ଘରର କେଉଁ ଦିଗକୁ ରହିବା ଉଚିତ ଠାକୁର ଘର ? Vastu Shastra

ମଣିଷ ନିଜ ଜୀବନରେ ବଞ୍ଚିବା ପାଇଁ ବହୁତ ଜିନିଷ ଉପରେ ନିର୍ଭର କରିଥାଏ । ସେ ରହିବା ପାଇ ଏକ ବାସ ସ୍ଥାନ ଖୋଜିଥାଏ । ଯେଉଠାରେ ସେ ନିଜର ଏକ ସ୍ଵପ୍ନ ର ଘର କରିଥାଏ । ତାହାର ନିଜର ଘରେ ସେ ସବୁଠାରୁ ଆରାମ ଦାଯକ ଓ ଶାନ୍ତି ରେ ଜୀବନ ବ୍ୟତିତ କରିଥାଏ । ତେବେ ଆମ ହିନ୍ଦୁ ଶାସ୍ତ୍ର ରେ ଘର କରିବାର କିଛି ରୀତି ନିୟମ ରହିଥାଏ । ଯେପରି ଘରର ପ୍ରତେକ ଜିନିଷ ଟି ବାସ୍ତୁ ଶାସ୍ତ୍ର ଭାବେ କରିବା ଉଚିତ । ଯଦି ଏପରି ନ ହୁଏ ତେବେ ଘରେ ସୁଖ ସମୃଦ୍ଧି ନ ଆସି କ୍ଲେଶ , ଅଶାନ୍ତି , ନକାରାତ୍ମକ ଊର୍ଜା ଆଦି ଆସିଥାଏ ।

ତେବେ ଘରେ ମଣିଷ ନିଜର ଶାନ୍ତି ଓ ଭକ୍ତି ପାଇଁ ପୂଜା ଘର କରିଥାଏ । ସେହି ପୂଜା ଘରେ ଭଗବାନଙ୍କ ପ୍ରତି ମୂର୍ତି ସ୍ଥାପନ କରି ପୂଜା କରିଥାଏ । ତେବେ ଏଘି ପୂଜା ଘର ବାସ୍ତୁ ଶାସ୍ତ୍ର ଭାବେ କିପରି କରିବା ଉଚିତ ତାହା ଆମେ ଆପଣଙ୍କୁ କହିବୁ । ଘରେ ମୂର୍ତି ପୂଜା ନକରି ଫଟୋ ପୂଜା କରିବା ଉଚିତ ।

ଯଦି ମୂର୍ତି ପୂଜା କରାଯାଏ ତେବେ ମୁର୍ତି ର ଉଚତା ୬ ଆଙ୍ଗୁଳିରୁ ଛୋଟ ହେବା ଭଲ । ମାତ୍ର ଘରେ କାଲୀ , ହନୁମାନ , ଶିବ , ନୃସିଂହ ମୂର୍ତି ପୂଜା ନିଷେଧ । ଯଦି ଘରେ ବଡ ମୂର୍ତି ରଖି ପୂଜା କରିବାକୁ ଇଛାଥାଏ ତେବେ ଘର ବାହାରେ ଘରର ଉତ୍ତର- ପୂର୍ବ କୋଣରେ ଏକ ଅଲଗା ଘର କରି ମୂର୍ତି ସ୍ଥାପନ କରାଯାଇପାରେ କିନ୍ତୁ ଏହାକୁ ବ୍ରାହ୍ମଣ ପୂଜା କରିବା ବିଧେୟ ।

ଠାକୁର ଫଟୋ ବା ମୂର୍ତି କାନ୍ଥକୁ ଲଗାଇ ରଖିବା ବା ଟାଙ୍ଗିବା ଉଚିତ ନୁହେ । ଏଥିପାଇଁ ଆସ୍ଥାନ ବିମାନ ଉଚିତ । ପୂଜା ଘରର କବାଟ ସିଧା ବା ଠିକ ସାମନା ରେ ଠାକୁର ରଖିବା ଅନୁଚିତ । ଠାକୁରଙ୍କ ଆସ୍ଥାନ ବା ବସିବା ସ୍ଥାନ କାନ୍ଥକୁ ନଲଗାଇ ଟିକେ ଛାଡି ରଖନ୍ତୁ । ଠାକୁର ବସିବା ସ୍ଥାନ କେବଳ ମାର୍ବଳ କରନ୍ତୁ । ସବୁ ପୂଜା ଘର ମାର୍ବଳ କରିବା ଅନୁଚିତ ।

ଗୃହରେ ଥିବା ଘରେ ଠାକୁର ଫଟୋ ମୂର୍ତିକୁ ପଶ୍ଚିମ ମୁହାଁ କରି ରଖାଯିବ । କେବଳ ମନ୍ଦିରରେ ଠାକୁର ପୂର୍ବ ମୁହାଁ ହୋଇ ରହିବ । ପୂଜା ଘରେ ଆଲମୀରା , ବାକ୍ସ ବା କୋଥଳି ଆଦି ଦକ୍ଷିଣ ବା ପଶ୍ଚିମ କାନ୍ଥକୁ ଲାଗି ରହିବା ଉଚିତ । ପୂଜା ଘରେ କୌଣସି ଅନାବଶ୍ୟକ ପଦାର୍ଥ ରଖିବା ଅନୁଚିତ । ପୂଜା ଘରେ ଟଙ୍କା ରଖିବା ନିଷେଧ । ମାନସିକ ଟଙ୍କା ରଖିପାରିବେ ।

ପୂଜା ଘରେ ଇଲେକ୍ଟ୍ରିକ ଜିନିଷ ଆଦି ଦକ୍ଷିଣ – ପୂର୍ବ କୋଣରେ ରହିବ । ପୂଜା ଘରେ ଭଙ୍ଗା କାଚ ବା ଉଈ ଲାଗିଥିବା ଫଟୋ ରଖିବା ଅନୁଚିତ । ପୂଜା ଘରକୁ ଲାଗି କିମ୍ବା ଏହା ଉପରେ ରୋଷେଇ ଜିଏଚଆର , ପାଇଖନା , ଶିଡିଘର , କରିବା ଅନୁଚିତ । ତୁଲସୀ ଚଉରା ଉତ୍ତର – ପୂର୍ବ କୋଣରେ ହେବା ଉଚିତ । ଏହାକୁ ପୂଜା କରିବା ବେଳେ ଯେମିତି ପୂର୍ବକୁ ମୁହଁ କରି ସୁର୍ଜ୍ୟଙ୍କୁ ପାଣି ଦେବେ ।

Leave a Reply

Your email address will not be published. Required fields are marked *