥ ସବୁରି ମୂଳରେ କାରଣ ହୋଇଥାଏ । ଯାହା ପାଖେ ଧନ ରହିଥାଏ ତେବେ ସେହି ଲୋକ ସବୁ ସ୍ଥାନରେ ଆଗରେ ରହିଥାଏ । ଦୁନିଆର ସବୁ ପାୱାର ସେହି ଲୋକ ପାଖେ ରହିଥାଏ । ତେବେ ସେହିଭଳି ଯାହା ପାଖେ ଧନ ନ ଥାଏ ଯାହାର ଆର୍ଥିକ ସ୍ଥିତି ଦୁର୍ବଳ ହୋଇଥାଏ ସେହି ଲୋକଙ୍କର କୌଣସି ସ୍ଥାନରେ ମାନ ସମ୍ମାନ ନ ଥାଏ । ସେମାନଙ୍କୁ ଲୋକେ ଏତେ ପଚାରନ୍ତି ନାହିଁ । ସମାଜ ରେ ସେମାନେ ତଳ ସ୍ତରରେ ରହିଥାନ୍ତି । ସେହି ଭଳି ପ୍ରତେକ ଲୋକ ନିଜ ଜୀବନରେ ଅର୍ଥ କମାଇବା ପାଇଁ ବହୁତ ଚେଷ୍ଟା କରିଥାନ୍ତି ।

କାରଣ ଵର୍ତମାନ ସମୟରେ ପଇସା ଥିଲେ ଆପଣଙ୍କ ପାଖେ ଆପଣ ସବୁ ଠାରୁ ଶ୍ରେଷ୍ଟ । ଆପଣଙ୍କ ପାଖେ ସବୁ ସୁଖ ଓ ସୁବିଧା ଉପଲବ୍ଧ ରହିଥାଏ । ତେଣୁ ପ୍ରତେକ ଲୋକ ନିଜ ଜୀବନରେ ଧନୀ ହେବାର ସ୍ୱପ୍ନ ଦେଖିଥାନ୍ତି । ସେହି ସ୍ୱପ୍ନ କୁ ପୁରା କରିବା ପାଇଁ ଲୋକ ଜୀବନ ସାରା ବହୁତ କଷ୍ଟ କରିଥାନ୍ତି । ତେବେ ଆମେ ଜାଣିଛୁ ମା ଲଷ୍ମୀ ହେଉଛନ୍ତି ଧନ ର ଦେବୀ ।

ତେଣୁ ଧନ ର ଦେବୀ ମାତା ଲଷ୍ମୀଙ୍କୁ ସନ୍ତୁଷ୍ଟ କରିବା ଦ୍ୱାରା ଆପଣଙ୍କ ଘରେ ଧନ ର ଆଗମନ ହୋଇଥାଏ । ଯଦି ଆପଣଙ୍କୁ ମାତା ଲଷ୍ମୀଙ୍କର ଆର୍ଶୀବାଦ ମିଳିଥାଏ ବା ମାତା ଲଷ୍ମୀ ଯଦି ଆପଣଙ୍କ ଉପରେ ସନ୍ତୁଷ୍ଟ ହୋଇଥାନ୍ତି ତେବେ ଆପଣଙ୍କ ଘରେ ଆର୍ଥିକ ସମସ୍ୟା ସବୁ ଦିନ ପାଇଁ ଦୂର ହୋଇଥାଏ ।

ଯଦି ଆପଣଙ୍କ ଉପରେ ମାତା ଲଷ୍ମୀ ଙ୍କର କୋପ ଦୃଷ୍ଟି ପଡିଥାଏ ତେବେ ଆପଣଙ୍କ ଜୀବନରେ ଦାରିଦ୍ରତା ଦେଖା ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ କିଛି ଉପାୟ କହିବୁ ଯାହା କରିବା ଦ୍ୱାରା ଆପଣଙ୍କ ଜୀବନରେ ଧନର ଆଗମନ ହୋଇଥାଏ । ଆପଣ ଏକ ମାଟିର କଳସ ନେବେ । ଯଦି କୌଣସି ବ୍ୟବହୃତ କଳସ ନେବେ ତାହା ମଧ୍ୟ ଚଳିବ ।

ଏଥିରେ ଚାଉଳ ପୁରାଇ ଫୁଲ କରିଦେବେ ଏଥିରେ ୨ ଟି ଦୁବ ଓ ଏକ କଏନ ରଖିକି ଏଥୁରେ ନାଲି କନା ଘୋଡାଇ ଏହାର ବେକରେ ନାଲି ସୂତା ରେ ବାନ୍ଧିଦେବେ । ଏହାକୁ ନେଇ ଉତ୍ତର- ପଶ୍ଚିମ କୋଣରେ ରଖିଦେବେ । ତଳେ ରଖିଲେ ମଧ୍ୟ ହେବ । ଏହାକୁ ଆପଣ ରଖିବା ଦ୍ଵାରା ଘରେ ଧନ ବୃଦ୍ଧି ଓ ରହିଥାଏ । ଏହାକୁ ଆପଣ ଏକ ବର୍ଷ ପରେ ବଦଲାଇ ଦେବେ ।

ଏହି ଚାଉଳ କୁ ପାଣିରେ ଉଜାଇ ଦେବେ ଅନ୍ୟଥା କୌଣସ ପକ୍ଷୀ କୁ ଦେଇଦେବେ । ଛାତ ଉପରେ ଏହି ଚାଉଳ ପକାଇବେ ନାହି । ଏଥିରେ ଥିବା କଏନ କୁ ରଖିଥିବେ ପୁନର୍ବାର ଏହାର ବ୍ୟବହାର କରିପାରିବେ । ତେବେ ଏହି ଉପାୟକୁ ଗୁରୁବାର ବା ଶୁକ୍ରବାର ଦିନ କରିବା ଉଚିତ । ଗୁରୁବାର ହେଉଛି ଲକ୍ଷ୍ମୀଙ୍କ ବାର ଓ ଶୁକ୍ରବାର ହେଉଛି ଗୁରୁ ଗ୍ରହଙ୍କ ବାର । ତେଣୁ ଏହି ଉପାୟ କରିବା ଦ୍ଵାରା ଘରେ ପଇସା ରହିଥାଏ ।

Leave a Reply

Your email address will not be published. Required fields are marked *