Vastu Tips – କଇଁଛ ମୁଦି କିପରି ପିନ୍ଧିଲେ ମଣିଷ ହୋଇଥାଏ କୋଟିପତି ଓ ଐଶ୍ଵର୍ଯ୍ୟଶାଳି, ନିଶ୍ଚୟ ଜାଣି ରଖନ୍ତୁ

ବନ୍ଧୁଗଣ ଆଜି କାଲି ପ୍ରଚୁର ମାତ୍ରାରେ ଏହି କଇଁଛ ର ମୁଦିକୁ ପ୍ରାୟତଃ ସମସ୍ତେ ପିନ୍ଧୁଛନ୍ତି । କିନ୍ତୁ ଅନେକ ଲୋକଙ୍କୁ ଏହା ଜଣାନଥାଏ କି ଏହି କଇଁଛ ର ମୁଦି ଟିକୁ କିପରି ଏବଂ କେଉଁ ଦିନ ଏବଂ କେଉଁ ଧାତୁର ପିନ୍ଧିବା ଦ୍ୱାରା ଲାଭଦାୟକ ହୋଇଥାଏ । ଏହି କଇଁଛ ର ମୁଦିକୁ କେଉଁ ରାଶିର ବ୍ୟକ୍ତି ପିନ୍ଧିବା ଦ୍ୱାରା ଲାଭଦାୟକ ହୋଇଥାଏ । ଏବଂ କେଉଁ ରାଶିର ବ୍ୟକ୍ତି ପିନ୍ଧିବା ଦ୍ୱାରା କ୍ଷତି ମଧ୍ୟ ହୋଇଥାଏ ।

ଏହା ପାୟତଃ ସମସ୍ତଙ୍କୁ ଜଣାନଥାଏ । ତେବେ ଆଜି ଆମେ ଆପଣଙ୍କୁ କହିବୁ । ପୁରାଣ ଶାସ୍ତ୍ର ରେ ଏହି କଇଁଛ ଶ୍ରୀ ବିଷ୍ଣୁ ଙ୍କ ଅବତାର ଅଟେ । ଏହି କଇଁଛ ଟି ଜଳଚର ଅଟେ । ଏବଂ ଶ୍ରୀ ହରି ବିଷ୍ଣୁ ଙ୍କ ସହିତ ମା ଲକ୍ଷ୍ମୀ ମଧ୍ୟ ଏହି ସାଗରରେ ବିରାଜିତ ଅଟନ୍ତି । ମା ଲକ୍ଷ୍ମୀ ଙ୍କ ମଧ୍ୟ ଅପାର କୃପା ଏହି କଇଁଛ ରେ ରହିଅଛି । ତେଣୁ ଏହି କଇଁଛ ମୁଦି ଧାରଣ କରିବା ଦ୍ୱାରା ମନୁଷ୍ୟ କୁ ଧର୍ଯ୍ୟ, ଶାନ୍ତି, ସାଳିନତା ଏବଂ ବିନମ୍ରତା ପ୍ରାପ୍ତି ହୋଇଥାଏ ।

ତେଣୁ ଏହି କଇଁଛ ମୁଦି ପିନ୍ଧିବା ଦ୍ଵାରା ନିଜ ଶରୀରରେ ଏବଂ ନିଜ ଘରେ ସକାରାତ୍ମକ ବୃଦ୍ଧି ପାଇଥାଏ । ଯାହା ଦ୍ଵାରା ମଣିଷ ଧନ ଏବଂ ଐଶ୍ୱର୍ଯ୍ୟ ର ଅଧିକାରୀ ହୋଇଥାଏ । ଅନେକ ଅଜଣା ଭୁଲ ପାଇଁ ଅନେକ ଲୋକଙ୍କର କ୍ଷତି ମଧ୍ଯ ହୋଇଥାଏ । ବନ୍ଧୁଗଣ କଇଁଛ ର ମୁଦି ସାଧାରଣତଃ ରୁପାର ହେବା ଆବଶ୍ୟକ । କାରଣ ଏହା ଜଳଚର ଅଟେ ତେଣୁ ରୁପା ବା ଚାନ୍ଦିର କଇଁଛ ମୁଦି ପିନ୍ଧିବା ଆବଶ୍ୟକ ହୋଇଥାଏ । ମାତ୍ର ଧାତୁ ପରିବର୍ତ୍ତନ କରିପାରିବେ । ତାହା ପୁଣି ରାଶି ଅନୁସାରେ ।

ଏହି କଇଁଛ ର ମୁଦିକୁ କେବଳ ଦକ୍ଷିଣ ହସ୍ତରେ ବା ଡାହାଣ ହାତରେ ପିନ୍ଧିବା ଜରୁରୀ ହୋଇଥାଏ । ନାରୀ ହୁଅନ୍ତୁ ବା ପୁରୁଷ ହୁଅନ୍ତୁ ଏହି ମୁଦିକୁ ଡାହାଣ ହାତରେ ହିଁ ପିନ୍ଧନ୍ତୁ । ଏହି ମୁଦିକୁ କେବଳ ମଧ୍ୟମ ଆଙ୍ଗୁଠି ନହେଲେ ଅନାମିକା ଆଙ୍ଗୁଠି ରେ ପିନ୍ଧନ୍ତୁ । ଏହା ଛଡା ମେଷ ରାଶି, ସିଂହ ରାଶି, ଧନୁ ରାଶି, ଏବଂ କୁମ୍ଭ ରାଶିର ବ୍ୟକ୍ତି ମାନେ ଏହି ମୁଦି ପିନ୍ଧିବା ଦ୍ୱାରା ଅନେକ ଲାଭ ହୋଇଥାଏ ।

ଜୀବନ ଧନ ଏବଂ ଐଶ୍ୱର୍ଯ୍ୟ ରେ ଭାରିଯାଏ କିନ୍ତୁ କନ୍ୟା ରାଶି, ବିଛା ରାଶି, ମୀନ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଏବଂ ବାକି ରାଶି ପାଇଁ ସମୋପ୍ରତାୟକ ହୋଇଥାଏ । ଏହି କଇଁଛ ର ମୁଦି ଶୁକ୍ରବାର କିଣିବା ଏବଂ ଶୁକ୍ରବାର ପିନ୍ଧିବା ବହୁତ ଶୁଭ ହୋଇଥାଏ । ଏହା ଦ୍ବାରା ମାତା ଲକ୍ଷ୍ମୀ ଙ୍କ କୃପା ଆପଣଙ୍କ ଉପରେ ସଦା ସର୍ବଦା ରହିଥାଏ । ଏବଂ ଆପଣଙ୍କ ଜୀବନରେ ସୁଖ ଶାନ୍ତି ମିଳିଥାଏ । ତେବେ ବନ୍ଧୁଗଣ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *