କାର୍ତ୍ତିକ ମାସ ପଞ୍ଚୁକ ରେ କରନ୍ତୁ ଏହି ୫ଟି କାମ, ପୂରଣ ହେବ ସବୁ ମନସ୍କାମନା

କାର୍ତ୍ତିକ ମାସ ଶୁକ୍ଳପକ୍ଷ ଏକାଦଶୀ ରୁ ପୁରୁଷ, ସ୍ତ୍ରୀ, ଯୁବକ, ଯୁବତୀ ସମସ୍ତେ ଦୃଢ଼ ବ୍ରତ ଭାବି ପ୍ରାତଃ ସ୍ନାନ ସହ ପଞ୍ଚୁକ ପାଳନ କରନ୍ତି । ପିତାମହ ଭୀଷ୍ମ,ବାସୁଦେବ ଶ୍ରୀକୃଷ୍ଣ ଙ୍କ ଠାରୁ ପ୍ରତିବର୍ଷ କାର୍ତ୍ତିକ ମାସ ଶେଷ ପାଞ୍ଚ ଦିନ ବ୍ରତ ରଖି ପଞ୍ଚୁକ ପାଳନ କରିବାକୁ କହିଥିଲେ । ସେହି ଅନୁସାରେ ବ୍ରତର ନାମକରଣ ଭିଷ୍ଣପଞ୍ଚକ ବୋଲି ହୋଇଛି । ତେବେ ବନ୍ଧୁଗଣ ଯଦି ଆପଣ ନିଜର ସବୁ ଇଚ୍ଛା ଏବଂ ମନସ୍କାମନା ପୁରା କରିବାକୁ ଚାହୁଁଛନ୍ତି ତେବେ ଏହି ପଞ୍ଚୁକ ପାଞ୍ଚ ଦିନରେ କରନ୍ତୁ କେବଳ ଏହି ୫ଟି କାମ । ତେବେ ଚାଲନ୍ତୁ ଜାଣିବା ।

୧:- କାର୍ତ୍ତିକ ମାସ ପଞ୍ଚୁକରେ ପ୍ରଭୁ ରାଧା କୃଷ୍ଣ ଙ୍କର ପୂଜା ଅର୍ଚ୍ଚନା କରନ୍ତୁ । ପୂଜା କଲା ବେଳେ ରାଧା କୃଷ୍ଣଙ୍କୁ ତୁଳସୀ କାଠରେ ଚନ୍ଦନ ଘୋରି ଲଗାନ୍ତୁ । ଏହା କରିବା ଦ୍ୱାରା ପ୍ରଭୁ ରାଧା କୃଷ୍ଣ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

୨:- ମହାପଞ୍ଚୁକ ପାଞ୍ଚ ଦିନ ଆପଣ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଆପଣ ଉଠିକି ନିଜ ଘର ଦ୍ବାର ସଫା କରିଦିଅନ୍ତୁ । ଏହା ପରେ ନିଜ ଘରର ଚାରିପଟେ ଝଡୁରେ ଓଲାଇ ପରିଷ୍କାର କରିନିଅନ୍ତୁ । ଏହା ଦ୍ବାରା ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ତାଙ୍କର କୃପା ଦୃଷ୍ଟି ଆପଣଙ୍କ ଉପରେ ପକାଇଥାନ୍ତି । କାରଣ ମାତା ଲକ୍ଷ୍ମୀ ସବୁବେଳେ ପରିଷ୍କାର ଏବଂ ସ୍ଵଚ୍ଛ ସ୍ଥାନରେ ବାସ କରିଥାନ୍ତି ।

୩:- ଆପଣମାନେ ଏହି ପଞ୍ଚୁକରେ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ପ୍ରାତଃ ସ୍ନାନ କରି ଚଉଁରା ପୂଜା ବା ତୁଳସୀ ପୂଜା କରନ୍ତୁ । ପୂଜା ସରିବା ପରେ ଚଉଁରା ପାଖରେ ଏବଂ ରାଧା କୃଷ୍ଣଙ୍କ ପାଖରେ କିଛି ମୁରୁଜରେ ରଙ୍ଗୋଲି ବନାନ୍ତୁ ଏବଂ ସେହି ମୁରୁଜରେ ପଞ୍ଚୁକ ବୋଲି ମଧ୍ୟ ଲେଖନ୍ତୁ । ଏହାକୁ ପଞ୍ଚୁକ ପାଞ୍ଚ ଦିନ ସକାଳୁ ଉଠି କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କ ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଏହା ସହ ଆପଣଙ୍କ ସେହି ଦିନଟି ଅତ୍ୟନ୍ତ ଶୁଭ ହୋଇଥାଏ ।

୪:- କାର୍ତ୍ତିକ ମାସରେ ପଞ୍ଚୁକ ପାଞ୍ଚ ଦିନରେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ନୀଳ ଅପରାଜିତା ଫୁଲ ନେଇ ଅର୍ପଣ କରନ୍ତୁ ଏହା କରିବା ଦ୍ୱାରା ଶ୍ରୀଜଗନ୍ନାଥ ଙ୍କ ଆଶୀର୍ବାଦ ମିଳିଥାଏ କାରଣ ନୀଳ ଅପରାଜିତା ଫୁଲ ପ୍ରଭୁ ଜଗନ୍ନାଥଙ୍କ ପ୍ରତୀକ ହୋଇଥାଏ । ତେଣୁ ଏହାକୁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅର୍ପଣ କରିବା ଦ୍ୱାରା ଭଗବାନ ପ୍ରଭୁ ଜଗନ୍ନାଥ ଆପଣଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି ।

୫:- ପଞ୍ଚୁକ ପାଞ୍ଚ ଦିନର ଶେଷ ଦିନ ଡଙ୍ଗା ଭାଷା ହୋଇଥାଏ । ଏହି ଦିନ ଛୋଟ ଠୁ ବଡ଼ ସମସ୍ତେ ଡଙ୍ଗା କିଣି ତାକୁ ପୂଜା କରି ନଈ ବା ପୋଖରୀ ରେ ଭସାଇଥାନ୍ତି । ତେବେ ଆପଣ ଏହି ଦିନ କଦଳୀ ପାଟୁଆ ରେ ଡଙ୍ଗା ତିଆରି କରି ଭସାନ୍ତୁ ଏହା ଦ୍ବାରା ଆପଣଙ୍କ ସବୁ ଇଚ୍ଛା ଏବଂ ମନସ୍କାମନା ପୂରଣ ହେବା ସହ ଆପଣଙ୍କୁ ଧନ, ମାନ ସମ୍ମାନ ମଧ୍ୟ ପ୍ରାପ୍ତି ହୋଇଥାଏ । କଦଳୀ ପଟୁଆ ଡଙ୍ଗା ବହୁତ ଶୁଭ ହୋଇଥାଏ ଏବଂ ଏହା ଦ୍ବାରା ମନସ୍କାମନା ମଧ୍ୟ ଖୁବ୍ ଶୀଘ୍ର ପୂର୍ଣ୍ଣ ହୋଇଥାଏ ।

ତେବେ ଏହି କାର୍ତ୍ତିକ ପୂର୍ଣ୍ଣିମା ରେ କରନ୍ତୁ ଏହି ସବୁ ଉପାୟ ଏବଂ ପୂରଣ କରନ୍ତୁ ସବୁ ମନସ୍କାମନା ।

Leave a Reply

Your email address will not be published. Required fields are marked *