ଚମତ୍କାରୀ ଔଷଧୀ ଅଟେ ହଳଦୀ ପାଣି, ସକାଳୁ ଖାଲି ପେଟରେ ପେଇବା ଦ୍ଵାରା ହେଇନଥାଏ ଏହି 5 ଟି ଗମ୍ଭୀର ରୋଗ ( Healthy Tips )

ବନ୍ଧୁଗଣ ହଳଦୀ କୁ ଆମେ ଘରେ ମସଲା ଭାବରେ ବ୍ୟବହାର କରିଥାଉ । ଏହାକୁ ବହୁତ ପୁରାତନ ଯୁଗରୁ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇ ଅଛି । କିନ୍ତୁ ଆଜି ଆମେ ଆପଣଙ୍କୁ ହଳଦୀର କିଛି ଏପରି ଫାଇଦା ବିଷୟରେ କହିବୁ ଯାହା ଜାଣିବା ପରେ ଆପଣ ମଧ୍ୟ ହଳଦୀ ପାଣି ପିଇବା ଆରମ୍ଭ କରିଦେବେ । ତେବେ ଚାଲନ୍ତୁ ଜାଣିବା ହଳଦୀ ପାଣି ପିଇବା ଦ୍ୱାରା କଣ କଣ ଫାଇଦା ହୋଇଥାଏ ।

ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ:- ହଳଦୀ ରେ ଲିପୋପୋଲିସାଇଟ ରହିଥାଏ ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ । ଯାହାଦ୍ବାରା ଥଣ୍ଡା କାଶ ଭଳି ଇନ୍ଫେକ୍ସନ ହୋଇନଥାଏ । ହଳଦୀ ପାଣିର ସେବନ କଲେ କୌଣସି ଭେଇରାଲ ଇନଫେକ୍ସଂ ହୋଇନଥାଏ ।

କ୍ୟାନ୍ସର ରୁ ରକ୍ଷା କରିଥାଏ:- ହଳଦୀ ଗୋଟିଏ ଆଣ୍ଟି କ୍ୟାନ୍ସର ଉପାଦାନ ଅଟେ । ଏଥିରେ ଥିବା ଆଣ୍ଟି କ୍ୟାନ୍ସର ଗୁଣ ଯୋଗୁଁ ଏହା କ୍ୟାନ୍ସର କଣିକା କୁ ସୃଷ୍ଟି ହେବାକୁ ଦେଇନଥାଏ । ଯଦି ଆପଣ ପ୍ରତିଦିନ ହଳଦୀ ପାଣିର ସେବନ କରିବେ ତେବେ ଆପଣଙ୍କୁ କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେବନାହିଁ ।

କଲେଷ୍ଟ୍ରୋଲ କମ କରେ:- ହଳଦୀ ର ସେବନ ଦ୍ୱାରା ଏହା ଶରୀରରେ ଥିବା ଖରାପ କଲେଷ୍ଟ୍ରୋଲ କୁ ହ୍ରାସ କରିଥାଏ ଏହା ରକ୍ତକୁ ଗାଡ ହେବାକୁ ଦେଇନଥାଏ । ହଳଦୀ ର ସବୁଦିନ ସେବନ କଲେ ରକ୍ତ ନଳୀରେ କଲେଷ୍ଟ୍ରୋଲ ଜମିନଥାଏ । ଯାହା ହୃଦ ରୋଗ, ହାର୍ଟ ଆତ୍ତାକ ର ରିସ୍କ କମାଇ ଦେଇଥାଏ ।

ହଜମ କ୍ରିୟା ଭଲହୋଇଥାଏ:- ହଳଦୀର ଆଊ ଏକ ଭଲ ଗୁଣ ହେଲା ଏହା ଶରୀରରେ ପିତ ସୃଷ୍ଟି ହେବା ପ୍ରକ୍ରିୟାକୁ ତୋରାନୀତ କରିଥାଏ । ତେଣୁ ଆପଣ ଯାହା କିଛି ଖାଦ୍ୟ ଖାଇଥାନ୍ତି ଏହା ସହଜରେ ହଜମ ହୋଇଯାଇଥାଏ । ଏହା ବ୍ୟତୀତ ବାଇ ସିକ୍ରେଶନ ହେବ ଯୋଗୁ ଆପଣ କୌଣସି ବି ଫ୍ୟାଟ କୁ ଭଲ ଭାବରେ ହଜମ କରିପାରନ୍ତି ।

ଲିଭର ସୁସ୍ଥ ରଖେ:- ହଳଦୀ ର ଆଊ ଏକ ଚମତ୍କାରି ଫାଇଦା ହେଲା ଏହା ଲିଭରର କାର୍ଯ୍ୟ କରିବା ପ୍ରକ୍ରିୟାକୁ ତୋରାନିତ କରିଥାଏ । ଅର୍ଥାତ ଲିଭର ରେ ଥିବା ବିଷାକ୍ତ ପଦାର୍ଥକୁ ଦୂର କରିଥାଏ । ତେଣୁ ଯଦି ଆପଣ ହଳଦୀ ପାଣି ପିଉଛନ୍ତି ତେବେ ଆପଣ କୌଣସି ପ୍ରକାରର ଲିଭର ସଂକ୍ରମଣରୁ ରକ୍ଷା ପାଇପାରିବେ । ତେବେ ବନ୍ଧୁଗଣ ଆପଣ ସୁସ୍ଥ ରୁହନ୍ତୁ ଏବଂ ଏହି ପୋଷ୍ଟ ଟି ଗୋଟେ ସେୟାର କରି ଅନ୍ୟ ମାନଙ୍କୁ ମଧ୍ୟ ସୁସ୍ଥ ରଖନ୍ତୁ ।

Leave a Reply

Your email address will not be published. Required fields are marked *