Vastu Tips- ସ୍ଵୟଂ ମା ଲକ୍ଷ୍ମୀ ଦେଲେ ବରଦାନ, ଯିଏ ଏହି ସମୟରେ ଘରେ ଲଗାଇବ ଝାଡୁ… ମୁଁ ତା ଘର ଧନରେ ଭରି ଦେବୀ

ବନ୍ଧୁଗଣ ଘରେ ନିୟମିତ ଝାଡୁ ଲଗାଇବା ସମୟରେ କିଛି ନିୟମ କୁ ମାନିବାକୁ ପଡ଼ିଥାଏ । ଘରେ କେତେବେଳେ ଝାଡୁ ଲଗାଇବେ ଏବଂ କେତେବେଳେ ଝାଡୁ ଲଗାଇବେ ନାହିଁ । ଝାଡୁ କେଉଁଠାରେ ରଖିବେ । ଘରେ ରଖିଥିବା ଝାଡୁ କେବେ ବଦଳାଇବେ ଏବଂ ନୂଆ ଝାଡୁ କେବେ କିଣିବେ । ଆଜି ଆମେ ଏହି ସବୁ ନିୟମ ବିଷୟରେ କହିବାକୁ ଯାଉଛୁ ।

ଝାଡୁ ଘରର କେବଳ ମଇଳା ବାହାର କରି ନଥାଏ ବରଂ ଘରର ଦରିଦ୍ର୍ୟତା କୁ ମଧ୍ୟ ବାହାର କରିଥାଏ । ଝାଡୁ ଘରକୁ ସୁଖ ଏବଂ ସମୃଦ୍ଧି ମଧ୍ୟ ଆଣିଥାଏ । ଝାଡୁ ରେ ମାତା ଲକ୍ଷ୍ମୀ ଙ୍କ ବାସ ହୋଇନଥାଏ । ଝାଡୁ କୁ ଆଦର କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ସବୁ ନିୟମ ବିଷୟରେ ।

ଝାଡୁ କରିବା ସମୟରେ ମୌନ ରହି ଝାଡୁ କରିବା ଉଚିତ । କଥା ବାର୍ତ୍ତା ନକରି ଚୁପ ରହି ଝାଡୁ କରନ୍ତୁ । ଗପ ସପ କରିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କୁ ଅପମାନ ହୋଇଥାଏ । ତେଣୁ କେବେ ମଧ୍ୟ ଏହି ଭୁଲ କରନ୍ତୁ ନାହିଁ । ଝାଡ଼ୁ ରେ କେବେବି ଗୋଡ଼ ମାରନ୍ତୁ ନାହିଁ । ଏହା ଦ୍ବାରା ମଧ୍ୟ ମାତା ଲକ୍ଷ୍ମୀ ନିଜର କୋପ ଦୃଷ୍ଟି ଆପଣଙ୍କ ଉପରେ ପକାଇଥାନ୍ତି । ତେଣୁ ଯଦି ଅଜାଣତରେ ଝାଡୁ ରେ ଗୋଡ ଲାଗିଯାଏ ତେବେ ମାତା ଲକ୍ଷ୍ମୀ ଙ୍କୁ କ୍ଷମା ପ୍ରାର୍ଥନା କରନ୍ତୁ । ଏହା ଦ୍ବାରା ଆପଣଙ୍କ କୌଣସି ଜରୁରୀ ଜିନିଷ ଆପଣଙ୍କ ଠାରୁ ଦୂରେଇ ଯାଇଥାଏ ।

ଝାଡୁ ଲଗାଇବାର ସମୟ ସୁର୍ଯ୍ୟ ଉଦୟ ପୂର୍ବରୁ ଅବା ସୂର୍ଯ୍ୟ ଉଦୟ ସମୟରେ ଝାଡୁ କରିପାରିବେ । ଏବଂ ସୂର୍ଯ୍ୟ ଉଦୟ ପରେ ଝାଡୁ ଲଗାଇଲେ ମା ଲକ୍ଷ୍ମୀ ରୁଷ୍ଟ ହୋଇ ଚାଲିଯାଇଥାଆନ୍ତି । ଏବଂ ସନ୍ଧ୍ୟା ସମୟରେ ସୂର୍ଯ୍ୟାସ୍ତ ପୂର୍ବରୁ ଅବା ସୂର୍ଯ୍ୟାସ୍ତ ର ୧୦ ମିନିଟ ଭିତରେ ଝାଡୁ ଲଗାଇବା ବିଧି ଅଛି । ଭୁଲରେ ବି ସନ୍ଧ୍ୟା ପରେ ବା ରାତିରେ ଝାଡୁ ଲଗାନ୍ତୁ ନାହିଁ । ଏହି ସମୟରେ ଝାଡୁ କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ ।

ଘରର ଐଶାନ୍ୟ କୋଣରୁ ଝାଡୁ ଆରମ୍ଭ କରନ୍ତୁ ଏବଂ ପୂର୍ବ କୋଣରେ ଶେଷ କରନ୍ତୁ । ଝାଡୁ କୁ ସର୍ବଦା ଲୁଚେଇକି ରଖନ୍ତୁ ଝାଡୁ କୁ କେବେବି ଠିଆ କରି ରଖନ୍ତୁ ନାହିଁ ସବୁବେଳେ ସୁଆଇ କି ରଖନ୍ତୁ । ଝାଡୁ କୁ ଶନିବାର ଦିନ କିଣନ୍ତୁ ନାହିଁ । ଏହା ଦ୍ବାରା ଘରେ ଅଶୁଭ ଫଳ ମିଳିଥାଏ । ଝାଡୁ ଯଦି ଖରାପ ହୋଇଯାଇଛି ତେବେ ତାହାକୁ ଶନିବାର କିମ୍ବା ରବିବାର ଦିନ ବାହାରକୁ ଫୋପାଡି ଦିଅନ୍ତୁ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *