Vastu Tips- ଝାଡୁର ଏମିତି କରନ୍ତୁ ପ୍ରୟୋଗ, ଘରେ କେବେବି ହେବ ନାହିଁ ଧନର ଅଭାବ, ଜାଣନ୍ତୁ ଝାଡୁ ସହିତ ଜଡିତ କିଛି ନିୟମ

ବନ୍ଧୁଗଣ ଝାଡୁ ଆମ ଘରୁ ମଇଳା ଓ ଆବର୍ଜନା ବାହାର କରି ଘରକୁ ସଫା ରଖିବାରେ ସାହାଯ୍ୟ କରେ । ଯେଉଁ ଘରେ ସ୍ଵଚ୍ଛତା ରୁହେ ସେଠାରେ ମା ଲକ୍ଷ୍ମୀଙ୍କ ବାସ ହୋଇଥାଏ ବୋଲି ଆମେ ସମସ୍ତେ ଜାଣିଛୁ । ସେଥିପାଇଁ ଝାଡୁକୁ ମା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି କୁହାଯାଏ । ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁସାରେ ଝାଡୁ ସହ ଜଡିତ କିଛି ଉପାୟ ଜଣାଇବୁ । ଯାହା ଦ୍ଵାରା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ । ଏବଂ ଧନ, ବୈଭବ, ସୁଖ, ସମୃଦ୍ଧି ଲାଭ କରିପାରିବେ । ତେବେ ଚଲାନ୍ତୁ ଜାଣିବା ।

ଯେପରି ଆମେ ସର୍ବଦା ଧନ ସମ୍ପତିକୁ ଅନ୍ୟଲୋକଙ୍କ ନଜରରୁ ଲୁଚାଇ ସୁରକ୍ଷିତ ସ୍ଥାନରେ ରଖୁ ସେହି ପ୍ରକାର ଝାଡୁକୁ ମଧ୍ୟ ଅନ୍ୟଲୋକଙ୍କ ନଜରରୁ ଲୁଚାଇ ରଖିବା ଉଚିତ । ଏହାଦ୍ବାର ଆପଣଙ୍କ ଘରର ଉନ୍ନତି ଘରେ ହିଁ ରୁହେ ଓ ବାହାରର ଖରାପ ନଜର କିଛି ଖ୍ଯାତି କରିପାରେ ନାହିଁ । ଯଦି ଆପଣଙ୍କୁ ଲାଗୁଛି କି ଘରେ ନକରାତ୍ମକତା, କ୍ଲେଶ ଓ ଝ-ଗ-ଡା ବୃଦ୍ଧି ହେଉଛି ତେବେ ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ଘରର ମୁଖ୍ୟଦ୍ଵାର ପାଖେ ଝାଡୁକୁ ରଖି ଦିଅନ୍ତୁ ।

ଏହାଦ୍ବାରା କୌଣସି ନକରାତ୍ମକତା ଆପଣଙ୍କ ଘରେ ପ୍ରବେଶ କରିପାରିବ ନାହିଁ । କିନ୍ତୁ ଧ୍ୟାନ ରଖନ୍ତୁ ଝାଡୁ ଯେପରି ଅଧିକ ପୁରୁଣା, ଭ-ଙ୍ଗା କିମ୍ବା ଓଦା ନଥିବ । ନଚେତ ଏହାର ଓଲଟା ପ୍ରଭାବ ପଡିପାରେ ।

ଘରେ ପୁରୁଣା ଏବଂ ଭ-ଙ୍ଗା ଝାଡୁ ରଖନ୍ତୁ ନାହିଁ । ସମୟ ସମୟରେ ଝାଡୁ ବଦଳି କରିବା ମଧ୍ୟ ନିହାତି ଆବଶ୍ୟକ ରହିଛି । ଝାଡୁ ସର୍ବଦା ଶନିବାର ଦିନ ହିଁ କିଣନ୍ତୁ ଏବଂ ନୂଆ ଝାଡୁ ଶନିବାର ଦିନ ହିଁ ବ୍ୟବହାର କରିବା ଆରମ୍ଭ କରନ୍ତୁ । ଏହାକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ଝାଡୁକୁ ସର୍ବଦା ପ୍ରାତଃକାଳରୁ ବ୍ୟବହାର କରନ୍ତୁ । ଏହାଦ୍ବାରା ରାତିରେ ଘରେ ପ୍ରବେଶ କରିଥିବା ସମସ୍ତ ନକରାତ୍ମକ ଊର୍ଜା ଘରୁ ବାହାରିଯିବେ । କିନ୍ତୁ ସନ୍ଧ୍ୟା ସମୟରେ କେବେ ବି ଝାଡୁ କରନ୍ତୁ ନାହିଁ, ଏହାଦ୍ବାରା ଘରର ସଦସ୍ୟଙ୍କ ଆ-ୟୁ-ଷ ହା-ନି ହୋଇଥାଏ ।

ଘରୁ କେହି ଶୁଭ କାର୍ଯ୍ୟରେ ବାହାରକୁ ଯାଉଥିବା ସମୟରେ ଝାଡୁ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ବାରା ଶୁଭ କାର୍ଯ୍ୟରେ ବାଧା ଉପୁଜି ପାରେ । ଝାଡୁକୁ ଠିଆ କରି ରଖିବା ଦ୍ଵାରା ମଧ୍ୟ ଘରେ ନକରାତ୍ମକତା ପ୍ରବେଶ କରିଥାଏ । ଝାଡୁକୁ ସର୍ବଦା ଘରେ ପଶ୍ଚିମ ଦିଗ ଆଡକୁ ମୁହଁ କରି ରଖନ୍ତୁ । କିନ୍ତୁ ଯଦି ରୋଷେଇ ଘର କିମ୍ବା ଖାଇବା ସ୍ଥାନ ଯଦି ପଶ୍ଚିମ ଦିଗରେ ରହିଛି ତେବେ ସେଠାରେ ଝାଡୁ ରଖନ୍ତୁ ନାହିଁ ।

ଅନ୍ୟ କାହା ଘରର ଝାଡୁ କେବେ ମଧ୍ୟ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ବାରା ଅନ୍ୟ ଘରର ସମସ୍ଯା ଓ ନକରାତ୍ମକ ଊର୍ଜା ଆପଣଙ୍କ ଘରକୁ ଆସିଥାଏ । ସେହିପରି ନିଜ ଘରର ଝାଡୁ ନିଜେ କିଣନ୍ତୁ ଓ ଅନ୍ୟ କାହାକୁ ବ୍ୟବହାର କରିବା ମଧ୍ୟ ଦିଅନ୍ତୁ ନାହିଁ । ଝାଡୁ କିଣିବା ପରେ ପ୍ରଥମେ ତଳେ କିଛି ସିନ୍ଦୁର ପକାଇ ସଫା କରି ନିଅନ୍ତୁ ଓ ତାପରେ ବ୍ୟବହାର କରନ୍ତୁ । ଏହାଦ୍ବାରା ଘରେ ଶୁଦ୍ଧତା ବଜାୟ ରହିବ । ତେବେ ବନ୍ଧୁଗଣ ମାତା ଲକ୍ଷ୍ମୀ ଙ୍କ କୃପା ଲାଭ କରିବା ପାଇଁ କମେଣ୍ଟ ରେ ଲେଖନ୍ତୁ ଜୟ ମା ଲକ୍ଷ୍ମୀ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *