ମଙ୍ଗଳବାର ରେ କରନ୍ତୁ ଏହି 5ଟି କାମ, ଖୋଲିଯିବ ଭାଗ୍ୟ

ବନ୍ଧୁଗଣ ଆମର ଶାସ୍ତ୍ରରେ ପ୍ରତେକଦିନ ଏବଂ ବାରର ମହତ୍ତ୍ଵ ରହିଥାଏ । ସପ୍ତାହର ପ୍ରତେକ ଦିନର କିଛି ନା କିଛି ବିଶେଷତ୍ଵ ରହିଥାଏ, କାହିଁକି ନା ଭଗବାନ କିମ୍ବା ଗ୍ରହ ସହିତ ଯୋଡ଼ା ହୋଇ ରହିଥାଏ । ଏଥିପାଇଁ ସପ୍ତାହର ପ୍ରତେକ ଦିନର କିଛି ନା କିଛି ନିୟମ ଅଛି ଯାହାର ପାଳନ କରିବା ଦ୍ୱାରା ଆମର ଜୀବନରେ ପରିବର୍ତ୍ତନ ଆସିପାରେ । ଆମର ଶାସ୍ତ୍ରରେ ଯାହା ବି କଥା କୁହାଯାଇଛି ତଥା ଯେତେ ବି ମାନ୍ୟତା ରହିଛି ଏହା ପଛରେ କିଛି କାରଣ ରହିଥାଏ ।

ଏହି ସବୁ ମାନ୍ୟତା ଆମର ଜୀବନ ପାଇଁ ବହୁତ ଉପଯୋଗୀ ହୋଇଥାଇ । ଏଥିପାଇଁ ଯଦି ଆପଣଙ୍କ ଘରେ ଆପଣଙ୍କର କେହିବି ଗୁରୁଜନ ଆପଣଙ୍କୁ ନିୟମ ବୁଝାଇଥାନ୍ତି ତେବେ ତାହାର ମଜାକ ନ ଉଡ଼ାଇ ସେହି ମାନ୍ୟତା ଗୁଡ଼ିକର ପାଳନ କରିବା ଉଚିତ୍ । ଆଜି ଆମେ କଥା ହେବା ସପ୍ତାହର ଦ୍ୱିତୀୟ ଦିନ ମାନେ ମଙ୍ଗଳବାର ବିଷୟରେ ।

ହିନ୍ଦୁ ଧର୍ମରେ ମଙ୍ଗଳଙ୍କୁ ଯୁଦ୍ଧ ର ଦେବତା ବୋଲି ମାନା ଯାଇଥାଏ କିନ୍ତୁ ମଙ୍ଗଳବାର ଦିନ ହନୁମାନ ତଥା ମାତା ପାର୍ବତୀ ଏବଂ ତା ସହିତ ଗଣେଶଙ୍କ ପୂଜା ମଧ୍ୟ କରାଯାଇଥାଏ । ମଙ୍ଗଳବାର ହନୁମାନ ଙ୍କର ଅଧିକ ପ୍ରିୟ ହୋଇଥାଏ । ଏଥିପାଇଁ ମଙ୍ଗଳବାର କୁ ସ୍ଵଚ୍ଛ ମନରେ ଧ୍ୟାନ କରିବା ସହିତ କିଛି ଏମିତି କଥା ଅଛି ଯାହାକୁ ପାଳନ କରିବା ଦ୍ୱାରା ଆମର ମନସ୍କାମନା ପୂରଣ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ ।

୧:-ମଙ୍ଗଳବାର ଦିନ ହନୁମାନ ଙ୍କ ମନ୍ଦିର ଯାଇକରି ତାଙ୍କୁ ସିନ୍ଦୂର ଏବଂ ଫୁଲ ନିଶ୍ଚୟ ଚଢ଼ାନ୍ତୁ । ଏହାଦ୍ବାରା ଭଗବାନ ହନୁମାନ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ମନର ବାଞ୍ଛା ପୂର୍ଣ୍ଣ କରିଥାନ୍ତି । ମଙ୍ଗଳବାର ଦିନ ହନୁମାନ ଚାଳିଶା ଜପ କରିବା ସହିତ ହନୁମାନ ମନ୍ତ୍ର ପାଠ କରନ୍ତୁ ଏହା ଦ୍ବାରା ବ୍ୟକ୍ତିର ନକାରାତ୍ମକତା ଦୂର ହୋଇଥାଏ । ଯଦି ବ୍ୟକ୍ତିକୁ କୌଣସି କାର୍ଯ୍ୟରେ ସଫଳତା ମିଳୁ ନାହିଁ ତେବେ ପ୍ରତେକ ମଙ୍ଗଳବାର ଦିନ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ଆପଣଙ୍କୁ ସଫଳତା ହାସଲ ହୋଇଥାଏ ।

୨:- ମଙ୍ଗଳବାରକୁ ନାଲି ରଙ୍ଗର କପଡ଼ା ଅବଶ୍ୟ ପିନ୍ଧନ୍ତୁ । ଏହା ଦ୍ବାରା ଆପଣଙ୍କ ଅଟକି ରହିଥିବା କାର୍ଯ୍ୟ ପୁରା ହେବ ଏବଂ ଆପଣଙ୍କୁ ସବୁ ସଫଳତା ମିଳିବ । ଆପଣ କିଛି ଶୁଭ କାମ କରିବା ଆଗରୁ ସଙ୍କଟ ମୋଚନ ହନୁମାନ ଙ୍କୁ ପାର୍ଥନା କରନ୍ତୁ ଯାହା ଦ୍ଵାରା ଆପଣଙ୍କ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

୩:- ହନୁମାନଙ୍କୁ ଗୁଡ଼ ଏବଂ ଚଣା ର ପ୍ରସାଦ ଚଢାନ୍ତୁ ଏହା ସହିତ ପାନର ବିଡା ମଧ୍ୟ ଅବଶ୍ୟ ଚଢାନ୍ତୁ ଏହା ଦ୍ବାରା ଆପଣଙ୍କୁ ଶାରୀରିକ ବଳ ଏବଂ ବୁଦ୍ଧିର ପ୍ରାପ୍ତି ହୋଇଥାଏ । ଆପଣଙ୍କୁ ମାନସିକ ଶାନ୍ତି ମଧ୍ୟ ମିଳିଥାଏ ।

୪:- ଯେମିତି ଆମେ ଜାଣିଛେ ଏହି ବାରର ସ୍ବାମୀ ବା ଅଧିପତି ଅଟନ୍ତି ମଙ୍ଗଳ ଗ୍ରହ ଏଥିପାଇଁ ଯଦି ଆପଣଙ୍କ କୁଣ୍ଡଳିରେ ମଙ୍ଗଳ ଦୋଷ ଅଛି ତେବେ ମଙ୍ଗଳବାର ଦିନ ହନୁମାନ ଙ୍କ ପୂଜା ବିଶେଷ ଭାବରେ କରନ୍ତୁ । ଏହା ଦ୍ବାରା ମଙ୍ଗଳ ଦୋଷର ଦୁସପ୍ରଭାବ କମ୍ ହୋଇଥାଏ ଏବଂ ଆପଣଙ୍କୁ ପାରିବାରିକ,ଆର୍ଥିକ ଏବଂ ସାମାଜିକ ସଙ୍କଟ ମଧ୍ୟ ଦୂର ହୋଇଥାଏ ।

୫:- ମଙ୍ଗଳାବର ଦେବୀ ମା ପାର୍ବତୀ ଏବଂ ଗଣେଶ ଙ୍କର ଦିନ ମଧ୍ୟ ଅଟେ । ଏହି ଦିନ ମାତାଙ୍କର ମଧ୍ୟ ବ୍ରତ ରଖାଯାଇଥାଏ । ଏହି ଦିନ ନାଲି ମସୁର ଡାଲି ଅବଶ୍ୟ କରିବା ଉଚିତ୍ ଏହା ଦ୍ବାରା ଘରୁ ଦୁଃଖ, ଦାରିଦ୍ର ଏବଂ କ୍ଳେଶ ଦୂର ହୋଇଥାଏ । ଏବଂ ଆପଣଙ୍କୁ ଧନ ଲାଭ ହୋଇଥାଏ ।

ତେବେ ବନ୍ଧୁଗଣ ଏହା ଥିଲା ସେହି ସବୁ ଉପାୟ ଯାହା ମଙ୍ଗଳବାର ଦିନ କରିବା ଦ୍ଵାରା ଆମର ଭାଗ୍ୟ ବଦଳିଥାଏ । ତେବେ କମ୍ମେଣ୍ଟ ରେ ଜୟ ହନୁମାନ ଲେଖିବାକୁ ଭୁଲିବେନି ଏବଂ ଆମ ପେଜ କୁ ଲାଇକ କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *