ବାଛନ୍ତୁ ନିଜର ଜନ୍ମ ମାସ ଓ ଜାଣନ୍ତୁ ନିଜ ବିଷୟରେ କିଛି ଖାସ କଥା ( Personality Test )

ବନ୍ଧୁଗଣ ପ୍ରତେକ ବ୍ୟକ୍ତିର ନାମ, ଠିକଣା,ସ୍ଵଭାବ, ଚିନ୍ତାଧାରା, ପରିଚୟ ଅଲଗା ଅଲଗା ହୋଇଥାଏ । ସେହିପରି ବ୍ୟକ୍ତିର ଜନ୍ମ ମାସ ମଧ୍ୟ ପରସ୍ପର ଠାରୁ ଅଲଗା ହୋଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କ ଜନ୍ମ ମାସ ସହ ଜଡ଼ିତ କିଛି ଖାସ କଥା କହିବୁ । ତେବେ ପ୍ରଥମେ ଆପଣ ନିଜର ଜନ୍ମ ମାସ ବାଛି ନିଅନ୍ତୁ ଏବଂ ନିଜର ଭବିଷ୍ୟତ ବିଷୟରେ କିଛି ଖାସ କଥା ଜଣାନ୍ତୁ । ଚାଲନ୍ତୁ ଆରମ୍ଭ କରିବା ।

ଜାନୁଆରୀ:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ସରଳ ହୃଦୟର ହୋଇଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ସବୁବେଳେ ଅନ୍ୟର ମନନେଇ ଚାଲିଥାନ୍ତି । ଏମାନେ କେବେ କାହାକୁ କଷ୍ଟ ଦିଅନ୍ତି ନାହିଁ ।

ଫେବୃଆରୀ:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ଖୋଲା ହୃଦୟର ହୋଇଥାନ୍ତି । ଏମାନେ ସବୁବେଳେ ହସ ଖୁସିରେ ରହିବାକୁ ଇଚ୍ଛା କରିଥାନ୍ତି । ଏମାନେ କେବେ ମଧ୍ୟ କାହାକୁ କଷ୍ଟ ଦିଅନ୍ତି ନାହିଁ । ଏହି ବ୍ୟକ୍ତି ବହୁତ ପରିଶ୍ରମି ହୋଇଥାନ୍ତି ।

ମାର୍ଚ୍ଚ:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ସମସ୍ତଙ୍କ ଠାରୁ ଅଲଗା ହୋଇଥାନ୍ତି । ଏମାନେ ସବୁ ନିଷ୍ପତି ନିଜେ ନେଇଥାନ୍ତି । ଏମାନେ ସବୁବେଳେ ସତ କହିବାକୁ ପସନ୍ଦ କରିଥାନ୍ତି । ଏମାନେ କେବେ ମଧ୍ୟ ମିଛ କୁହନ୍ତି ନାହିଁ । ଏହି ବ୍ୟକ୍ତି ନିଜ ଭବିଷ୍ୟତରେ ଖୁବ ଆଗକୁ ଯାଇଥାନ୍ତି ।

ଏପ୍ରିଲ:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଖୁବ ଶାନ୍ତ ସ୍ୱଭାବର ହୋଇଥାନ୍ତି । ଏମାନେ ନିଜର ପ୍ରିୟ ମାନଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଜର ପରିବାର ପାଇଁ ସବୁବେଳେ ଚିନ୍ତିତ ରହିଥାନ୍ତି । ଏହି ବ୍ୟକ୍ତି ନିଜ ଜୀବନରେ ବହୁତ ସଫଳତା ହାସଲ କରିଥାନ୍ତି ।

ମଇ:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଏମାନେ ଅନ୍ୟର ସୁଖରେ ଶୁଖି ଏବଂ ଦୁଃଖରେ ଦୁଃଖୀ ହୋଇଥାନ୍ତି । ଏମାନେ ନିଜ ମନ ଭିତରେ କିଛି ମଧ୍ୟ ରଖନ୍ତି ନାହିଁ । ଏମାନେ କେବେ ମଧ୍ୟ କାହାକୁ ଧୋକା ଦିଅନ୍ତି ନାହିଁ । ଏହି ବ୍ୟକ୍ତି ସମସ୍ତଙ୍କ ପ୍ରିୟ ହୋଇଥାନ୍ତି ।

ଜୁନ:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ଖୁସି ମିଯାଜ ର ବ୍ୟକ୍ତି ଅଟନ୍ତି । ଏମାନେ ଅନ୍ୟର ସାହାଯ୍ୟ କରିଥାନ୍ତି । ଏମାନେ ନିଜେ ଯେତେ ଦୁଃଖରେ ଥିଲେ ମଧ୍ୟ କାହାକୁ ଜଣାନ୍ତି ନାହିଁ । ଏହି ବ୍ୟକ୍ତି ନିଜର ପରିବାର ଲୋକଙ୍କୁ ବହୁତ ଭଲ ପାଇଥାନ୍ତି ।

ଜୁଲାଇ:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ଉଚ୍ଚ ଚିନ୍ତାଧାରା ରଖିଥାନ୍ତି । ଏମାନେ ସମୟ ସହିତ ତାଳ ଦେଇ ଚାଲିଥାନ୍ତି । ଏମାନେ ସବୁବେଳେ କିଛି ଭିନ୍ନ କରିବାକୁ ଚେଷ୍ଟା କରିଥାନ୍ତି । ଏମାନେ ଭବିଷ୍ୟତରେ ବହୁତ ସଫଳତା ପାଇଥାନ୍ତି ।

ଅଗଷ୍ଟ:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ସବୁ ସ୍ଥାନରେ ନେତୃତ୍ୱ ନେଇଥାନ୍ତି । ଏମାନେ ଭିଡ଼ରେ ନିଜର ଏକ ଭିନ୍ନ ଜାଗା ସୃଷ୍ଟି କରିଥାନ୍ତି । ଏମାନେ ସବୁବେଳେ କିଛି ବଡ କାମ କରିବାକୁ ଚାହାନ୍ତି । ଏହି ବ୍ୟକ୍ତି ନିଜର ପରିବାର ପାଇଁ କିଛି ମଧ୍ୟ କରିପାରିବେ ।

ସେପ୍ଟେମ୍ୱର:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ସରଳ ହୋଇଥାନ୍ତି । ଏମାନେ ଛନ୍ଦ କପଟ କିଛି ମଧ୍ୟ ବୁଝନ୍ତି ନାହିଁ । ଏହି ବ୍ୟକ୍ତି ନିଜର ସରଳତା ପାଇଁ ସବୁ କ୍ଷେତ୍ରରେ ପଛରେ ରହିଯାଆନ୍ତି । ଏହି ବ୍ୟକ୍ତି ପ୍ରେମ ସମ୍ପର୍କରେ ଆଗଆ ରହିଥାନ୍ତି । ଏମାନେ ନିଜର ପ୍ରେମ ସମ୍ପର୍କରେ କେବେ ମଧ୍ୟ ଧୋକା ଦିଅନ୍ତି ନାହିଁ ।

ଅକ୍ଟୋବର:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ଏମାନେ ସମସ୍ତଙ୍କ ସହିତ ମିଳି ମିଶି ରହିବାକୁ ପସନ୍ଦ କରିଥାନ୍ତି । ଏହି ବ୍ୟକ୍ତି ମାନେ ଭିଡ଼ରେ ନିଜର ଏକ ଭିନ୍ନ ଜାଗା ସୃଷ୍ଟି କରିଥାନ୍ତି । ଏମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହି ବ୍ୟକ୍ତି ନିଜର ଭବିଷ୍ୟତରେ ସଫଳତା ହାସଲ କରିଥାନ୍ତି ।

ନଭେମ୍ବର:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ବହୁତ ଚୁପ ଚାପ ରହିଥାନ୍ତି । ଏମାନେ ନିଜ ଜୀବନରେ ହେଇଥିବା କଥା କାହାକୁ କୁହନ୍ତି ନାହିଁ । ଏମାନେ ଅନ୍ୟାୟ ଦେଖି ଚୁପ ରୁହନ୍ତି ନାହିଁ । ଏହି ବ୍ୟକ୍ତି ସବୁବେଳେ ନ୍ୟାୟର ସାଥ ଦେଇଥାନ୍ତି । ଏମାନେ ବହୁତ ଜ୍ଞାନୀ ହୋଇଥାନ୍ତି ।

ଡିସେମ୍ବର:- ଏହି ମାସରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ରାଗି ସ୍ୱଭାବର ହୋଇଥାନ୍ତି । ଏମାନେ ସବୁବେଳେ ନିଜକୁ ଠିକ ବୋଲି ଭାବିଥାନ୍ତି । ଏମାନେ କେବେବି ଅନ୍ୟର କଥା ଶୁଣନ୍ତି ନାହିଁ ଯେଉଁ କାରଣରୁ ଏମାନେ ଜୀବନରେ ବହୁତ ପଷ୍ଟେଇଥାନ୍ତି । ତେବେ ବନ୍ଧୁଗଣ ଆପଣଙ୍କ ଜନ୍ମ ମାସ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଏବଂ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *